ପ୍ରବଳ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଆଜି ମଧ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ଅଧିକାଂଶ ଜିଲ୍ଲାରେ ପାଗ ସୁଖିଲା ରହିଥିଲା ।
ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ଦିନର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ସହରରେ ଦିନର ତାପମାତ୍ରା କମ ରହିଛି ।ପୁଣି ଆସୁଛି ବର୍ଷା । ବଙ୍ଗୋପ ସାଗରରେ ପୁଣି ଆସୁଛି ଲଘୁଚାପ । ରାଜ୍ୟରେ ବଦଳିବ ପାଗ । ତାତି ଓ ଗରମରୁ ମିଳିବ ଆଶ୍ବସ୍ତି । ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କଲାଣି ପାଣିପାଗ ବିଭାଗ ।
ଆସୁଛି ଲଘୁଚାପ । ହେବ ବଡ଼ ବର୍ଷା । ଆସନ୍ତା ଏପ୍ରିଲ ୮ ତାରିଖ ପରେ ପୁଣି ରାଜ୍ୟରେ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ । ୮ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।ତେବେ ଏପ୍ରିଲ ୮ ତାରିଖରୁ ପୁଣି ରାଜ୍ୟରେ ପାଗ ବଦଳିବାର ସମ୍ଭାବନା ରହିଛି । ପୁଣି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିବ। ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।