Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନର ବସିବ ବୈଠକ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆଜି ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନର ବସିବ ବୈଠକ

utkala khabar
Last updated: May 3, 2025 11:53 am
utkala khabar
Published May 3, 2025
Share
SHARE

ପୁରୀ ୦୩/୫  : ଦୀଘା ଜଗନ୍ନାଥ ମନ୍ଦିର ବିବାଦ ମାମଲାରେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ପ୍ରଶାସନର ବୈଠକ ବସିବ ।  ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆଇନମନ୍ତ୍ରୀଙ୍କ ଚିଠି ପରେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଅପରାହ୍ନ ୫ଟାରେ ଶ୍ରୀମନ୍ଦିର ପ୍ରଶାସନର ବୈଠକ ।  ମହାରଣା,ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ହେବ ଆଲୋଚନା ।  ସେହିପରି ଆସନ୍ତାକାଲି ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିପାରେ ଶ୍ରୀମନ୍ଦିର। ବଳକା ଦାରୁ ଦୀଘା ମନ୍ଦିରକୁ ଦିଆଯାଇଥିବା ଅଭିଯୋଗ ରହିଛି ।

ସୂଚନା ଅନୁସାରେ ଗତକାଲି ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦରେ ମୁହଁ ଖୋଲିଥିଲେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର। ସେ କହିଥିଲେ, ପୁରୀ ହିଁ ଏକମାତ୍ର ଜଗନ୍ନାଥ ଧାମ । ଅନ୍ୟ ସ୍ଥାନରେ ଜଗନ୍ନାଥ ମନ୍ଦିର ହୋଇପାରିବ । କିନ୍ତୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ। ନାଁ ବିବାଦକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିବେ ବୋଲି ସେ କହିଛନ୍ତି ।

ଏହା ସହିତ ସେ ସ୍ପଷ୍ଟ କରିଛନ୍ତି, କେବଳ ପୁରୀରେ ଦାରୁବ୍ରହ୍ମଙ୍କର ବ୍ରହ୍ମ ସ୍ଥାପନା ହୁଏ । ଅନ୍ୟ କୌଣସି ସ୍ଥାନରେ ହୁଏ ନାହିଁ । ମହାପ୍ରଭୁଙ୍କ ରୀତି ନୀତିରେ କୌଣସି ତ୍ରୁଟି ବିଚ୍ୟୁତି ହେବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ । ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି । ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପୁୁରୀର ସେବାୟତଙ୍କ ସମେତ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

You Might Also Like

ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍

କାଳବୈଶାଖୀ ଯୋଗୁଁ କମିଛି ପାରଦ, ୪ ଦିନ ପରେ ପୁଣି ବଢିବ ତାତି

କମିଲା କାଳବୈଶାଖୀ, ୪୩ ଟପିଲା ପାରଦ କଲବଲ କରୁଛି ଅସହ୍ୟ ଗୁଳୁଗୁଳି

ବିରାଟଙ୍କ ସହ ବିବାଦ ମଧ୍ୟରେ ରାହୁଲଙ୍କୁ ଅନ୍‌ଫଲୋ କଲେ ଚହଲ-ପାଣ୍ଡ୍ୟା

ଆଜି ହେଉଛି ଏପ୍ରିଲ ୧୩ ତାରିଖ, କେମିତି କଟିବ ଆପଣଙ୍କ ଦିନ

TAGGED:#odisha#puri#UTKALA KHABARJaganath temple
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?