Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସରିଲା ନିଟ୍‌ ୟୁଜି, ଜୁନ୍‌ ୧୪ରେ ଫଳ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ସରିଲା ନିଟ୍‌ ୟୁଜି, ଜୁନ୍‌ ୧୪ରେ ଫଳ

utkala khabar
Last updated: May 5, 2025 10:36 am
utkala khabar
Published May 5, 2025
Share
SHARE

ରାଜ୍ୟ ୦୫/୫ : ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନିଟ୍‌-ୟୁଜି ପରୀକ୍ଷା ଆଜି ଶେଷ ହୋଇଛି। ଚଳିତ ବର୍ଷ ସାରା ଦେଶରେ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ବିଦେଶର ୧୪ଟି ସହର ସମେତ ଦେଶର ୫୫୨ଟି ସହରରେ ୫,୪୫୩ ପରୀକ୍ଷା କେନ୍ଦ୍ର ହୋଇଥିଲା। ଓଡ଼ିଶାର ୨୭ ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ପ୍ରାୟ ୧ ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ଅପରହନ୍ନ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୯୦% ହୋଇଥିବା ଜଣାପଡ଼ିଛି। ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ହୋଇଥିବା ବେଳେ ଓଡ଼ିଶାରେ ଇଂରାଜୀ, ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରଶ୍ନପତ୍ର ଆସିଥିଲା।

ଭୁବନେଶ୍ଵରରେ ଦୁଇଟି କେନ୍ଦ୍ରରେ ଅବ୍ୟବସ୍ଥା‌ ହୋଇଥିବା ନେଇ ଅଭିଯୋଗ ଆସିଛି। କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ପରୀକ୍ଷାର୍ଥୀଙ୍କୁ ଧାର୍ଯ୍ୟ ସମୟରେ ପ୍ରଶ୍ନପତ୍ର ମିଳି ନ ଥିବା ଅଭିଯୋଗ ହୋଇଛି। ଜଣେ ଅଭିଭାବକ କହିଛନ୍ତି ଯେ ଧାର୍ଯ୍ୟ ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଦିଆଯାଇ ନ ଥିଲା। ପିଲାମାନେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ପାଖାପାଖି ୪୫ ମିନିଟ୍‌ ବିଳମ୍ବରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ମିଳିଥିଲେ ମଧ୍ୟ ଉତ୍ତର ଲେଖିବାକୁ ଅଧିକ ସମୟ ଦିଆଯାଇ ନ ଥିଲା। ପ୍ରଶ୍ନପତ୍ର ଥିବା ରୁମ୍‌ ଚାବି ନ ମିଳିବାରୁ ଏଭଳି ଅସୁବିଧା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ  ହୋଇଥିବା ପରୀକ୍ଷା କେନ୍ଦ୍ରର ରୁମ୍‌ ନମ୍ବର ୧୮ରେ ୨୫ ମିନିଟ୍‌ ପରେ ପ୍ରଶ୍ନପତ୍ର ବଣ୍ଟନ ହୋଇଥିଲା। ତେବେ ପିଲାଙ୍କୁ ଅଧିକ ସମୟ ଦିଆଯାଇ ନ ଥିଲା। ତେଣୁ ପରୀକ୍ଷାର୍ଥୀମାନେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଏବଂ କର୍ତ୍ତୃପକ୍ଷ ତାହାକୁ ଗ୍ରହଣ କରିଥିବା ଜଣାପଡ଼ିଛି।

ଏହି ଗୁରୁତ୍ବପୂର୍ଣ୍ଣ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବଢ଼ାଯାଇଥିଲା। କାଗଜ ଓ କଲମରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଡ୍ରେସ୍‌କୋଡ୍ ଲାଗୁ ହୋଇଥିଲା। ମୋବାଇଲ୍, ଇୟର ଫୋନ୍, ପେନ୍ ଡ୍ରାଇଭ୍, ମାଇକ୍ରୋଫୋନ୍, ଘଣ୍ଟା ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା ହଲ୍‌କୁ ନେବାକୁ ଅନୁମତି ନ ଥିଲା। ପାଣି ବୋତଲ ଉପରେ ମଧ୍ୟ କଟକଣା ଲାଗିଥିଲା। ମଧୁମେହ କିମ୍ବା ଅନ୍ୟ କୌଣସି ଜଟିଳ ରୋଗରେ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଖାଦ୍ୟ, ଔଷଧ ଓ ଟ୍ରାନ୍ସପେରେଣ୍ଟ ପାଣି ବୋତଲ ନେବାକୁ ଅନୁମତି ଦିଆଯାଇଥିଲା। ପେନ୍-ପେନ୍‌ସିଲ୍, ରବର, କାଗଜ, ସ୍କେଲ୍, କାଲ୍‌କୁଲେଟର୍‌, ଜ୍ୟାମିତି ବାକ୍ସ, ଲଗ୍ ଟେବୁଲ୍, ପର୍ସ, ବେଲ୍ଟ, ଚଷମା, ଟୋପି, ଅଳଙ୍କାର, କ୍ୟାମେରା ଆଦି ସାମଗ୍ରୀ ନେବାକୁ ଅନୁମତି ଦିଆଯାଇନଥିଲା। ଯେଉଁମାନେ  ସାମଗ୍ରୀ ଆଣିଥିଲେ, ସେମାନେ ବାହାରେ ରଖି କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ। କପି ରୋକିବାକୁ ଏଆଇ ଟୁଲ୍‌ର ବ୍ୟବହାର ହୋଇଥିଲା। ଜୁନ୍‌ ୧୪ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି।

You Might Also Like

ଆଜିଠୁ ମା’ ତାରିଣୀଙ୍କ ଚଇତି ଯାତ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

କଲମା ପଢ଼ି ନପାରିବାରୁ ଶୁଭମଙ୍କୁ ଗୁଳି କରି ମାରିଲେ ଆତଙ୍କବାଦୀ

ଉମରକୋଟ “ଛାତ୍ରଛାତ୍ରୀ ଅନ୍ୱେଷା ହଷ୍ଟେଲର” ପ୍ରଥମ ବାର୍ଷିକ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭାରତର ବୀର ସୈନିକମାନେ ସଂକଳ୍ପର ସମ୍ମାନ ରକ୍ଷା କରିଛନ୍ତି, : ମୁଖ୍ୟମନ୍ତ୍ରୀ

ଭାରତରେ ରିଲିଜ୍ ହେବନି ପାକ୍‌ ଅଭିନେତା ଫୱାଦଙ୍କ ଫିଲ୍ମ ‘ଅବୀର ଗୁଲାଲ୍’, ରୋକ୍ ଲଗାଇଲେ କେନ୍ଦ୍ର ସରକାର

TAGGED:#odisha#UTKALA KHABARBhubaneswar centerNeet Exam
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?