କେନ୍ଦ୍ରାପଡ଼ା ୨୫/୪ : କେନ୍ଦ୍ରପଡା ଜିଲ୍ଲା ରାଜନଗରରେ ନିର୍ବାଚନ ମଣ୍ଡଳୀରେ ସୁଦୃଢ ହେଉଛି ବିଜେପି । ଭାରତୀୟ ଜନତା ପାର୍ଟି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ରାଜନଗର ବିଜେପି ବିଧାୟକ ପ୍ରାର୍ଥୀ ଲଳିତ କୁମାର ବେହେରାଙ୍କ ନେତୃତ୍ୱରେ ଶହ ଶହ ବିଜେଡି ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ନେତ୍ରୀ ତଥା ରାଜନଗର ବ୍ଳକର ପୂର୍ବତନ ଅଧ୍ୟକ୍ଷା ପୁଷ୍ପଲତା ସିଓ,ରାଜପୁର ଗ୍ରାମ ପଂଚାୟତର ସମିତି ସଭ୍ୟ ତଥା ବିଜେଡି ନେତା ଜନ୍ମଜେୟ ସେଠୀ,ପୂର୍ବତନ ସମିତି ସଭ୍ୟ ବିଜ୍ଞାନ ରାଉତ, ବନ୍ଧପଡାର ସମାଜସେବୀ ଦିଲ୍ଲିପ ସିଓ,ଭିତରଗଡର ମହେନ୍ଦ୍ର ଦାସ,ସୁରଶ ଚନ୍ଦ୍ର ରାଉତଙ୍କ ସମେତ ଭିତରଗଡ ଗ୍ରାମ ପଂଚାୟତର ୱାର୍ଡ ସଭ୍ୟ,ନାରାୟଣ ପାତ୍ର,ଅନନ୍ତ ସାହାଣୀ,କମଳା ସାହାଣୀ, ଲ କ୍ଷ୍ମୀଧର ବାରିକ,ଆଶାଲତା ବିଶ୍ୱାଳ,ସୁକୁମାର ମଣ୍ଡଳ,ବନ୍ଧପଡା ଗ୍ରାମ ପଂଚାୟତର ରମେଶ ରାଉତ,ସୁକାନ୍ତି ରାଉତ ଓ ରବିନ୍ଦ୍ର ମହାନ୍ତି ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ,ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ,ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, କେନ୍ଦ୍ରାପଡା ବିଜେପି ବିଧୟିକା ପାର୍ଥୀ ଗୀତାଞ୍ଜଳୀ ସେଠୀ, ବିଜେପି ନେତା ଉମାକାନ୍ତ ପଟ୍ଟନାୟକ, ସଂଜୟ ରଥ ଓ ଲଳିତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କର୍ମୀ ମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ ।