Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ୧୧.୨୫% ସଂରକ୍ଷଣ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷାରେ ପଛୁଆ ବର୍ଗଙ୍କୁ ମିଳିବ ୧୧.୨୫% ସଂରକ୍ଷଣ

utkala khabar
Last updated: May 15, 2025 7:14 am
utkala khabar
Published May 15, 2025
Share
SHARE

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ପଛୁଆ ବର୍ଗଙ୍କୁ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ସମେତ ମୋଟ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାରେ ପୂର୍ବ ସରକାରଙ୍କ ଅବହେଳା ଓ ଜନବିରୋଧୀ ନୀତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମାଲୋଚନା କରିଛନ୍ତି ।

ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟର ସାମାଜିକ ଓ ଆର୍ଥକ ପଛୁଆ ବର୍ଗ(ଏସଇବିସି)ଙ୍କୁ ୧୧.୨୫% ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଅନ୍ୟବର୍ଗର ଛାତ୍ରଛାତ୍ରୀଙ୍କୁ ଯେଭଳି ସଂରକ୍ଷଣ ମିଳୁଥିଲା ତାହା ବଜାୟ ରହିବ । ଅନୁସୂଚିତ ଜାତି ବର୍ଗଙ୍କୁ ୧୬.୨୫%, ଅନୁସୂଚିତ ଜନଜାତିଙ୍କୁ ୨୨.୫୦%, ଭିନ୍ନକ୍ଷମଙ୍କୁ ୫% ଓ ପୂର୍ବତନ ସେନ ପରିବାରଙ୍କୁ ୧ ପ୍ରତିଶତ ସଂରକ୍ଷଣ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଉଚ୍ଚଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ସଂରକ୍ଷଣ

ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଲାଗି ଆଜି ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି।   ଏହି ନିଷ୍ପତ୍ତି ଅନୁଯାୟୀ, ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (SEBC) ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାରେ ୧୧.୨୫% ଆସନ ସଂରକ୍ଷଣ ଲାଗୁ କରାଯିବ। ଏହି  ନୀତି  ଚଳିତ ଶିକ୍ଷାବର୍ଷ  ୨୦୨୫-୨୬ ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଚଳନ କରାଯିବ।

ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ  ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ-ଶିକ୍ଷା(Teachers Training) ଓ ଆଇନ ପାଠ୍ୟକ୍ରମ ଅନୁଷ୍ଠାନ ଗୁଡିକରେ ଲାଗୁହେବ। ଏହା ସହିତ  ବିଦ୍ୟାଳୟ ଓ  ଗଣଶିକ୍ଷା  ବିଭାଗର  ଉଚ୍ଚମାଧ୍ୟମିକ (+୨),  ଶିକ୍ଷକ-ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ ଥିବା ଅନୁଷ୍ଠାନ ଗୁଡିକରେ ମଧ୍ୟ ଲାଗୁହେବ।

ଏହା ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡା ଓ ଯୁବସେବା ବିଭାଗର ବ୍ୟାଚେଲର୍‌ ଅଫ୍ ଫିଜିକାଲ ଏଜୁକେସନ୍‌ ଓ ମାଷ୍ଟର ଅଫ ଫିଜିକାଲ ଏଜୁକେସନ ପାଠ୍ୟକ୍ରମରେ ମଧ୍ୟ ଲାଗୁ କରାଯିବ।

ଏହା ସହିତ ଏହି ଅନୁଷ୍ଠାନ ମାନଙ୍କରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୨୨.୫ ପ୍ରତିଶତ, ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଲାଗି ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଲାଗି ୫ ପ୍ରତିଶତ ଓ ପୂର୍ବତନ ସେନାନୀଙ୍କ ପରିବାର ସଦସ୍ୟଙ୍କ ଲାଗି ୧ ପ୍ରତିଶତ ଆସନ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ।

ଏହି  ଐତିହାସିକ ନିଷ୍ପତ୍ତି ଦ୍ୱାରା ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (SEBC) ଛାତ୍ରଛାତ୍ରୀମାନଙ୍କର ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଯେଉଁ ଦୀର୍ଘଦିନର ଅପେକ୍ଷା ଥିଲା ତାହାର ଅନ୍ତ ହୋଇଛି।

