Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ରିଲିଜ୍ ହେଲା ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ଟ୍ରେଲର୍, ସୈନିକ ଭାବରେ ନଜର ଆସିଲେ ଇମ୍ରାନ୍ ହାଶମୀ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ରିଲିଜ୍ ହେଲା ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ଟ୍ରେଲର୍, ସୈନିକ ଭାବରେ ନଜର ଆସିଲେ ଇମ୍ରାନ୍ ହାଶମୀ

utkala khabar
Last updated: April 9, 2025 12:14 pm
utkala khabar
Published April 9, 2025
Share
SHARE

ଇମ୍ରାନ୍ ହାଶମୀଙ୍କ ଆଗାମୀ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ଟ୍ରେଲର ରିଲିଜ୍ ହୋଇଛି । ଯାହା କାଶ୍ମୀର ଆତଙ୍କବାଦୀଙ୍କ କଳା କାରନାମାର ସତ୍ୟକୁ ଦର୍ଶାଉଛି । ଏହି ଆକ୍ସନରେ ପରିପୂର୍ଣ୍ଣ ଟ୍ରେଲରରେ ଜବରଦସ୍ତ ଆକ୍ସନ ସିକ୍ୱେନ୍ସ, ଦମଦାର ଡାଇଲଗ୍ ଏବଂ ଦେଶପ୍ରେମର ଭାବନାକୁ ବହୁତ ଭଲ ଭାବରେ ଉପସ୍ଥାପନ କରାଯାଇଛି । ରୋମାଣ୍ଟିକ ହିରୋ ଏବଂ ଖଳନାୟକଙ୍କ ପରେ ଏବେ ଇମ୍ରାନ ହାଶମୀ ଜଣେ ସୈନିକ ଭୂମିକାରେ ଧମାଲ୍ କରିବାକୁ ଯାଉଛନ୍ତି । ଇମ୍ରାନ ହାସମୀଙ୍କ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ ବହୁତ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି ।

ଟ୍ରେଲର ଦେଖିବା ପରେ ଏହା ସ୍ପଷ୍ଟ ଯେ ଏହି ଫିଲ୍ମଟି ସେନାର ଏକ ପ୍ରକୃତ ଅପରେସନ ଉପରେ ଆଧାରିତ। ଯୁଦ୍ଧ ପରିବେଶରେ ସାହସ ଏବଂ ତ୍ୟାଗର ଏକ ଅଶୁଣା କାହାଣୀ ଦେଖିବାକୁ ମିଳିବ ଏହି ଫିଲ୍ମରେ । ‘ଗ୍ରାଉଣ୍ଡ ଜିରୋ’ର ନିର୍ମାତାମାନେ କିଛି ସମୟ ଧରି ପୋଷ୍ଟର ଏବଂ ଟିଜର ମାଧ୍ୟମରେ ଫ୍ୟାନ୍ସଙ୍କ ମନରେ ସସପେନ୍ସ ଆଣିଥିଲେ ଏବଂ ଏବେ ଶେଷରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ଯେତେବେଳେ ଇମ୍ରାନ ହାଶମୀ ବାସ୍ତବ ଜୀବନର ବିଏସଏଫ କମାଣ୍ଡାଣ୍ଟ ନରେନ୍ଦ୍ର ନାଥ ଧର ଦୁବେଙ୍କ ଭୂମିକାରେ ବହୁତ ଭଲ ଦେଖାଯାଉଛନ୍ତି ।

ଲୋକମାନେ ତାଙ୍କର ଏହି ନୂତନ ଷ୍ଟାଇଲକୁ ବହୁତ ପସନ୍ଦ କରୁଛନ୍ତି । ତାଙ୍କର ଟ୍ରାନ୍ସଫରମେସନ ଏତେ ଶକ୍ତିଶାଳୀ ଯେ ୟୁଜର୍ସମାନେ ତାଙ୍କ ପ୍ରଶଂସା କରି ଥକିନାହାନ୍ତି । ଗ୍ରାଉଣ୍ଡ ଜିରୋ ଟ୍ରେଲରର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ବହୁତ ଦମଦାର ଯାହାକୁ ଶୁଣିଲେ ଯେକୌଣସି ବ୍ୟକ୍ତିଙ୍କ ହୃଦୟରେ ଦେଶପ୍ରେମ ଜାଗ୍ରତ ହେବ । ଜଣେ ବିଏସଏଫ ଅଧିକାରୀଙ୍କ ଭୂମିକାରେ ଇମରାନ ହାଶମୀ ବହୁତ ପାୱାରଫୁଲ୍ ଦେଖାଯାଉଛନ୍ତି । ଯେଉଁ ପ୍ରଯୋଜକମାନେ ଆମକୁ ‘ଲକ୍ଷ୍ୟ’ ଭଳି ଏକ ଶକ୍ତିଶାଳୀ ଫିଲ୍ମ ଦେଇଥିଲେ ଏବେ ପୁଣିଥରେ ‘ଗ୍ରାଉଣ୍ଡ ଜିରୋ’ ସହିତ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ।

‘ଗ୍ରାଉଣ୍ଡ ଜିରୋ’ ଏକ୍ସେଲ ଏଣ୍ଟରଟେନମେଣ୍ଟର ଏକ ଦମଦାର ପ୍ରୋଜେକ୍ଟ, ଯାହାକୁ ରିତେଶ ସିଧୱାନୀ ଏବଂ ଫରହାନ ଅଖତର ପ୍ରଯୋଜନା କରିଛନ୍ତି । ତେଜସ ଦେବସ୍କର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି । ‘ଗ୍ରାଉଣ୍ଡ ଜିରୋ’ ୨୫ ଏପ୍ରିଲ, ୨୦୨୫ରେ ସିନେମାହଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।

You Might Also Like

କେହି ଡେଣା ବିନା ଉଡ଼ିପାରିବ? ଜାଣନ୍ତୁ ଏହା ବିଷୟରେ କ’ଣ କହୁଛି ବିଜ୍ଞାନ…

ଆଜିଠୁ ମା’ ତାରିଣୀଙ୍କ ଚଇତି ଯାତ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଗାଉନ ପିନ୍ଧି ଫ୍ୟାନ୍ସଙ୍କୁ ଆକର୍ଷିତ କଲେ ଆଲିଆ

ଢେଙ୍କାନାଳର ପ୍ରସିଦ୍ଧ ଖାଦ୍ୟ, ଛୋଟ ବଡ ଦୋକାନ ସହ ଘରେ ଘରେ ନେଇଛି ଜଳଖିଆର ସ୍ଥାନ

ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡିବା ମନା

TAGGED:#bollywood actor#bollywood movie#emraan hashmi#entertainment#entertainment news#movie#release2025#the film ground zero#trailer#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?