ରାଜ୍ୟ ୨୮/୪ : କମିବ ତାପମାତ୍ରା ବଢ଼ିପାରେ ବର୍ଷା । କାଳବୈଶାଖୀ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଉପକୂଳ ଓ ଆଭ୍ୟନ୍ତରୀଣ ସହ ଦକ୍ଷିଣରେ ଝଡ଼ ପବନ ନେଇ ଆଲର୍ଟ ଜାରି କରାଯାଇଛି । ଗତକାଲିଠାରୁ ପାଗ ବଦଳିଥିବାବେଳେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ଫଳରେ ବର୍ଷା ଯୋଗୁ ଦିନର ତାପମାତ୍ରା ୨ ରୁ ୫ ଡିଗ୍ରୀ ଯାଏଁ କମିବା ସମ୍ଭାବନା ରହିଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ରାଜ୍ୟରେ ଝଡ଼ବର୍ଷା ହେବା ସହ କିଛି ସ୍ଥାନରେ କୁଆପଥର ହେବ। ଏଥିପାଇଁ ପାଣିପାଗକେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼। ବାକିଥିବା ସମସ୍ତ ୨୧ ଜିଲ୍ଲାକୁ ଝଡ଼ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିଭଳି ଆସନ୍ତାକାଲି ପାଇଁ ମଧ୍ୟ ସମ୍ପୂର୍ଣ୍ଣ ରାଜ୍ୟକୁ କାଳବୈଶାଖୀ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ,ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଛି ଜନଜୀବନ । ତତଲା କଡ଼େଇରେ ଭାଜି ହେଉଥିଲା ସାରା ଓଡ଼ିଶା । ହେଲେ କାଳବୈଶାଖୀ ବର୍ଷା ଆଣି ଦେଇଛି ଆଶ୍ୱସ୍ତି। ଗତକାଲି ଟ୍ୱିନ ସିଟି ସହ କିଛି ଜିଲ୍ଲାରେ ବର୍ଷା ସହ ପବନ ହୋଇଥିଲା।