Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆତଙ୍କୀ ଭୟ; ସାରା ରାତି ପୁରୀରେ ଚେକିଂ ଏବଂ ବ୍ଲକିଂ

utkala khabar
Last updated: May 9, 2025 9:28 am
utkala khabar
Published May 9, 2025
Share
SHARE

ପୁରୀ ୦୯/୫ : ପାକିସ୍ତାନ ଯେତେ ମାଡ଼ ଖାଇଲେ ବି ସୁଧୁରୁନି । ରାତିସାରା ମି଼ସାଇଲ ଓ ରକେଟ ମାଡ଼ କରୁଛି। ଭାରତ ମଧ୍ୟ ଏହାର ଦୃଢ ଜବାବ ଦେଉଛି। ଭାରତ-ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ସ୍ଥିତି କାରଣରୁ ଦେଶର ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।ସେହିପରି ପୁରୀରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ବାହିନୀ ଶ୍ରୀମନ୍ଦିର ସୁରକ୍ଷାରେ ଲାଗିଛନ୍ତି। ପ୍ରାୟ ୧୫୦ରୁ ‌ଊର୍ଦ୍ଧ ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ ଟ୍ରେନିଂ ଦିଆଯାଇଛି। ସାରା ରାତି ପୋଲିସ ପକ୍ଷରୁ ଜୋରଦାର ଚେକିଂ ଏବଂ ବ୍ଲକିଂ କରାଯାଇଛି। ସହରର ବିଭିନ୍ନ ହୋଟେଲରେ ମଧ୍ୟ ଯାଞ୍ଚ କରାଯାଇଛି। ହୋଟେଲ ରହୁଥିବା ଲୋକମାନଙ୍କର ପରିଚୟପତ୍ର ଯାଞ୍ଚ କରାଯାଉଛି।ଗତକାଲି ରାତି ଓ ଆଜି ସକାଳେ ମଧ୍ୟ ରକେଟ୍ ଓ ମିସାଇଲ ଦ୍ୱାରା ଭାରତ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ଜମ୍ମୁର ଏକାଧିକ ସ୍ଥାନକୁ ଟାର୍ଗେଟ କରି ପାକିସ୍ତାନ ରକେଟ ମାଡ଼ କରୁଛି। ଗତକାଲି ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରିଦିଆଯାଇଛି।

ଅନ୍ୟପକ୍ଷରେ ଭାରତୀୟ ସେନା ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି। ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରି ଦିଆଯାଇଛି। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ।ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରର ୯ଟି ଲୋକେସନରେ ସେନା ଏୟାରଷ୍ଟ୍ରାଇକ କରିଥିଲା। ଏଥିରେ ଜୈସ-ଏ-ମହମ୍ମଦର ୪, ଲସ୍କର-ଏ-ତୋଇବାର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଟି ଠିକଣା ଛାରଖାର ହୋଇଛି। ବହାୱଲପୁରରେ ରହିଛି ଜୈସ-ଏ-ମହମ୍ମଦର ମୁଖ୍ୟାଳୟ। ମୁରିଦକେରେ ରହିଥିଲା ଲସ୍କର-ଏ-ତୋଇବାର ଆଡ୍ଡା।

 

 

 

You Might Also Like

ଦୁନିଆର ଏମିତି ଏକ ଦେଶ ଅଛି ଯେଉଁଠି ଆଦୌ ଇଣ୍ଟରନେଟ ବ୍ୟବହାର କରିବା ମନା

‘କୌନ ବନେଗା କରୋଡପତି ସିଜିନ-୧୭’ ର ନୂଆ ହୋଷ୍ଟ ହେବେ ସଲମାନ

ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ବେଆଇନ ଆଇସ ଫ୍ୟାକ୍ଟ୍ରି

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଆୟୁଷ୍ମାନ ଭାରତ ଯୋଜନାର କରିବେ ଶୁଭାରମ୍ଭ

LOCରେ ପାକିସ୍ତାନର ଗୁଳିମାଡ଼, ମୁହଁତୋଡ ଜବାବ ଦେଲା ଭାରତୀୟ ସେନା

TAGGED:#puri#UTKALA KHABARIndia-pakisthan warShree mandira
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?