Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଅଧ କପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ କରିବେ…
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଅଧ କପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କଣ କରିବେ…

utkala khabar
Last updated: April 30, 2025 4:06 pm
utkala khabar
Published April 30, 2025
Share
SHARE

ଅନେକ ସମୟରେ କାମ ପାଇଁ ମସ୍ତିଷ୍କ ଉପରେ ଚାପ ରହୁଥିବାରୁ ମୁଣ୍ଡ ବିନ୍ଧା ଭଳି ଅସୁବିଧା ଦେଖା ଦେଉଛି । ଅଧିକାଂଶ ଲୋକ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ବିଷୟରେ ଦ୍ୱନ୍ଦ୍ୱରେ ପଡିଯାଆନ୍ତି । କିନ୍ତୁ, ଏଥିରେ ଅନେକ ପାର୍ଥକ୍ୟ ଅଛି । ମୁଣ୍ଡର ଡାହାଣ କିମ୍ବା ବାମ ପାର୍ଶ୍ୱରେ ବିନ୍ଧା ହେଲେ ଏହାକୁ ମାଇଗ୍ରେନ୍ ଯନ୍ତ୍ରଣା କୁହାଯାଏ । ଯେତେବେଳେ ବି ଅଧକପାଳି ମୁଣ୍ଡବିନ୍ଧା ହୁଏ, ଅବସ୍ଥା ପୁରା ଖରାପ ହୋଇଯାଏ । ମାଇଗ୍ରେନ୍ ଏକ ଗମ୍ଭୀର ରୋଗ, ଯାହା ସହଜରେ ଆରୋଗ୍ୟ ହୁଏ ନାହିଁ ।

ଏହା ଛଡା ଲୋକମାନେ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି । କିନ୍ତୁ ଜାଣିପାରନ୍ତି ନାହିଁ ଯେ ଏହା ଏକ ବଡ଼ ସମସ୍ୟା । ଖାଦ୍ୟ ପ୍ରତି ସଠିକ୍ ଧ୍ୟାନର ଅଭାବ ହେଉଛି ମାଇଗ୍ରେନ୍ ସମସ୍ୟା ପାଇଁ ସବୁଠାରୁ ବଡ କାରଣ । ଏହା ପରେ ମାଇଗ୍ରେନ ସମସ୍ୟା ଆରମ୍ଭ ହୋଇଥାଏ । ମାଇଗ୍ରେନ ଯନ୍ତ୍ରଣାକୁ ଏଡାଇବା ପାଇଁ ଖାଦ୍ୟର ବିଶେଷ ଯତ୍ନ ନେବା ନିହାତି ଆବଶ୍ୟକ । ଆହୁରି ମଧ୍ୟ, ଏହା ଜାଣିବା ଉଚିତ ଯେ ଏହାର ଲକ୍ଷଣ ଏବଂ କାରଣଗୁଡ଼ିକ କ’ଣ? ତେବେ ଆସନ୍ତୁ ଜାଣିବା ମୁଖ୍ୟ ଲକ୍ଷଣ, କାରଣ ଏବଂ ଏହି ସମସ୍ୟାରେ କ’ଣ ଖାଇବା ଉଚିତ୍ ନୁହେଁ ।

ମାଇଗ୍ରେନର ଲକ୍ଷଣ : ମାନସିକ ଅଶାନ୍ତି, ହାତ ଏବଂ ପାଦରେ ଝିମଝିମ ହେବା, ବାନ୍ତି ଲାଗିବା ଭଳି ସମସ୍ୟା ଦେଖାଦେଲେ ଆପଣ ନିଶ୍ଚି ହୋଇଯିବେ ଯେ ଏହା ମାଇଗ୍ରେନ୍ । ଏଥି ସହ ଆଲୋକ ଏବଂ ଶବ୍ଦ ପ୍ରତି ମଧ୍ୟ ସମ୍ବେଦନଶୀଳତା ବୃଦ୍ଧି ହେବାରେ ଲାଗେ ।

