Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କାଳବୈଶାଖୀ ଯୋଗୁଁ କମିଛି ପାରଦ, ୪ ଦିନ ପରେ ପୁଣି ବଢିବ ତାତି
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

କାଳବୈଶାଖୀ ଯୋଗୁଁ କମିଛି ପାରଦ, ୪ ଦିନ ପରେ ପୁଣି ବଢିବ ତାତି

utkala khabar
Last updated: May 3, 2025 12:21 pm
utkala khabar
Published May 3, 2025
Share
SHARE

ଭୁବନେଶ୍ଵର ୦୩/୫ : କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟରେ ତାପମାତ୍ରା କମିଛି । ଶୁକ୍ରବାର ରାଜ୍ୟ ତମାମ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । ପାଣିପାଗ ପୂର୍ବାନୁମାନ କହୁଛି, ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବ ଜାରି ରହିବ । ୬ ତାରିଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବର୍ଷା, ପବନ ସମ୍ଭାବନା ରହିଛି । ମାତ୍ର ଆସନ୍ତା ୪ ଦିନ ପରେ କାଳବୈଶାଖୀ ପ୍ରଭାବ କମିବା ସହ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

ତେବେ ଶୁକ୍ରବାର ବଲାଙ୍ଗିର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌  ଥିବା ବେଳେ ଝାରସୁଗୁଡ଼ା ୩୮.୪, ସମ୍ବଲପୁର ୩୭.୭, ସୁନ୍ଦରଗଡ଼ ୩୭.୬, ସୋନପୁର ୩୭.୫, ଟିଟିଲାଗଡ଼ ୩୭, ଭବାନୀପାଟଣା ୩୭ ଡିଗ୍ରୀ ସେଲସିୟସ୍‌ ଥିଲା । ଉପକୂଳ ଅଞ୍ଚଳ ଭିତରେ ଖୋର୍ଦ୍ଧାରେ ୩୬.୫, ଜଗତସିଂହପୁରରେ ୩୫.୫, ଭୁବନେଶ୍ୱରରେ ୩୫.୨ ଓ କଟକରେ ୩୪.୬ ଡିଗ୍ରୀ ରହିଥିଲା ଏବଂ ଗୁଳୁଗୁଳି ଅଧିକ ଥିଲା ।

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶନିବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତି, ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା, ୫୦-୬୦ କିମି ପବନ, କୁଆପଥର, ଧୂଳିଝଡ଼ ସହ ବଜ୍ରପାତ ଆଶଙ୍କା ରହିଛି । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାୟଗଡ଼ା, କୋରାପୁଟ, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଢେଙ୍କାନାଳରେ ବର୍ଷା, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ମାଡ଼ ହୋଇପାରେ । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ବଜ୍ରପାତ, ୩୦-୪୦ କିମି ପବନ, ଧୂଳିଝଡ଼ ହୋଇପାରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ । ଆସନ୍ତା ୪, ୫, ୬ ତାରିଖରେ ରାଜ୍ୟରେ ବର୍ଷା, ପବନ ଆଶଙ୍କା ରହିଛି ।

You Might Also Like

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କରାଗଲା ବଡ଼ ମହାସ୍ନାନ

ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି, ୪୦ ଡିଗ୍ରୀ ଟପିଲା ପାରଦ

ମାଗୁଥିଲେ ଦୁଇ ହଜାର ଟଙ୍କା, ଘେରିଗଲେ ମହିଳା, ଗାଡି ଛାଡି ଦୌଡିଲେ ପିଇଓ

୨୪ରୁ ନୂଆ ରାସନ କାର୍ଡ ବାଣ୍ଟିବେ ସରକାର, ପୁରୀରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

TAGGED:#weather newsHit waveKalabaisakhi NewsTempreture
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?