ବାଲେଶ୍ୱର ୧୬/୦୪ : କୋଇଲା ବୋଝେଇ ଟ୍ରେନରେ ନିଆଁ । ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ କୋଇଲା ବୋଝେଇ ଟ୍ରେନର ୨ଟି ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଟ୍ରେନଟି ଧାମରାରୁ କୋଇଲା ବୋଝେଇ କରି ଟାଟା ଅଭିମୁଖେ ଯାଉଥିଲା । ମାର୍କୋଣା ଷ୍ଟେସନ ମାଷ୍ଟର ସୋର ଷ୍ଟେସନକୁ ଜଣାଇଥିଲେ । ସୋର ଷ୍ଟେସନ ନିକଟରେ ଟ୍ରେନଟି ଅଟକାଇଥିଲେ । ଖବର ପାଇ ସୋର ଅଗ୍ନିଶମ ବିଭାଗର କର୍ମଚାରୀ ଷ୍ଟେସନରେ ପହଁଞ୍ଚି ନିଆଁ ଲିଭାଇବା ପରେ ଟ୍ରେନଟି ୧ଘଣ୍ଟାରୁ ଅଧିକ ସମୟ ପରେ ଗନ୍ତବ୍ୟସ୍ଥଳକୁ ଯାଇଥିଲା । ରେଳ ବିଭାଗ ଘଟଣାର ତଦନ୍ତ କରୁଛି ।