ଜାତୀୟ ଶିକ୍ଷା ନୀତି (NEP) 2020 ର ଦୃଷ୍ଟିକୋଣ ସହ ସମନ୍ବୟ ରକ୍ଷାକରି ଏହି ପଦକ୍ଷେପ ଅବହେଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ଉପଲବ୍ଧତା ବଢ଼ାଇବା, ଶିକ୍ଷା ଓ ଚାକିରି କ୍ଷେତ୍ରରେ ସଂରକ୍ଷଣକୁ ସମନ୍ବିତ କରିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇଛି । ଏହା ମାଧ୍ୟମରେ ମୋଟ ନାମଲେଖା ଅନୁପାତ (Gross Enrolment Ratio) ବୃଦ୍ଧି ପାଇବ ଓ ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯାଇ ପାରିବ।

ସମନ୍ୱିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ରେ ସଂଶୋଧନ

ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସମନ୍ୱିତ ନିଯୁକ୍ତି ପରୀକ୍ଷା ନିୟମାବଳୀ, ୨୦୨୨ରେ ସଂଶୋଧନ ପ୍ରସ୍ତାବ ପାରିତ ହୋଇଛି। ଏହି ସଂଶୋଧନ ଅନୁଯାୟୀ, ବିଭିନ୍ନ ପଦବୀରେ ଥ‌ିବା ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ ର ସଂଶୋଧନ କରାଯାଇଛି ।

ଏହି ସଂଶୋଧନ ଅନୁଯାୟୀ  ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପଦବୀ  ଏବଂ  Excise ସବ୍- ଇନ୍ସପେକ୍ଟର ପଦବୀଗୁଡିକ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, 2022 ର ScheduleI ରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏଥିରେ  ଅଗ୍ନିଶମ ସେବା, ହୋମ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ,ଗୃହ (ସିଭିଲ୍ ଡିଫେନ୍ସ) ବିଭାଗର  ମହାନିର୍ଦ୍ଦେଶକଙ୍କ  ଅଧୀନରେ ଥ‌ିବା ନାଗରିକ ପ୍ରତିରକ୍ଷା ପ୍ରଶିକ୍ଷକ/ସିନିୟର ଷ୍ଟୋର ଇନ୍ସପେକ୍ଟର ପଦବୀ ମଧ୍ୟ Schedule-1 ରେ ଅନ୍ତର୍ଭୂକ୍ତ କରାଯାଇଛି  ।

ଏହାଦ୍ୱାରା  ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦବୀଗୁଡିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳନା  କରିପାରିବେ ।

ଆଫ୍ଲକ୍ସ ବନ୍ଧ ଓ ଖଇରିବନ୍ଧନ ବ୍ୟାରେଜ୍‍ ନିର୍ମାଣ ପାଇଁ ୯୭.୯୮ କୋଟି ଟଙ୍କା

ମୟୂରଭଞ୍ଜ ଜିଲ୍ଲାସ୍ଥିତ ଯଶିପୁର ବ୍ଳକର ଅଁଳାବେଣୀରେ ଆଫ୍ଲକ୍ସ ବନ୍ଧ ସହିତ ଖଇରିବନ୍ଧନ ବ୍ୟାରେଜ ପ୍ରକଳ୍ପ ନିର୍ମାଣ” ପାଇଁ ୯୭ କୋଟି ୯୮ ଲକ୍ଷ ୭୫୫ ଟଙ୍କାର ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି ।

ଏହି ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ ଦ୍ୱାରା ଏହି ମରୁଡ଼ି ପ୍ରବଣ ଅଞ୍ଚଳରେ ବସବାସ କରୁଥିବା ପଛୁଆ, ଦୁର୍ବଳ ଏବଂ ଆଦିବାସୀ ଗୋଷ୍ଠୀଙ୍କ ପାଇଁ ଦୀର୍ଘକାଳୀନ ଖରିଫ ଜଳସେଚନ ସୁବିଧା ମିଳିବ। ଏହି ପ୍ରକଳ୍ପକୁ ୩୦  ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି ।

ଏହି ପ୍ରକଳ୍ପ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ରରୁଆଁ ଏବଂ ଶୁକୃଳି ବ୍ଲକର ୪୭ ଟି ଗ୍ରାମର ୬୯୫୦ ହେକ୍ଟର ଚାଷଜମିକୁ ଭୂତଳ ପାଇପଲାଇନ ଜଳବଣ୍ଟନ ବ୍ୟବସ୍ଥା (UGPL) ମାଧ୍ୟମରେ ଖରିଫ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏତଦ୍‍ବ୍ୟତୀତ ଏହି ପ୍ରକଳ୍ପ ୩୫,୦୦୦ ରୁ ଅଧ‌ିକ ଜନସଂଖ୍ୟାକୁ ପାନୀୟ ଜଳ ସୁବିଧା ଯୋଗାଇବା ସହିତ ଘରୋଇ ପଶୁପାଳନ ତଥା ମତ୍ସ୍ୟ ଚାଷର ଚାହିଦାକୁ ମଧ୍ୟ ପୂରଣ କରିବ।

