Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡିବା ମନା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡିବା ମନା

utkala khabar
Last updated: April 9, 2025 10:39 am
utkala khabar
Published April 9, 2025
Share
SHARE

ଭୁବନେଶ୍ୱର : ଏଣିକି ଔଷଧ ଦୋକାନରେ ଦେଇ ହେବନି ଇଞ୍ଜେକ୍ସନ ।  ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି । ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହି ମର୍ମରେ ସବୁ ସିଡିଏମ୍ଓଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ । ତେବେ କାହିଁକି ଏଭଳି ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ ?

ଚିଠିରେ କୁହାଯାଇଛି, ଅଣତାଲିମପ୍ରାପ୍ତ ଓ ନନ୍ ପ୍ରାକ୍ଟିସନରମାନେ ରୋଗୀଙ୍କୁ ଇଞ୍ଜେକ୍ସନ ଫୋଡ଼ୁଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସୁଛି । ଏହି କାରଣରୁ କିଛି ମାମଲାରେ ରୋଗୀଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ କିଛି ସ୍ଥାନରେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ଏଭଳି ସ୍ଥିତି ରୋକିବାକୁ ନିୟମିତ ସମୟ ବ୍ୟବଧାନରେ ଘରୋଇ ମେଡିସିନ୍ ଷ୍ଟୋରଗୁଡ଼ିକର ଲାଇସେନ୍ସ ଅପ୍-ଟୁ-ଡେଟ୍ ଅଛି କି ନାହିଁ, ତାହା ଯାଞ୍ଚ ପାଇଁ ସବୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏହା ସତ୍ତ୍ୱେ ଯଦି ଆଗକୁ ଏ ନେଇ କୌଣସି ଅଭିଯୋଗ ଆସେ, ତାହେଲେ ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଔଷଧ ଦୋକାନଗୁଡିକରେ ଯାଞ୍ଚ କରାଯିବା ସହ ଏହାର ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇବାକୁ କୁହାଯାଇଛି ।

You Might Also Like

କାଶ୍ମୀର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଲେ ପ୍ରଶାନ୍ତ ଶତପଥୀ

ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା

କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଚଇତି ପର୍ବରେ ମା’ ତାରିଣୀଙ୍କୁ କରିବେ ଦର୍ଶନ

କାହାକୁ ଓ କେମିତି ମିଳିବ ଆୟୁଷ୍ମାନ କାର୍ଡ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ

ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, ୫୦ ଲକ୍ଷରୁ ଅଧିକ ଚାଷୀ ହେଲେ ଲାଭବାନ

TAGGED:#bhubaneswar#drugstore#injections#medicine store#odisha#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?