Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ତାତିରେ ସିଝୁଛି ଓଡ଼ିଶା, ପାରଦ ୪୦ ଡିଗ୍ରି ଯାଏ ବଢିପାରେ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ତାତିରେ ସିଝୁଛି ଓଡ଼ିଶା, ପାରଦ ୪୦ ଡିଗ୍ରି ଯାଏ ବଢିପାରେ

utkala khabar
Last updated: May 8, 2025 10:42 am
utkala khabar
Published May 8, 2025
Share
SHARE

ରାଜ୍ୟ ୦୮/୫ : ପୁଣି ଫେରିଲା ତାତି । ଆଜିଠୁ ଭୀଷଣ ତାତି ଓ ଗୁଳୁଗୁଳି। ୧୩ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ଣ ଲହରୀ ସହ ଉଷ୍ଣ ଓ ଆଦ୍ର ସ୍ଥିତି ରହିବାର ସମ୍ଭାବନା ରହିଛି । ଫଳରେ ତାତି ବଢିବା ସହ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ ଝାଞ୍ଜି ପବନ ମଧ୍ୟ ବହିବା ସମ୍ଭାବନା ରହିଛି । ଏହାକୁ ନେଇ କେତେକ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଓ ୧୩ ତାରିଖ ବେଳକୁ ଗ୍ରୀଷ୍ଣ ପ୍ରବାହ ଆହୁରି ବଢିବା ଆକଳନ କରାଯାଇଛି । ଏହି ୨ ଦିନ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଛି । ଆଗକୁ ପାରଦ ୪୫ ଡିଗ୍ରୀ ଛୁଇଁପାରେ । ସେହିପରି ଗତକାଲି ୪୦ ଡିଗ୍ରୀ ଟପିଥିଲା ତାପମାତ୍ରା । ୪୧ ଡିଗ୍ରୀ ସହ ସବୁଠି ଉତ୍ତପ୍ତ ସହର ପାଲଟିଥିଲା ସମ୍ବଲପୁର ।

 

You Might Also Like

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ

ଆଜି ହେବ ହାଇଦରାବାଦ୍‌-ଦିଲ୍ଲୀ ମଧ୍ୟରେ ଲଢେଇ

ଆତଙ୍କବାଦୀ ଆକ୍ରମଣ ପରେ ହିନାଙ୍କ ମାନସିକ ସ୍ୱାସ୍ଥ୍ୟ ଉପ‌ରେ ପ୍ରଭାବ ପଡ଼ିଛି

ବଢ଼ିଲା ସୁନା ଦର, କିଣିବା ପୂର୍ବରୁ ନିଶ୍ଚୟ ପଢ଼ିନିଅନ୍ତୁ ଆଜି କେତେ ଅଛି ଦାମ୍‌

ଶୁଭମନ-ସାରା କାହା ପାଇଁ ଅଲଗା ହେଲେ

TAGGED:#odisha#UTKALA KHABARHeat waveSummer seasonTempreture
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?