Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ

utkala khabar
Last updated: April 19, 2025 11:43 am
utkala khabar
Published April 19, 2025
Share
SHARE

ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁଁ ସେ ଗତ କିଛି ବର୍ଷ ଧରି ଅସୁସ୍ଥ ହୋଇ ଚିକିତ୍ସାଧୀନ ରହିଥିଲେ ।ତେବେ ରତିକାନ୍ତ ମହାନ୍ତି ଦି ଏସିଆନ୍ ଏଜ୍, ଦିନଲିପି, ସ୍ୱରାଜ୍ୟ ଏବଂ ପର୍ଯ୍ୟବେକ୍ଷକ ଭଳି ଅନେକ ସମ୍ବାଦ ସଂସ୍ଥା ସହିତ କାମ କରିଥିଲେ । ସେ ପ୍ରାୟ ଚାରି ଦଶନ୍ଧି ଧରି ଶାସନ ଏବଂ ରାଜନୀତିର ଖବର ପରିବେଷଣ କରିଥିଲେ ।  ତାଙ୍କ ପରିବାରରେ ସ୍ତ୍ରୀ ସିପ୍ରା ମହାନ୍ତି ଏବଂ ଦୁଇ ଝିଅ  ଅଛନ୍ତି ।ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଏକ୍ସ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ସେ ଦୁଃଖିତ ଓ ମର୍ମାହତ । ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ । ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି ।ଏହାସହ  ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ୱର୍ଗତଃ ମହାନ୍ତି ତାଙ୍କର ବୃତ୍ତି ପ୍ରତି ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗୀତକୃତ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ନିଷ୍ଠା ଅତୁଳନୀୟ ଥିଲା । ତାଙ୍କର ବିୟୋଗରେ ଆମେ ଜଣେ ଆଦର୍ଶ ସାମ୍ବାଦିକ ଓ ଭଲ ମଣିଷଙ୍କୁ ହରାଇଲୁ । ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

 

 

 

You Might Also Like

ଗରମରୁ ସାମାନ୍ୟ ତ୍ରାହି, ଆହୁରି ଦୁଇ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଏପ୍ରିଲରୁ ଜୁନ୍ ଯାଏଁ ଅଗ୍ନିବର୍ଷା; ଏବେ ଆଶ୍ଵସ୍ତି ଆଣିବ କାଳବୈଶାଖୀ

ଆତ୍ମବିଶ୍ୱାସ ସହ ଜ୍ଞାନର ଅଦ୍ଭୁତ ସଂଯୋଗ ଥିଲେ ଡ. ମହତାବ

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜିର ଦାମ କେତେ ରହିଛି ଦେଖନ୍ତୁ

TAGGED:#odishaJournalistPasses awayRatikanta mohantyUtkala News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?