Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବେଆଇନ ଆଇସ ଫ୍ୟାକ୍ଟ୍ରି
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବେଆଇନ ଆଇସ ଫ୍ୟାକ୍ଟ୍ରି

utkala khabar
Last updated: May 9, 2025 11:16 am
utkala khabar
Published May 9, 2025
Share
SHARE

କେନ୍ଦ୍ରାପଡ଼ା ୦୯/୫ : କେନ୍ଦ୍ରାପଡା ଜିଲ୍ଲା ରାଜନଗରର ତାଳଚୁଆ ଅଂଚଳରେ ଚାଲିଛି ବେଆଇନ ଆଇସ ଫ୍ୟାକ୍ଟ୍ରି, ଭିତର କନିକା ପ୍ରବେଶ ନିଷେଧ ଅଂଚଳରେ ଚାଲିଛି ଆଇସ ଫ୍ୟାକ୍ଟ୍ରି । କ୍ଷମତାର ଅପବ୍ୟବହାର କରି ସେନ୍ସେଟିଭ ଅଂଚଳରେ ବେଆଇନ ଭାବେ ଆଇସ ଫ୍ୟାକ୍ଟ୍ରି କରିଛନ୍ତି ବିଜେଡି ନେତା । ନିଗମ ଅ।।ଇସ ପ୍ଳାଂଟ,ଜଗନ୍ନାଥ ମାରାଇନ ଓ ଉପାସନା ଅ।।ଇସ ପ୍ଳାଂଟ ନାମରେ ତିନୋଟି ଆଇସ ଫ୍ୟାକ୍ଟ୍ରି ଭିତର କନିକା ଅଂଚଳରେ ବେଇଆଇନ ଭାବେ ଗଢିଉଠିଛି । ସେପଟେ ନିୟମ କହୁଛି ଭିତରକନିକା ସାଂଚୁରି ଭିତରେ କୌଣସି ପ୍ୟାଂକ୍ଟ୍ରି ତିଆରି ହୋଇପାରିବ ନାହିଁ, ହେଲେ କେଉଁ ଭଳି ଭାବରେ ଆଇସ ଫ୍ୟାକ୍ଟ୍ରି ତିଆରି ହେଲା, ଏହା ପଛରେ କାହାର ହାତ ଅଛି ତାହା ଏବେ ଚର୍ଚ୍ଚା ହେଉଛି । ଖାଲି ସେତିକି ନୁହେଁ ଘରୋଇ ବିଦ୍ୟୁତ ସଂଯୋଗ ନେଇ କରିଛନ୍ତି ଆଇସ ଫ୍ୟାକ୍ଟ୍ରି ।

ସେପଟେ ସାଂଚୁରି ଅଂଚଳରେ କୌଣସି କ୍ଷୁଦ୍ର,ମଧ୍ୟମ କିମ୍ବା ବଡ ଧରଣର ଶିଳ୍ପ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ନିୟମ କରିଛନ୍ତି କିନ୍ତୁ ନିୟମକୁ ଫୁ କରି ଆଇସ ଫ୍ୟାକ୍ଟ୍ରି କରିଛନ୍ତି ବିଜେଡିର ତିନି ନେତା । ଆଇସ ଫ୍ୟାକ୍ଟ୍ରିରୁ ବାହରୁଥିବା ରାସାୟନିକ ପଦାର୍ଥ ପାଣିରେ ମିଶୁଥିବାରୁ ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଥିବା ଜଳଚର ଜୀବଜନ୍ତୁ ଉପରେ ବେଶ ପ୍ରଭାବ ପଡୁଛି । ଖାଲି ସେତିକି ନୁହେଁ ବିନା ପ୍ରଦ୍ୟୁଷଣ ସାର୍ଟିଫିକେଟରେ କେମିତି ହେଲା ଆଇସ ଫ୍ୟାକ୍ଟ୍ରି । ବନ ବିଭାଗ ଏସବୁ ଜାଣିଛି ନା ଜାଣିଶୁଣି ଚୁପ ରହିଛି । ଏହି ବେଆଇନ ଭାବେ ଗଢି ଉଠିଥିବା ଆଇସ ଫ୍ୟାକ୍ଟ୍ରି ଉପରେ କେବେ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ ।

You Might Also Like

ଆସନ୍ତା ୨୪ ତାରିଖ ଯାଏ ତାଣ୍ଡବ ରଚିବ କାଳବୈଶାଖୀ, ଆଜି ବି ବର୍ଷିବ

ଆଜି ହେବ ହାଇଦରାବାଦ୍‌-ଦିଲ୍ଲୀ ମଧ୍ୟରେ ଲଢେଇ

ଆଜିର ରାଶିଫଳ ଜାଣନ୍ତୁ

ପେଜ ପିଇବା ଦ୍ଵାରା ମିଳିଥାଏ ଅନେକ ଫାଇଦା ବିଷୟରେ ଜାଣନ୍ତୁ

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

TAGGED:#crocodile#odisha#UTKALA KHABARBhitarkanikaKendrapadaRajnagar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?