Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି, ୪୦ ଡିଗ୍ରୀ ଟପିଲା ପାରଦ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି, ୪୦ ଡିଗ୍ରୀ ଟପିଲା ପାରଦ

utkala khabar
Last updated: May 12, 2025 10:22 am
utkala khabar
Published May 12, 2025
Share
SHARE

ରାଜ୍ୟ ୧୨/୫ : ରାଜ୍ୟରେ ଅଗ୍ନିବର୍ଷା। ତାତିରେ ସିଝୁଛି ସାରା ଓଡ଼ିଶା। ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି। ୧୯ ସ୍ଥାନରେ ୪୦ ଡିଗ୍ରୀ ଟପିଲା ପାରଦ। ଗତ ୨୪ ଘଣ୍ଟାରେ ୪୩.୨ ଡିଗ୍ରୀ ସହ ସମ୍ବଲପୁର ସବଠୁ ଉତ୍ତପ୍ତ ସହର ପାଲଟିଛିଲା। ଟିଟିଲାଗଡ଼ ୪୨.୫ ଏବଂ ବଲାଙ୍ଗିରରେ ୪୨ ଡିଗ୍ରୀ ଛୁଇଁଛି ପାରଦ। ଅନୁଗୁଳରେ ୪୧.୭, ବାରିପଦାରେ ୪୦.୪ ଓ ଝାରସୁଗୁଡ଼ାରେ ପାରଦ ୪୧.୬ ଡିଗ୍ରୀ ଛୁଇଁଛି। ଭୁବନେଶ୍ବରରେ ପ୍ରଥମ କରି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ ହୋଇଛି।

ବାୟୁମଣ୍ଡଳରେ ଆଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।  ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଆଜି ଗରମ ଓ ଗୁଳୁଗୁଳି ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ଆଲର୍ଟ ହୋଇଛି । ତା ମଧ୍ୟରୁ ୯ ଜିଲ୍ଲାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି ।

You Might Also Like

ଜାପାନ ତିଆରି କରୁଛି ‘ସ୍ପେସ୍’ ଓ୍ୱାଇନ୍

ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ସହ ୩୫ ବର୍ଷ ଧରି ଛଳନା କରିଥିଲେ ବିଜେଡି ଏବଂ କଂଗ୍ରେସ

୪୯ ବର୍ଷ ବୟସରେ ଗର୍ଭବତୀ ହେଲେ କି ଅମିଷା ପଟେଲ, ଭିଡିଓ ପୋଷ୍ଟ ହେଲା ଭାଇରାଲ

ଆଜିର ଦିନଟି କେମିତି କଟିବ ଜାଣନ୍ତୁ

ପୁଣି କମିଲା ସୁନା ଦର, ୨୨ ଓ ୨୪ କ୍ୟାରେଟ୍ ପିଛା କେତେ ଜାଣନ୍ତୁ

TAGGED:#odisha#UTKALA KHABARHeat waveSummer seasonTempreture
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?