Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କମିଲା କାଳବୈଶାଖୀ, ୪୩ ଟପିଲା ପାରଦ କଲବଲ କରୁଛି ଅସହ୍ୟ ଗୁଳୁଗୁଳି
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

କମିଲା କାଳବୈଶାଖୀ, ୪୩ ଟପିଲା ପାରଦ କଲବଲ କରୁଛି ଅସହ୍ୟ ଗୁଳୁଗୁଳି

utkala khabar
Last updated: April 21, 2025 10:56 am
utkala khabar
Published April 21, 2025
Share
SHARE

ରାଜ୍ୟ ୨୧/୪ : ପଶ୍ଚିମ ଓଡ଼ିଶାରେ ଅସହ୍ୟ ଖରା । ଉପକୂଳରେ ଝାଇଁ ମାରି ଦେଉଥାଏ  ଗୁଳୁଗୁଳି ପ୍ରକୋପ । ଉପକୂଳ ଓଡ଼ିଶାର  ଭୁବନେଶ୍ୱରରେ ତାପମାତ୍ରା ୩୭.୫ ଡିଗ୍ରୀ  ଛୁଇଁଥିଲେ ବି ଅନୁଭୂତ ହେଉଥିଲା ୫୨ ଡିଗ୍ରୀ ଭଳି  ତାତି । ଅଚାନକ ଏମିତି ପ୍ରଚଣ୍ଡ ତାତି ମାଡ଼ି ଆସିଥିବାରୁ ଜନଜୀବନ ନାକେଦମ ହୋଇ ପଡ଼ିଛନ୍ତି ।

ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍‌ ଡେଇଁପାରେ । ଗୁଳୁଗୁଳି  ଜାରି ରହିବ । ବଡ଼ କଥା ହେଲା, ଆଶ୍ୱସ୍ତି ଦେଲା ଭଳି  କାଳବୈଶାଖୀ ସମ୍ଭାବନା ଏବେ ଦେଖାଯାଉନି । ଆସନ୍ତା  ୨୫ ତାରିଖ ଭିତରେ ତାପମାତ୍ରା ଖସିବା ସମ୍ଭାବନା କମ୍‌ । ୨୬ ତାରିଖବେଳକୁ କାଳବୈଶାଖୀ ବଢ଼ିପାରେ । ଏମିତି  ହେଲେ ହିଁ ପ୍ରଚଣ୍ଡ ତାତିରୁ ନିସ୍ତାର ଆଶା କମ୍‌ ।

ତାତିଠାରୁ ମାରାତ୍ମକ ହୋଇଥିଲା ଗୁଳୁଗୁଳିର ପ୍ରକୋପ । ଭୁବନେଶ୍ୱରରେ  ସକାଳ ସାଢ଼େ ୮ଟାରେ ପାରଦ ୩୧ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଆର୍ଦ୍ରତା  ଥିଲା ୮୧% । ହିଟ୍‌ ଇଣ୍ଡେକ୍ସ ଅନୁସାରେ- ତାପମାତ୍ରା ଓ ଆର୍ଦ୍ରତା ଯୋଗୁ  ସେତେବେଳେ ଅନୁଭୂତ ହେଉଥିଲା ୪୨ ଡିଗ୍ରୀ ଭଳି ଗରମ । ଦିନ ସାଢ଼େ  ୧୧ଟାରେ ତାପମାତ୍ରା ୩୫.୨ ଡିଗ୍ରୀ, ଆର୍ଦ୍ରତା ୬୭% ଥିଲା । ଅନୁଭୂତ ହେଉଥିଲା  ୪୫ ଡିଗ୍ରୀ ସେଲସିୟସ୍‌ ଭଳି ତାତି । ଦିନ ସାଢ଼େ ୨ଟାବେଳକୁ ଅନୁଭୂତ  ହେଉଥିଲା ୫୨ ଡିଗ୍ରୀ ସେଲସିୟସ୍‌ ଭଳି ତାପମାତ୍ରା ।

