Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

utkala khabar
Last updated: April 17, 2025 12:19 pm
utkala khabar
Published April 17, 2025
Share
SHARE

ଭୁବନେଶ୍ୱର ୧୭/୦୪ :  ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ନୀତିନ ଗଡ଼କରୀ । କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ । ୪ ହଜାର କୋଟିର ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଓଡ଼ିଶା ଆସୁଛନ୍ତି । ଦିନିକିଆ ଓଡ଼ିଶା ଗସ୍ତରେ ଆସି ସେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଅପରାହ୍ନରେ ଭୁବନେଶ୍ୱର ଆସି ବରମୁଣ୍ଡା ପଡ଼ିଆରେ ରାଜ୍ୟ ପାଇଁ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କାର ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍‌ଘାଟନ କରିବେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଦିନ ୧୦ଟା ୪୦ରେ  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଦିନ ୧୧ଟାରେ କଟକ ଯାଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ମହତାବଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ହେଉଛି ।

ଅପରାହ୍ନରେ  ଗଡ଼କରୀ ଭୁବନେଶ୍ୱର ଫେରିବେ । ଦିନ ୨ଟା ବେଳକୁ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ । ଅପରାହ୍ନ ୩ଟା ବେଳକୁ ହୋଟେଲ ମେ  ଫେୟାରରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା  କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା  ବୈଠକରେ ଉପସ୍ଥିତ ରହିବେ ।

ସାଢ଼େ ୪ଟା ବେଳକୁ ବରମୁଣ୍ଡା ପଡ଼ିଆରୁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ୮୦୦  କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ ।  ତାଳଚେରରୁ କାମାକ୍ଷନଗର ଯାଏ ହୋଇଥିବା ୪ ଲେନ୍‌ ରାସ୍ତା ପ୍ରକଳ୍ପକୁ  ସେ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ଏନଏଚ ୧୪୯ ଓ  ୫୩ରେ ତିଆରି ହୋଇଥିବା ଏହି ପ୍ରକଳ୍ପରେ ୭୯୫ କୋଟି ଟଙ୍କା ଖର୍ଚ୍ଚ  ହୋଇଛି ।

You Might Also Like

ଭୁବନେଶ୍ଵର ଓ କଟକରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା

ଫ୍ଲିପକାର୍ଟର ଜବରଦସ୍ତ ସେଲ୍‌ ଶସ୍ତାରେ ମିଳିବ ଏସି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍‌

ଅପରେସନ୍‌ ସିନ୍ଦୂର ; ଏଟିଏମ୍‌-ୟୁପିଆଇକୁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ମେ ୧୨ରୁ କାର୍ଯ୍ୟକ୍ଷମ ହେବ ନୂଆ ଭୁବନେଶ୍ୱର ଷ୍ଟେସନ

TAGGED:#bhubaneswar#UTKALA KHABARLaunch Rs 4K CroreNitin GadkariRoad ProjectsUnion Minister
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?