Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବାହାନଗା ରେଳ ଦୁର୍ଘଟଣାକୁ ଆଜି ୨ ବର୍ଷ ପୂରିଲା
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ବାହାନଗା ରେଳ ଦୁର୍ଘଟଣାକୁ ଆଜି ୨ ବର୍ଷ ପୂରିଲା

utkala khabar
Last updated: June 2, 2025 12:40 pm
utkala khabar
Published June 2, 2025
Share
SHARE

ବାହାନଗା  ୨/୬ :  ମନରୁ ଲିଭିନି ସେହି କଳା ରାତିର କଳା କାହାଣୀ । ଜୁନ ୨ ତାରିଖ, ୨୦୨୩ ସନ୍ଧ୍ୟା ୭ଟା । ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ । ରାତିର ଅନ୍ଧକାରକୁ ଚିରି ଟ୍ରାକରେ ଛୁକ ଛୁକ ହୋଇ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ । ଅନେକ ସ୍ବପ୍ନ ନେଇ ଟ୍ରେନରେ ଯାତ୍ରା କରୁଥିଲେ ଯାତ୍ରୀ । ଟ୍ରେନରେ କାହାର ପୁରା ପରିବାର ଥିଲା ତ କାହାର ସ୍ବାମୀ, କାହାର ସାଙ୍ଗ, କାହାର ପୁଅ, କାହାର ଝିଅ କାହାର ବାପା ମାଆ ଯାତ୍ରା କରୁଥିଲେ । କିନ୍ତୁ ସେମାନେ ଜାଣିନଥିଲେ ଏହା ତାଙ୍କର ଶେଷ ଯାତ୍ରା ହୋଇପାରେ । ଟ୍ରେନ ତାର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବାହାନଗାରେ ଅଟକିଯାଇଥିଲା । ଏହାପରେ ଯାହା ଘଟିଲା ତାହା ପୁରା ବିଶ୍ବକୁ ଦୋହଲାଇ ଦେଇଥିଲା ।

ହାୱଡାରୁ ଆସୁଥିଲା କରମଣ୍ଡଳ ଏକ୍ସପ୍ରେସ, ଅନ୍ୟପଟୁ ବେଙ୍ଗାଲୁରୁରୁ ହାୱଡା ଯାଉଥିଲା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ । ବାହାନଗା ଠାରେ ପୂର୍ବରୁ ଠିଆ ହୋଇଥାଏ ଲୁହା ବୋଝେଇ ମାଲବାହୀ ଟ୍ରେନ । ଘଣ୍ଟାକୁ ୧୨୮ କିଲୋମିଟର ପ୍ରତି ବେଗରେ ଆସୁଥିବା କରମଣ୍ଡଳ ଟ୍ରେନକୁ ବାଲେଶ୍ଵର ପରେ ଲୁପ ଲାଇନରେ ଯିବାକୁ ସିଗନାଲ୍ ମିଳିଥିଲା । କିନ୍ତୁ ସେହି ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନଟି ଛିଡା ହୋଇଥିଲା । ଯେଉଁଥିପାଇଁ ବାହାନାଗରେ ଉଭୟ ଟ୍ରେନ ମଧ୍ୟରେ ହୋଇଥିଲା ଧକ୍କା । ଏହି ଦୁର୍ଘଟଣାରେ କରମଣ୍ଡଳର ୨୧ଟି ବଗି ଓଲଟି ପଡିଥିଲା ଆଉ ସେଥିରୁ ୩ଟି ରେଲୱେ ଟ୍ରାକରେ ପଡିଥିଲା । ସେପଟେ ଅନ୍ୟ ପଟରୁ ଆସୁଥିବା ଯଶୋବନ୍ତପୁର ସୁପରଫାଷ୍ଟ ଏକ୍ସପ୍ରେସ୍ ଧକ୍କା ହୋଇଥିଲା ।

ଏହି ଧକ୍କା ଫଳରେ ଯଶୋବନ୍ତପୁର ଏକ୍ସପ୍ରେସର ମଧ୍ୟ କିଛି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଶବ୍ଦ ଶୁଣି ଧାଇଁ ଆସିଥିଲେ ବାହାନଗାବାସୀ । କିଏ ଟ୍ରେନ ତଳେ ଚାପି ହୋଇ ରହିଯାଇଥିଲା ତ ଆଉ କାହାର ମୁଣ୍ଡ ନଥିଲା । ଆଉ କିଏ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲା । ବିଭିନ୍ନ ସ୍ଥାନରୁ ଲୋକମାନେ ଆସି ଉଦ୍ଧାର କାର‌୍ୟ୍ୟରେ ଲାଗିପଡିଥିଲେ । ଖବର ପ୍ରଚାର ହେଉ ହେଉ ସଙ୍ଗେ ସଙ୍ଗେ ରେଳ ଲାଇନ ପାଖରେ ଲାଗିଯାଇଥିଲା ଲୋକଙ୍କ ଭିଡ଼ । ଯିଏ ଯେମିତି ପାରିଥିଲା ଆହତ ଲୋକମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଉଦ୍ଧାର କାର‌୍ୟ୍ୟ ଚାଲିଥିଲା । ସ୍ଥଳସେନା, ବାୟୁସେନା, ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍, ଏନ୍ ଡିଆରଏଫ୍ ଟିମ୍ ସହ ମୋଟ ୧୨ ଶହରୁ ଅଧିକ ପୋଲିସ କର୍ମଚାରୀ ଉଦ୍ଧାର କାର‌୍ୟ୍ୟରେ ଲାଗି ପଡ଼ିଥିଲେ । ବିପତ୍ତି ସମୟରେ ବାଲେଶ୍ବରବାସୀ ଯେଉଁଭଳି କାର‌୍ୟ୍ୟ କରିଥିଲେ ତାହା ଉଦାହରଣ ସୃଷ୍ଟି କରିଥିଲା । ତେବେ ଏହି ଭୟଙ୍କର ଦୁର୍ଘଟଣାକୁ ଦୁଇ ବର୍ଷ ପୁରିଥିବା ବେଳେ ସେହି କଥା ମନେ ପଡିଲେ ଆଜି ବି ଲୋକଙ୍କ ଲୋମ ଟାଙ୍କୁରି ଉଠେ । କିଛି ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ଆଜି ବି ମିଳିପାରି ନାହିଁ ।

You Might Also Like

ଗୁଜୁରାଟ ମୁହାଁ ବାତ୍ୟା ‘ଶକ୍ତି’

ଚଳିତ ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା

ଆଜି ମିଳିବ ସୁଭଦ୍ରାର ଷଷ୍ଠ ପର୍ଯ୍ୟାୟ ଟଙ୍କା

‘ଫେରି ଯାଇ ମୋଦିଙ୍କୁ କୁହନ୍ତୁ’ ,କାଶ୍ମୀରର ପହଲଗାମରେ ମୃତ ପର୍ଯ୍ୟଟକଙ୍କ ପତ୍ନୀଙ୍କୁ କହିଲେ ଆତଙ୍କବାଦୀ

ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜିର ଦାମ କେତେ ରହିଛି ଦେଖନ୍ତୁ

TAGGED:#odisha#UTKALA KHABARBahanaga train tragedyBalasore districtMPLAD fundsState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?