Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

utkala khabar
Last updated: June 11, 2025 1:52 pm
utkala khabar
Published June 11, 2025
Share
SHARE

ପୁରୀ ୧୧/୬ : ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ପ୍ରବେଶ କରିଥିଲେ । ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରି ସାନ୍ନିଧ୍ୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିରରେ ଅତିବାହିତ କରିଥିଲେ। ଏଥିସହ ସହ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସ୍ନାନ ବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଚାଲି ଚାଲି ପୁନଶ୍ଚ ଶ୍ରୀମନ୍ଦିର ସିଂହଦ୍ଵାର ଆସି ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଥିଲେ । ସ୍ନାନ ମଣ୍ଡପରେ ଦର୍ଶନ ପରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ବାହାର ପରିକ୍ରମା ମାର୍ଗରେ ଚାଲି ଚାଲି ଯାଇଥିଲେ । ନନ୍ଦିଘୋଷ ରଥ ନିକଟରେ ରଥ ନିର୍ମାଣର କାର୍ଯ୍ୟର ସମୀକ୍ଷା କରିଥିଲେ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ,ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ,ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ରଙ୍କ ସହ ଉତ୍ତର ଦ୍ଵାର ଦେଇ ପ୍ରବେଶ କରିଥିଲେ।ସେହିପରି ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି । ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କରିଛନ୍ତି । ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପରେ ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର ଧାଡି ପହଣ୍ଡିରେ ଆସିଥିଲେ । ବଡ଼ଭାଇଙ୍କ ପରେ ମା’ ସୁଭଦ୍ରାଦେବୀ ଆସି ଚକାରେ ବିଜେ କରିଥିଲେ। ଶେଷରେ ଧାଡି ପହଣ୍ଡିରେ କୋଟି ଓଡ଼ିଆର ମଉଡମଣୀ ବ୍ରହ୍ମାଣ୍ଡଗୋସାଇଁ ପ୍ରଭୁ ଶ୍ରୀଜଗନ୍ନାଥ ଚକାରେ ବିଜେ କରିଥିଲେ ।

 

You Might Also Like

କଳିଙ୍ଗ ସୁପରକପ-୨୦୨୫ : ଓଡ଼ିଶା ଏଫ୍ ସି ଦଳ ପଞ୍ଜାବ ଏଫ୍ ସି ଠାରୁ ପରାସ୍ତ

ରତ୍ନଭଣ୍ଡାର ମରାମତିକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ

ଶାଶୁଘର ଲୋକଙ୍କ ମାଡରେ ବୋହୂର ଭାଙ୍ଗିଲା ମେରୁଦଣ୍ଡ

ଆଜି ହେଉଛି : ଏପ୍ରିଲ ୧୧ “ବିଶ୍ଵ ଛେନାପୋଡ ଦିବସ”

ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି

TAGGED:#mohan charan majhi#odisha#odisha cm#puriSnana yatra
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?