Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୧୦ରୁ ୧୭ ଯାଏଁ ରାଜ୍ୟରେ ବର୍ଷା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୧୦ରୁ ୧୭ ଯାଏଁ ରାଜ୍ୟରେ ବର୍ଷା

utkala khabar
Last updated: April 8, 2025 10:43 am
utkala khabar
Published April 8, 2025
Share
SHARE

ଭୁବନେଶ୍ୱର ୦୮/୦୪ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା  ୧୦ରୁ ୧୭ ତାରିଖ ଯାଏ ରାଜ୍ୟର କିଛି  ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ରୁ ୧୫ ତାରିଖ ମଧ୍ୟମ ବର୍ଷା ସମ୍ଭାବନା  ରହିଛି। ୧୬ ଓ ୧୭ରେ ୫ ଜିଲ୍ଲାରେ  ଅଧିକ ବର୍ଷା ହୋଇପାରେ। ବରିଷ୍ଠ  ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ଡ.ପଶୁପାଳକଙ୍କ ଆକଳନ  ଅନୁସାରେ, ସୃଷ୍ଟି ହୋଇଥିବା ଲଘୁଚାପ ୯ ଓ ୧୦ରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଲଘୁଚାପର ସିଧା   ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ।   କିନ୍ତୁ ଏହା ଦ୍ୱାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ। ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କିଛି ସ୍ଥାନରେ  କାଳବୈଶାଖୀ ସମ୍ଭାବନା ରହିଛି। ୧୦ ତାରିଖରେ ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକା ବର୍ଷା ହେବ। ୧୩ରୁ ୧୫ ମଧ୍ୟରେ ଉତ୍ତର ଉପକୂଳ  ଓ ସଂଲଗ୍ନ ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ସ୍ୱଳ୍ପ ଓ କେତେକ ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ ।

ସେହିପରି ୧୬ ଓ ୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ଓ ଦକ୍ଷିଣ ଆଭ୍ୟନ୍ତରଣରେ କାଁ ଭାଁ ବର୍ଷା ହୋଇପାରେ। ଅନେକ ସ୍ଥାନରେ ୮ ଓ ୯ ତାରିଖରେ  ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ  ବଢ଼ିବ । ୧୦ରେ ଅଳ୍ପ ସ୍ଥାନରେ କମିବ। ବଲାଙ୍ଗିର, କଳାହାଣ୍ଡି, ସୋନପୁର,  ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ  ଉପରେ ରହିବ। ୧୪ ତାରିଖ ଅର୍ଥାତ୍‌  ପଣା ସଂକ୍ରାନ୍ତିଠାରୁ ରାଜ୍ୟରେ ତାପମାତ୍ରା  କମିପାରେ। ଉପକୂଳରେ ଗୁଳଗୁଳି ବଢ଼ିବ। ୧୩ ଓ ୧୪ରେ ଉତ୍ତର ଉପକୂଳ   ଓ ସଂଲଗ୍ନ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର   ଅନୁଯାୟୀ, ସୋମବାର ରାଜ୍ୟରେ ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଥିଲା। ଅନୁଗୁଳ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ ହୋଇଛି। ବୌଦ୍ଧରେ ୪୧.୮ ଡିଗ୍ରୀ, ଝାରସୁଗୁଡ଼ା ୪୧.୬, ଟିଟିଲାଗଡ଼ରେ  ୪୧.୫, ସୋନପୁର ୪୧.୪, ବଲାଙ୍ଗିର  ୪୧.୨, ସମ୍ବଲପୁରରେ ୪୦, ହୀରାକୁଦ ୪୦.୩, ଭବାନୀପାଟଣା ୪୦.୫, ପାରଳାଖେମୁଣ୍ଡି ୪୦, ନୂଆପଡ଼ା ୪୦.୫  ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା  ୩୬.୮ ଡିଗ୍ରୀ ରେକର୍ଡ ହୋଇଛି ।

୯ ତାରିଖରୁ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବଜ୍ରପାତ  ସାଙ୍ଗକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏସବୁ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ  ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

You Might Also Like

ବଜ୍ରପାତରେ ଜଣେ ନାବାଳକଙ୍କ ମୃତ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ

ପଞ୍ଚାୟତରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପାଇଁ ହେବ ଉପନିର୍ବାଚନ , ୭୭୧ଟି ୱାର୍ଡରେ ପଡିବ ଭୋଟ

୭ ବର୍ଷ ପରେ ଦୋଷୀ ପୁଞ୍ଜିଲାଲକୁ ମିଳିଲା ଆଜୀବନ ଜେଲ୍ ଦଣ୍ଡାଦେଶ

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି, ଓଡ଼ିଆ ପରମ୍ପରାରେ ଆଜିଠାରୁ ନୂଆବର୍ଷ ଆରମ୍ଭ

TAGGED:#odisha#rain#rainalert#utkal khabar#weather
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?