Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

utkala khabar
Last updated: April 22, 2025 1:29 pm
utkala khabar
Published April 21, 2025
Share
SHARE

ରାଜ୍ୟ ୨୧/୪ : ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜନଶଣାଣି ପାଇଁ ହଜାରେ ଲୋକ ପଞ୍ଜିକରଣ କରିଛନ୍ତି ।  ସକାଳ ୮ଟାରୁ ୧:୩୦ ମିନିଟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଚାଲିବ ।ମହାନଗର ନିଗମ କାର୍ଯ୍ୟାଳୟରେ ଚାଲିଛି ଅଭିଯୋଗ ଶୁଣାଣି । ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ହଜାରେ ଲୋକ ପଞ୍ଜିକରଣ କରିଛନ୍ତି । ସକାଳ ୮ଟାରୁ ଗୋଟିଏ ୩୦ ମିନିଟ ପର୍ଯ୍ୟନ୍ତ ଅଭିଯୋଗ ଶୁଣାଣି ଚାଲିବ ।  ଅଭିଯୋଗ ନେଇ ଆସିଛନ୍ତି ୧୦ ଜିଲ୍ଲାର ଲୋକ ।  ମୁଖ୍ଯମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଜନ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ଅଛନ୍ତି ।  ୧୦ ମନ୍ତ୍ରୀଙ୍କ ସହ ୧୩ ଜଣ ବିଭାଗୀୟ ସଚିବ ଉପସ୍ଥିତ ଅଛନ୍ତି। ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ସୁରେଶ ପୂଜାରୀ, ମୁକେଶ ମହାଲିଙ୍ଗ, ରବି ନାଏକ ଭଳି ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ।  ଉପସ୍ଥିତ ଅଛନ୍ତି ୧୩ ବରିଷ୍ଠ ଜଣ ଆଇଏଏସ୍ ।

ଗତକାଲି ସମ୍ବଲପୁର ପହଞ୍ଚି ମା ସମଲେଇଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହା ସହ ସମଲେଇ ପ୍ରକଳ୍ପ ଅଞ୍ଚଳ ବୁଲିଛନ୍ତି ।  ତାଙ୍କ ସାଙ୍ଗରେ ଉପମୁଖ୍ଯମନ୍ତ୍ରୀ କେଭି ସିଂଦେଓ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ମନ୍ତ୍ରୀ ଗଣେଷରାମ ଖୁଣ୍ଟିଆ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଥିଲେ ।

ଶୁଣାଣି ପୂର୍ବରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗତକାଲି ମହାନଗର ନିଗମ କାର୍ଯ୍ୟାଳୟରେ ବୈଠକ କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର ପାଇଁ ବ୍ୟକ୍ତିଗତ ଅପେକ୍ଷା ଗୋଷ୍ଠିଗତ ଅଭିଯୋଗ ଅଧିକ ପଞ୍ଜୀକୃତ ହୋଇଛି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପୂଜାରୀ କହିଥିଲେ ।  ଏହି ଶିବିରରେ ୧୧ ଜଣ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଏବଂ ୧୦ଟି ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିବେ ।

You Might Also Like

ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଲା

ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Tata Nanoର ଇଲେକ୍ଟ୍ରିକ୍ କାର୍

ପ୍ରଥମ ସୁପର ଓଭରରେ ବାଜି ମାରିଲା ଦିଲ୍ଲୀ, ରାଜସ୍ଥାନର ପଞ୍ଚମ ପରାଜୟ

୪୫ ଟପିଲା ଝାରସୁଗୁଡ଼ା ପାରଦ: ଆଜି ୪ ଜିଲ୍ଲାକୁ ହିଟୱେଭ ସତର୍କତା

ପହଲଗାମରେ ପର୍ଯ୍ୟଟକଙ୍କୁ ବଞ୍ଚାଇ ପ୍ରାଣ ହରାଇଥିବା ବୀର ‘ପୋନିୱାଲା’ ଆଦିଲଙ୍କ କାହାଣୀ ସେୟାର କଲେ ପ୍ରିୟଙ୍କା ଚୋପ୍ରା

TAGGED:#mohan charan majhi#odisha#odisha cm#UTKALA KHABARhearingSambalpur
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?