Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରଶାନ୍ତ ଶତପଥୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ପ୍ରଶାନ୍ତ ଶତପଥୀଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା

utkala khabar
Last updated: April 24, 2025 11:00 am
utkala khabar
Published April 24, 2025
Share
SHARE

ରାଜ୍ୟ ୨୪/୪ : ଜନ୍ମ ମାଟିରେ ପହଲଗାମ୍‌ରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକଙ୍କ ମରଶରୀର । ଏହି ଅବସରରେ ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କୁ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଇସାଣୀ ଗାଁରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏହାସହିତ ମୃତକଙ୍କ ପରିବାକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବିକ, ମୃତ ପ୍ରଶାନ୍ତଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ଏହାସହିତ ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି ମିଳିବା ସହ ପୁଅ ପାଠପଢ଼ାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରଶାନ୍ତଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଜାମ୍ମୁ-କାଶ୍ମୀରର ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣ କରିଥିଲେ । ଯେଉଁଥିରେ ୨୬ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିଲେ । ମୃତ ବାଲେଶ୍ୱର ଜିଲ୍ଲା ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ । ସ୍ତ୍ରୀ ଏବଂ ପିଲାଙ୍କ ସହ ପହଲଗାମ୍‌ ଛୁଟି କାଟିବାକୁ ଯାଇଥିବା ବେଳେ ଆତଙ୍କୀଙ୍କ ଆକ୍ରମଣରେ ଚାଲିଯାଇଥିଲା ଜୀବନ । ପରେ ବୁଧବାର ବିଳମ୍ବିତ ରାତିରେ ପ୍ରଶାନ୍ତଙ୍କ ମୃତଦେହ ଓଡ଼ିଶା ଆସିଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପିସିସି ସଭାପତି ଭକ୍ତ ଦାସଙ୍କ ସହ ପୋଲିସ ଡିଜି ଓ୍ୱାଇ.ବି ଖୁରାନିଆ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଶେଷ ଦର୍ଶନ କରିଥିଲେ । ଏହାପରେ ମରଶରୀରକୁ ନିଜ ଗାଁ ଅଭିମୁଖେ ନିଆଯାଇଥିଲା । ସେଠାରେ ମୃତଦେହ ପହଞ୍ଚିବା ପରେ ଗାଁଲୋକ ଶେଷ ଦର୍ଶନ କରିଥିଲେ ।

You Might Also Like

ବିରାଟଙ୍କ ହାତ ଏଡାଇ ଚାଲିଗଲେ ଅନୁଷ୍କା, ଭିଡିଓ ହେଲା ଭାଇରାଲ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କରାଗଲା ବଡ଼ ମହାସ୍ନାନ

ପ୍ରତିଦିନ ୩ରୁ ଅଧିକ କପ୍ ଚା’ କଫି ପିଉଥିଲେ ସାବଧାନ

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

TAGGED:#odisha#UTKALA KHABARPahalgam terror attackPrasant Sathpathy
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?