 ଧରଣୀଧର ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୪୦ ଏକର ଜମି

କେନ୍ଦୁଝର ଜିଲ୍ଲାରେ ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର ଓ ଦକ୍ଷିଣ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୪୦ ଏକର ୧୯୭ ଡିସିମିଲ ସରକାରୀ ଜମି ଦେୟମୁକ୍ତ ଲିଜ୍‍ ସୂତ୍ରରେ ପ୍ରଦାନ କରାଯିବ। ଏହା ଦ୍ୱାରା ରାଜ୍ୟ ସରକାର ୧୪୦.୭୧ କୋଟି ଟଙ୍କାର ଏକକାଳୀନ ରାଜସ୍ୱ ଓ ୫୦.୨୬ ଲକ୍ଷ ଟଙ୍କାର ବାର୍ଷିକ ରାଜସ୍ୱ ଛାଡ଼ କରିଛନ୍ତି।

ଓଡ଼ିଶାରେ PMMVY ଯୋଜନାକୁ ଅନୁମୋଦନ

ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାର ମିଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ MAMATA-PMMVY ଯୋଜନା ଅଧୀନରେ ସହାୟତା ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ  ହେଉଛି ଗର୍ଭବତୀ ଓ ପ୍ରସୂତି ମା’ ମାନଙ୍କ ସହିତ ସେମାନଙ୍କ ଶିଶୁ ମାନଙ୍କର ସ୍ବାସ୍ଥ୍ୟ ଓ ପୁଷ୍ଟିରେ ସୁଧାର ଆଣିବା ଏବଂ ମାତୃ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା । ଯୋଜନାର ଆକଳନ ବଜେଟ୍ ୫ ବର୍ଷ ପାଇଁ ୧୬୩୦.୧୦ କୋଟି ଟଙ୍କା ରଖାଯାଇଛି । ଏଥିରେ ଥିବା  ବର୍ଦ୍ଧିତ ସୁବିଧା ଏବଂ ପ୍ରୋତ୍ସାହନ ରାଶି ୧ ଏପ୍ରିଲ, ୨୦୨୫ ରୁ ଲାଗୁ ହେବ ।

 ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ସେବା ନିୟମରେ ସଂଶୋଧନ

ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ‘ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, 2024  ସଂକ୍ଷେପରେ Odisha Govt. ITI Trainers  Service (OGITS) ନିୟମାବଳୀ ସଂଶୋଧନ, ୨୦୨୪ର ପ୍ରଣୟନକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

ଏହା ଦ୍ୱାରା Asst. Training Officer ମାନଙ୍କୁ ପଦୋନ୍ନତି ସୁଯୋଗ ପ୍ରଦାନ, ଅଧ୍ୟକ୍ଷ, ଉପାଧ୍ୟକ୍ଷସ୍ତରରେ ଓ.ପି.ଏସ.ସି. ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ଦେବା ଏବଂ ସେମାନଙ୍କୁ ସ୍ତର 12ରୁ ସ୍ତର-13 କୁ ପଦୋନ୍ନତି ପାଇଁ ଯେକୌଣସି ଇଞ୍ଜିନିୟରିଂ ବିଭାଗରେ ଡିଗ୍ରୀ ହାସଲକୁ ସର୍ବନିମ୍ନ ଯୋଗ୍ୟତା ଭାବରେ ସ୍ଥିର କରାଯାଇଛି  ।

You Might Also Like

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ ,ଏଥର ବି ବାଜି ମାରିଲେ ଛାତ୍ରୀ

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ

ପାୱାରଫୁଲ୍ ସ୍ମାର୍ଟଫୋନ୍ ଲଞ୍ଚ ହେଲା Motorola Edge 60 Pro

ଆତଙ୍କବାଦୀ ଆକ୍ରମଣ ପରେ ହିନାଙ୍କ ମାନସିକ ସ୍ୱାସ୍ଥ୍ୟ ଉପ‌ରେ ପ୍ରଭାବ ପଡ଼ିଛି

ଓଡ଼ିଶାରେ ଖୁବଶୀଘ୍ର ବନ୍ଦ ହେବ ତୁର୍କୀ ସେଓ

TAGGED:#odisha#UTKALA KHABARAdmissiosCabinetSeat reservationSEBC Students
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?