Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

utkala khabar
Last updated: April 10, 2025 11:11 am
utkala khabar
Published April 10, 2025
Share
SHARE

ଭୁବନେଶ୍ୱର ୧୦/୦୪ : ଲଘୁଚାପ ପ୍ରଭାବରେ ଓଡ଼ିଶା ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଆହୁରି ଦୁଇ ଦିନ କାଳବୈଶାଖୀ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ହେଲେ ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି ।  ସେହିପରି ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ୧୩ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅନ୍ୟପଟେ ବୌଦ୍ଧ ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି ।  ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋରାପୁଟ, ରାୟଗଡ଼ା, ଦେବଗଡ଼, କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇଛି ।  କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ସର୍ବାଧିକ ୩୦ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାର ବିଷମକଟକରେ ୨୭.୪, କୋଲନରାରେ ୨୧.୩, ରାୟଗଡ଼ାରେ ୧୭.୮ ମିମି ବର୍ଷା ରେକର୍ଡ କରାଯାଇଛି ।

You Might Also Like

ସୁନ୍ଦରଗଡ଼ରେ ବେଆଇନ ଖଣି ଖନନ ଉପରେ ମନ୍ତ୍ରୀଙ୍କ ନେତୃତ୍ୟ

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ, ପାସ୍ ହାର ୮୨.୭୭%

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ

ସ୍ନେକ୍ ହେଲ୍ପଲାଇନ ସହାୟତାରେ ସାପକୁ ଉଦ୍ଧାର କଲେ ସ୍ଥାନୀୟ ବାସିନ୍ଦା

ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, ଆୟୁଷ୍ମାନ ଭାରତ ଯୋଜନାର କରିବେ ଶୁଭାରମ୍ଭ

TAGGED:#kalabaisakhi#odisha#rain#rain alert#utkal khabar#weather#weather news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?