ରାଜକନିକା ୨୯/୪ : ବଜ୍ରପାତରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି | ଗତକାଲି ଅପରାହ୍ନ ପ୍ରାୟ 7ଟା ସମୟରେ ରାଜନଗର ବ୍ଲକ ଶିକାରପାହି ଗାଁର 12 ବର୍ଷ ର ବାଳକ ସୁକୁମାର ମାନ୍ନା ଘର ପାଖ ପଡିଆରେ ଖେଳୁଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା | ଘରକୁ ଦୌଡି ଆସିବା ବେଳେ ସୁକୁମାରଙ୍କ ଉପରେ ବଜ୍ରପାତ ପଡିଥିଲା | ଘଟଣା ସ୍ତଳରେ ସୁକୁମାର ଟଳି ପଡିଥିଲେ | ସୁକୁମାରଙ୍କ ଛାତି ଉପରେ ବଜ୍ରପାତ ପଡିଥିଲା | ଗୁରୁତର ଅବସ୍ଥାରେ ପ୍ରଥମେ ତାଳଚୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଆଜି ଅପରାହ୍ନ ରେ ରାଜନଗର ତାଳଚୁଆ ଅଞ୍ଚଳ ରେ କାଳ ବୈଶାଖ ପ୍ରଭାବ ରେ ପ୍ରବଳ ବର୍ଷା ହୋଇଛି।
ବାଇଟ -ମୃତ ସୁକୁମାର ଙ୍କ ଦାଦା
ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

Leave a Comment