Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜି ହେଉଛି : ଏପ୍ରିଲ ୧୧ “ବିଶ୍ଵ ଛେନାପୋଡ ଦିବସ”
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଆଜି ହେଉଛି : ଏପ୍ରିଲ ୧୧ “ବିଶ୍ଵ ଛେନାପୋଡ ଦିବସ”

utkala khabar
Last updated: April 11, 2025 4:55 pm
utkala khabar
Published April 11, 2025
Share
SHARE

ସିରାରେ ଜୁଡୁବୁଡୁ ତା’ ଶରୀର । ଦେଖିବାକୁ ବାହାରୁ ବାଦାମୀ ଭିତରୁ ଧଳା । ଆଉ ହାତକୁ ତ ତୁଳା ପରି ନରମ । ଖଣ୍ଡିଏ କାଟିଆଣି ପାଟିରେ ରଖିଦେଲେ, ଏହାର ସ୍ୱାଦ ଆପଣଙ୍କୁ ସ୍ୱର୍ଗତୁଲ୍ୟ ଅନୁଭବ ଦେବ । ଦର୍ଶକବନ୍ଧୁ ଏ ଫଟୋ ଦେଖି ଆପଣଙ୍କ ପାଟିରୁ ଲାଳ ଗଡ଼ିଥିବ ନିଶ୍ଚିତ । କାରଣ ଇଏ ହେଉଛି ଆମ ଓଡ଼ିଆଙ୍କ ଅତି ପ୍ରିୟ, ଆଉ ନୟାଗଡ଼ିଆଙ୍କ ଅତି ଆପଣାର ଛେନାପୋଡ଼ । ତାକୁ କିଏ କୁହେ ମିଠା ତ ପୁଣି କିଏ କୁହେ ପିଠା । ଏହି ସୁସ୍ୱାଦୁ ଖାଦ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆଜି ହେଉଛି ଏପ୍ରିଲ ୧୧, ବିଶ୍ୱ ଛେନା ପୋଡ଼ ଦିବସ । ଯାହାକୁ ନେଇ ସମସ୍ତ ଓଡ଼ିଆଙ୍କ ମନରେ ନାହିଁନଥିବା ଖୁସି । ସବୁଠି ପାଳନ ହେଉଛି ଏହି ପର୍ବ ।

ଆଵାଳ ବୃଦ୍ଧ ବନିତା ସଭିଁଙ୍କ ଖାସ ଏଇ ମିଠା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହେଲ୍ପିଂ ହ୍ୟାଣ୍ଡ’ ପକ୍ଷରୁ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ୨୦୨୨ ମସିହାରୁ ଆରମ୍ଭ ହୋଇଥିଲା ଉଦ୍ୟମ । ଆଉ ଏହାପରେ ଏବେ ଚାରିଆଡେ ବିଶ୍ୱ ଛେନାପୋଡ଼ ଦିବସ ପାଳନ ହୋଇଆସୁଛି ।

ଛେନା ଓ ଚିନି ମୁଖ୍ୟତଃ ଏହି ୨ଟି ଜିନିଷରୁ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ । କେହି କେହି ଏଥିରେ ଆଉକିଛି ପଦାର୍ଥ ପକାଇ ଏହାର ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିଥାନ୍ତି । ଦଶପଲ୍ଲାର ମୂଳ ବାସିନ୍ଦା ତଥା ନୟାଗଡ଼ର ସ୍ୱର୍ଗତ ସୁଦର୍ଶନ ସାହୁଙ୍କୁ ଛେନାପୋଡ଼ର ସ୍ରଷ୍ଟା ବୋଲି କୁହାଯାଏ ।

ଛେନାପୋଡ଼ ଇତିହାସ:

କଚେରି ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ଦିନେ ବଳି ପଡିଥିବା କିଛି ଛେନାକୁ ନଷ୍ଟ ହେବାରୁ ବଞ୍ଚାଇବାକୁ ଏଥିରେ କିଛି ଚିନି ମିଶାଇ ତାକୁ ପୋଡ଼ପିଠା ପରି ପୋଡି ଦେଇଥିଲେ । ଆଉ ସେଠାରୁ ହିଁ ଜନ୍ମ ନେଇଥିଲା ଏହି ଲୋକପ୍ରିୟ ମିଠା । ଆଉ ଖାସ୍‌ ସେଥିପାଇଁ ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଏ ।

ଆମ ରାଜ୍ୟ ତଥା ଦେଶରେ ଛେନାପୋଡ଼ର ବହୁତ ଚାହିଦା ରହିଛି । ସେଥିପାଇଁ ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ନୟାଗଡ଼ ଏବଂ ସର୍ବୋପରି ଓଡିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଛେନାପୋଡ଼ । ତେଣୁ ଏହି ମିଠାକୁ ବିଶ୍ୱସ୍ତରୀୟ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ସମସ୍ତେ । ଆଉ ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଉଦ୍ୟମରେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି ।

ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବରେ ପାଳନ କରୁଛନ୍ତି ସଭିଁଏ । ଏପଟେ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ଅପେକ୍ଷାରେ ପ୍ରତିଟି ଛେନାପୋଡ଼ ପ୍ରେମୀ ।

You Might Also Like

କ୍ୱାଲିଫାୟର-୧ରେ ପହଞ୍ଚିଲା ପଞ୍ଜାବ, ମୁମ୍ୱାଇ ୭ ୱିକେଟରେ ପରାସ୍ତ

ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା

ହୁ ହୁ ହୋଇ ଜଳିଗଲା ବ୍ୟାଟେରୀ ସ୍କୁଟି

୧୪ ଯାଏଁ କଲବଲ କରିବ ଖରା, ନାକେଦମ କରିବ ଗୁଳୁଗୁଳି

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କରାଗଲା ବଡ଼ ମହାସ୍ନାନ

TAGGED:#lifestyle#odisha#UTKALA KHABAR11 AprilChhenapoda DivasOdia Dessert
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?