Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଅପରାଧ

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଲଗାଇଦେଲେ ନିଆଁ, ଛକର ନାଁକୁ ନେଇ ଥିଲା ବିବାଦ

utkala khabar
Last updated: April 15, 2025 5:31 pm
utkala khabar
Published April 15, 2025
Share
SHARE

ପାଟଣାଗଡ଼ ୧୫/୦୪ : ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତ । ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଆଜି ସକାଳେ ଜଳୁଥିବାର ଲୋକମାନେ ଦେଖିଥିଲେ । ପାଖରୁ ପାଣି ଆଣି ପୋଲିସ ଓ ସ୍ଥାନୀୟ ଲୋକ ଏହି ନିଆଁକୁ ଲିଭାଇ ଦେଇଥିଲେ । ଏହି ଘଟଣା ପରେ ଥାନାରେ ଏକ କେଶ୍ ରୁଜୁ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଜଣକୁ ପୋଲିସ ଗିରଫ କରିଛି ।

ନିଆଁ ଲଗାଇଥିବା ଦୁର୍ବୃତ୍ତ ଜଣକ ଜଣେ ମାନସିକ ବିକୃତ ବ୍ୟକ୍ତି ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ୍ । ତା’ର ନାଁ ଯୁଗଳ ସାହୁ । ସେ କହିଛନ୍ତି, ଅଭିଯୁକ୍ତ ଗତବର୍ଷ ଏକ ଖୁଣ୍ଟରେ ମଧ୍ୟ ଚଢ଼ିଥିଲା । ତା ନାମରେ ଏମିତି ଅନେକ ଅଭିଯୋଗ ରହିଛି । ତେବେ କେଉଁ କାରଣ ପାଇଁ ସେ ପ୍ରତିମୂର୍ତ୍ତିରେ ନିଆଁ ଲଗାଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏବେ ଅଭିଯୁକ୍ତ ପୋଲିସ ହେପାଜତରେ ଅଛି । ତାକୁ କୋର୍ଟଟାଲାଣ କରାଯିବ । ଘଟଣାର ତଦନ୍ତ ଠିକଣା ଭାବେ କରାଯାଉଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ପାଟଣାଗଡ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଘୋଡାଇଯାଇଥିବା ଜରିପାଲ ସମ୍ପୂର୍ଣ ଜଳି ଯାଇଛି । ପାଟଣାଗଡର ପୂର୍ବତନ ବିଜେଡି ବିଧାୟକ ଗତ ସରକାର ସମୟରେ ଏହି ଛକରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଏହି ଛକକୁ ସେ ବିଜୁ ଛକ ନାମରେ ନାମିତ କରିଥିଲେ । ଏହାକୁ ସେତେବେଳେ ବିରୋଧ କରିଥିଲା ବ୍ରାହ୍ମଣ ସମାଜ । ପୂର୍ବରୁ ଏହି ଛକର ନାଁ ପର୍ଶୁରାମ ଛକ ରହିଛି । ତେଣୁ ବିଜୁ ଛକ ବଦଳରେ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଏହାର ନାମ ପର୍ଶୁରାମ ଛକ ରଖିବାକୁ ଦାବି କରିଥିଲା ବ୍ରାହ୍ମଣ ସମାଜ । ଛକର ନାମ ପରିବର୍ତ୍ତନ ନେଇ ବିରୋଧ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ସେହି ବିବାଦ ଏବେ ବି ଥମିନାହିଁ । ଏମିତି ଏକ ସମୟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଲାଗିଛି ନିଆଁ । ପ୍ରତିମୂର୍ତ୍ତିକୁ ଘୋଡା ଯାଇଥିବା ଜରିପାଲ ପୋଡିଯାଇଛି । ପ୍ରତିମୂର୍ତ୍ତି ମଧ୍ୟ ଅନେକାଂଶରେ ଜଳିଯାଇଛି । ଏହି ପ୍ରତିମୂର୍ତ୍ତିକୁ  ସ୍ଥାପନ ପରେ ଘୋଡାଯାଇ ରଖାଯାଇଥିଲା ।

You Might Also Like

ଭାରତ ନେବ ବଡ ପଦକ୍ଷେପ, ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି

ମେ ୧ ତାରିଖରୁ ବଦଳିବ ଏହି ସବୁ ନିୟମ

ମଶାଣି ରୁ ଶବ ଚୋରି ଅଭିଯୋଗ

ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିଲେ ସାବଧାନ ହୋଇଯାଆନ୍ତୁ

ପାୱାରଫୁଲ୍ ସ୍ମାର୍ଟଫୋନ୍ ଲଞ୍ଚ ହେଲା Motorola Edge 60 Pro

TAGGED:#odisha#odisha news#UTKALA KHABARBiju pattnaikPatnagarh
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?