ସନ୍ଧ୍ୟା ସାଢ଼େ ୫ଟାବେଳେ ଭୁବନେଶ୍ୱରର ଆର୍ଦ୍ରତା ପରିମାଣ  ୭୫% ଥିଲା । ଦିନତମାମ ଭୁବନେଶ୍ୱରରେ ଆର୍ଦ୍ରତା ୬୦% ତଳକୁ ଖସିନଥିଲା ।  ଏଥିରୁ ଅନୁମାନ କରାଯାଇପାରେ, ରାଜଧାନୀବାସୀ ରବିବାର କିଭଳି ଛଟପଟ  ହେଉଥିଲେ ଗରମରେ । ଗମଗମ ଝାଳରେ ନାକେଦମ ହୋଇଥିଲେ ସମସ୍ତେ ।  କେବଳ ଭୁବନେଶ୍ୱର ନୁହେଁ, ସାରା ଉପକୂଳରେ ଏମିତି ସ୍ଥିତି ଥିଲା ରବିବାର । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୀଷଣ ଗୁଳୁଗୁଳି ଯୋଗୁ କଟକ, ଚାନ୍ଦବାଲି,  ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ବି ଦିନ ସାଢ଼େ ୨ଟା ବେଳେ  ୪୭/୪୮ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଥିଲା ।

ରବିବାର ରାଜ୍ୟର  ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ଝାରସୁଗୁଡ଼ା  ସବୁଠୁ ଉତ୍ତପ୍ତ ଥିବାବେଳେ ସ୍ୱାଭାବିକଠାରୁ ୩.୧ ଡିଗ୍ରୀ ଅଧିକ ତାତିରେ  ସିଝିଲା । ବଲାଙ୍ଗୀର ତାପମାତ୍ରା ୪୨.୪ ସେଲସିୟସ୍‌, ଟିଟିଲାଗଡ଼ ୪୨,  ସମ୍ବଲପୁର ୪୧.୯, ସୁନ୍ଦରଗଡ଼ ୪୧.୮, ବୌଦ୍ଧ ୪୧.୫, ହୀରାକୁଦ ୪୧.୩,  ସୋନପୁର ୪୧.୩, ନୂଆପଡ଼ା ୪୧, ଭବାନୀପାଟଣା ୪୦.୮, ରାଉରକେଲା  ୪୦.୧, ପାରଳାଖେମୁଣ୍ଡି ୩୯.୮, ଅନୁଗୁଳ ୩୯.୭, ବରଗଡ଼ ୩୯.୬  ଡିଗ୍ରୀ ଥିଲା । ଉପକୂଳରେ ଚାନ୍ଦବାଲି ୩୮, କଟକ ୩୭ ଡିଗ୍ରୀ ଛୁଇଁଥିଲା । ବର୍ତ୍ତମାନ ପୂର୍ବ ଭାରତରେ ତାପମାତ୍ରା ଆସନ୍ତା ୪ ଦିନ ଭିତରେ ୪ରୁ  ୬ ଡିଗ୍ରୀ ବଢ଼ିପାରେ । ୩ ଦିନ ପରେ ଓଡ଼ିଶାରେ ତାପମାତ୍ରା ୨ରୁ ୪ ଡିଗ୍ରୀ  ବଢ଼ିବା ସମ୍ଭାବନା ଅଛି ।

You Might Also Like

ଏଇଠି ରହିଛି ଅଜବ ନିୟମ, ଟିଭି ଦେଖିଲେ ମିଳିବ ଦଣ୍ଡ, ହେୟାର ଷ୍ଟାଇଲ ବି ବାଛିବେ ସରକାର

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

ଆଜି ହେବ ହାଇଦରାବାଦ୍‌-ଦିଲ୍ଲୀ ମଧ୍ୟରେ ଲଢେଇ

ଦୁଷ୍କର୍ମ ଦୃଶ୍ୟ ସୁଟିଙ୍ଗ ହେବା ସମୟରେ ଥରି ଉଠିଥିଲେ ଦିଆ ମିର୍ଜା

କାଳବୈଶାଖୀ ପ୍ରଭାବ, ୧୭ ଯାଏଁ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ଆଲର୍ଟ

TAGGED:#UTKALA KHABAR#weather newsHeat waveSummer
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?