 

ଥଣ୍ଡା ଖାଦ୍ୟ ପଦାର୍ଥ: ଆଇସ୍କ୍ରିମ୍ ଏବଂ ଅନ୍ୟାନ୍ୟ ଥଣ୍ଡା ଖାଦ୍ୟ ଖାଇବା ଦ୍ୱାରା ମାଇଗ୍ରେନ୍ ଯନ୍ତ୍ରଣା ହୋଇପାରେ । ଯଦି ଆପଣ ବ୍ୟାୟାମ ପରେ କିମ୍ବା କୌଣସି ଗରମ ଖାଦ୍ୟ ଖାଇବା ପରେ ତୁରନ୍ତ ଥଣ୍ଡା ଜିନିଷ ଖାଆନ୍ତି, ତେବେ ମାଇଗ୍ରେନ୍ ସମସ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ ।

ଚକଲେଟ୍ : ଚକଲେଟର ସେବନ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ମାଇଗ୍ରେନ୍ ସମୟରେ ମିଠାର ସେବନ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଯଦି ଆପଣଙ୍କୁ ମାଇଗ୍ରେନ ସମସ୍ୟା ଅଛି, ଚକଲେଟର ସେବନ କରିବା ବନ୍ଦ କରନ୍ତୁ ।

ଅଧିକ ଲୁଣ ସେବନ : ଅଧିକ ଲୁଣ କିମ୍ବା ଲୁଣ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମାଇଗ୍ରେନ ସମସ୍ୟା ବଢିପାରେ । ଏହି ସମୟରେ, ଅଚାର ଏବଂ ରାଗ ଜିନିଷ ଖାଇବା ଦ୍ୱାରା ମଧ୍ୟ ମାଇଗ୍ରେନ୍ ଯନ୍ତ୍ରଣା ଦେଇଥାଏ। ଏହା ବ୍ୟତୀତ ପିଜା ପରି ଫାଷ୍ଟଫୁଡ୍ ମଧ୍ୟ ମାଇଗ୍ରେନ୍ ପାଇଁ କ୍ଷତିକାରକ ହୋଇଥାଏ।

ପ୍ରିଜରଭ ମିଟ୍ : ପ୍ରୋସେସଡ ମିଟରେ ସୋଡିୟମ୍ ନାଇଟ୍ରେଟ୍ ନାମକ ପ୍ରିଜରଭେଟିଭ୍ ଥାଏ । ଯାହା ମାଇଗ୍ରେନ୍ ବ୍ୟଥାକୁ ଅଧିକ ବଢ଼ାଇଥାଏ । ଏବଂ ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ ।

କୈଫିନ୍ : କୈଫିନ୍ ମସ୍ତିଷ୍କର ରିସେପ୍ଟର୍ସକୁ ପ୍ରଭାବିତ କରିିଥାଏ ଓ ମାଇଗ୍ରେନ୍ ବ୍ୟଥାକୁ ବଢ଼ାଇଥାଏ । ଏହା ବଦଳରେ ଆପଣ ସୁସ୍ଥ ପାନୀୟ ପଦାର୍ଥର ସେବନ କରନ୍ତୁ ।

You Might Also Like

ସକାଳେ ଖାଲି ପେଟରେ ଉଷୁମ ପାଣି ପିଇବା ଅତ୍ୟନ୍ତ ଲାଭଦାୟକ

ଅନିଲ କପୁରଙ୍କ ମା’ ନିର୍ମଳାଙ୍କ ଦେହାନ୍ତ

ଏସବିଆଇ ବଦଳାଇଲା ଏଟିଏମ ୱିଡ୍ରାଲର ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ତେଜପତ୍ରର ୧୦ଟି ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ

TAGGED:#lifestyle#UTKALA KHABARLifestyle newsMigrane Problem
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?