Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ପ୍ରଥମ କ୍ଵାଲିଫାୟରରେ ପଞ୍ଜାବକୁ ସହଜରେ ହରାଇଲା ବାଙ୍ଗାଲୁରୁ , ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ପ୍ରଥମ କ୍ଵାଲିଫାୟରରେ ପଞ୍ଜାବକୁ ସହଜରେ ହରାଇଲା ବାଙ୍ଗାଲୁରୁ , ଚତୁର୍ଥ ଥର ଫାଇନାଲ୍‌ରେ ପ୍ରବେଶ

utkala khabar
Last updated: May 30, 2025 11:15 am
utkala khabar
Published May 30, 2025
Share
SHARE

ଆଇପିଏଲ ୩0/୫ : ବୋଲରଙ୍କ ଘାତକ ବୋଲିଂ ପରେ ଫିଲିପ ସଲ୍ଟଙ୍କ ଧୂଆଁଧାର ବିସ୍ପୋରକ ଅର୍ଦ୍ଧଶତକ। ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍‌ରେ ଅତି ସହଜରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ବିଜୟ ସହ ଆଇପିଏଲ୍ ଇତିହାସରେ ଚତୁର୍ଥ ଥର ଫାଇନାଲ୍‌ରେ ପହଞ୍ଚିଛି ଆରସିବି। ଦୀର୍ଘ ନଅ ବର୍ଷ ପରେ ଆରସିବି ଫାଇନାଲ୍‌ରେ ପହଞ୍ଚିଛି। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସ ଏଲିମିନେଟରର ବିଜେତାଙ୍କୁ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଥିଲା। ଜବାବରେ ଆରସିବି ମାତ୍ର ୨ ଓ୍ଵିକେଟ୍ ହରାଇ ୧୦ ଓଭରରେ ମ୍ୟାଚ୍ ଜିତି ନେଇଛି। ୨୦୦୯, ୨୦୧୧ ଏବଂ ୨୦୧୬ରେ ଆରସିବି ଫାଇନାଲ୍‌ରେ ପହଞ୍ଚିଥିଲେ ହେଁ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

୧୦୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ବେଙ୍ଗାଲୁରୁକୁ ୩୦ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ବିରାଟ କୋହଲି ୧୨ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଫିଲିପ୍ ସଲ୍ଟ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଛନ୍ତି। ମୟଙ୍କ ଅଗ୍ରଓ୍ଵାଲ ୧୯ ରନ କରି ପାଭିଲିୟନ ଫେରିଥିଲେ।

ବିଜୟରେ ବାକି ଔପଚାରିକତା ସଲ୍ଟ ଓ ଅଧିନାୟକ ରଜତ ପାଟିଦାର ପୂରା କରିଥିଲେ। ସଲ୍ଟ ୨୭ ବଲରୁ ୬ ଚୌକା ଓ ୩ ଛକା ସହ ୫୬ ରନ ଓ ରଜତ ପାଟିଦାର ୮ ବଲରୁ ୧୫ ରନ କରି ଅପରାଜିତ ଥିଲେ। ଆରସିବି ମାତ୍ର ୧୦ ଓଭରରେ ୨ ଓ୍ଵିକେଟ୍ ହରାଇ ମ୍ୟାଚ୍‌କୁ ଅତି ସହଜରେ ଜିତି ନେଇଛି।

ପଞ୍ଜାବ କିଙ୍ଗ୍ସ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ସ୍ଵପ୍ନରେ କେବେ ଭାବି ନ ଥିବ ଯେ ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ଦଳର ସ୍ଥିତି ଏମିତି ହେବ। ଦଳ ଆରମ୍ଭରୁ ନିୟମିତ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦଳର ବ୍ୟାଟିଂ ତାସପତା ପରି ଭୁଶୁଡ଼ି ପଡ଼ିଥିଲା। କୌଣସି ବ୍ୟାଟର କ୍ରିଜରେ ତିଷ୍ଠି ପାରି ନ ଥିଲେ। ସ୍ଥିତି ଏମିତି ଯେ ପଞ୍ଜାବର କେବଳ ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାର୍କସ ଷ୍ଟୋଇନିସ ୨୬ ରନ, ପ୍ରଭସିମରନ ସିଂ ୧୮ ରନ ଓ ଅଜମତୁଲ୍ଲା ଉମରଜାଇ ୧୮ ରନ କରି ପାରିଥିଲେ।

ଅଧିନାୟକ ଶ୍ରେୟସ ଆୟର ୨ ରନ କରି ନିରାଶ କରିଥିଲେ। ପ୍ରିୟାଂଶ ଆର୍ଯ୍ୟ ୭ ରନ, ଜୋଶ ଇଙ୍ଗ୍ଲିସ ୪ ରନ, ନେହଲ ଓ୍ଵଧେରା ୮ ରନ ଓ ଶଶାଙ୍କ ସିଂଙ୍କ ପରି ବ୍ୟାଟର ୩ ରନ କରିଥିଲେ।

ଶେଷରେ ପଞ୍ଜାବ ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ସୂୟଶ ଶର୍ମା ୩ ଓଭରରେ ୧୭ ରନ ଦେଇ ୩ଟି ଓ୍ଵିକେଟ୍ ଓ ଜୋଶ ହେଜେଲଉଡ ୨୧ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ୟଶ ଦୟାଲଙ୍କୁ ୨ଟି ସଫଳତା ମିଳିଛି।

You Might Also Like

ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ

ରାଜଧାନୀରେ ବାଜିଲା ସାଇରନ, ଅପରାହ୍ନ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ

ମୁଖ୍ୟମନ୍ତ୍ରୀ ବସ୍ ସେବା; ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦% ରିହାତି

ବିରାଟ-ଅନୁଷ୍କାଙ୍କୁ କ’ଣ କହିଲେ ପ୍ରେମାନନ୍ଦ ମହାରାଜ ?

ଏସବିଆଇ ବଦଳାଇଲା ଏଟିଏମ ୱିଡ୍ରାଲର ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

TAGGED:#Punjab Kings#royal challengers bengaluru#UTKALA KHABARFirst QualifierIndian Premier League 2025Sports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?