ରାଜ୍ୟ ୧୮/୪ : ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର । ରାଜ୍ୟରେ ବଣ୍ଟନ ହେବ ନୂଆ ରାସନ କାର୍ଡ । ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଏନେଇ ଆଜି ଘୋଷଣା କରିଛନ୍ତି ରାଜ୍ୟ ସରକାର । ନୂଆ ରାସନ କାର୍ଡ ପ୍ରସ୍ତୁତ କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ନୂଆ ରାସନ କାର୍ଡ ପ୍ରିଣ୍ଟ ସହିତ ଲାମିନେସନ କରି ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହାପରେ ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାସନ କାର୍ଡ ବଣ୍ଟନ କରାଯିବ ।
ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି । e-KYC ମାଧ୍ୟମରେ ରାଜ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ହେଉଛି । ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତ କାର୍ଯ୍ୟ ଶେଷ ହେବା ପରେ ଖୁବ୍ଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ନୂଆ କାର୍ଡ ବଣ୍ଟନ କରାଯିବ ।