ହିଞ୍ଜିଳିକାଟୁ ୦୩/୪ : ରାସ୍ତାରେ ହୁତୁ,ହୁତୁ ହୋଇ ଜଳିଗଲା ବ୍ୟାଟେରୀ ସ୍କୁଟି ଗାଡ଼ି । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଜାତୀୟ ରାଜପଥ-୫୯ ସନ୍ତୋଷୀ ମାଆ ମନ୍ଦିର ନିକଟରେ ଘଟିଛି ଅଘଟଣ । ଶେରଗଡ଼ରୁ ବ୍ରହ୍ମପୁର ଯିବା ବାଟରେ କୌଣସି କାରଣରୁ ଜଳିଯାଇଛି ସ୍କୁଟି । ଘଟଣା ସ୍ଥଳରୁ ହିଞ୍ଜିଳିକାଟୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗାଡ଼ି ଚାଳକ ସୁରକ୍ଷିତ ରହିଛନ୍ତି ।