ଭୁବନେଶ୍ୱର ୨୫/୪: ଆସନ୍ତା ୨୬ ତାରିଖରୁ ଓଡ଼ିଶାକୁ ଗ୍ରୀଷ୍ମ ପ୍ରବାହ, ଗରମ ଓ ଆର୍ଦ୍ରତାରୁ କିଛିମାତ୍ରାରେ ଆଶ୍ୱସ୍ତି ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗ ପକ୍ଷରୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ଏବଂ ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ, ବରଗଡ଼, ସୋନପୁର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ପାରଦ ୪୨ ଡିଗ୍ରି ଅତିକ୍ରମ କରିପାରେ। ଏହାପରେ ଆସନ୍ତା ୩ ଦିନ ମଧ୍ୟରେ ପାରଦ ୩ରୁ ୫ ଡିଗ୍ରି ତଳକୁ ଖସିବ। \
ଏପ୍ରିଲ ୨୫ ଓ ୨୬ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗୀରର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଓ ଆର୍ଦ୍ରତା ରହିବାର ସମ୍ଭାବନା ରହିଛି। ୨୫ ତାରିଖରେ ଅନୁଗୁଳ, ସୋନପୁର, ସୁନ୍ଦରଗଡ଼ ଓ ବରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ସମ୍ବଲପୁର ଓ ବଲାଙ୍ଗୀରର ଗୋଟିଏ ଦୁଇଟି ସ୍ଥାନରେ ଗରମ ରାତି ହେବାର ସମ୍ଭାବନା ରହିଛି।୨୬ ତାରିଖରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।