Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ହାର୍ଟ ଜନିତ ସମସ୍ୟା ପାଇଁ ପାଣି କଖାରୁ ଜୁସ୍ ପିଅନ୍ତୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ହାର୍ଟ ଜନିତ ସମସ୍ୟା ପାଇଁ ପାଣି କଖାରୁ ଜୁସ୍ ପିଅନ୍ତୁ

utkala khabar
Last updated: May 20, 2025 11:37 am
utkala khabar
Published May 20, 2025
Share
SHARE

ସ୍ବାସ୍ଥ୍ୟ ପାଇଁ ସବୁଜ ପନିପରିବା ଖୁବ୍ ହିତକର ବୋଲି ଆମେ ଜାଣିଥାଉ । ଅନେକ ପରିବା ଆମକୁ ପସନ୍ଦ ନଥାଏ । କିନ୍ତୁ ପ୍ରତ୍ୟେକ ପରିବାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ସେହି ସବୁ ପରିବା ମଧ୍ୟରୁ ପାଣି କଖାରୁ ମଧ୍ୟ ସେପରି ଏକ ପରିବା ଯାହା ଆମ ଶରୀରକୁ ଅନେକ ଫାଇଦା ଦେଇଥାଏ । ଯାହା ଆମ ପାଟିକୁ ସ୍ବାଦ ନଲାଗିପାରେ କିନ୍ତୁ ସୁସ୍ଥ ଶରୀର ପାଇଁ ଖୁବ୍ ସାହାଯ୍ୟ କରେ ।

ପାଣି କଖାରୁରେ ପ୍ରୋଟିନ, ଜିଙ୍କ୍, ଫାଇବର, ଆଇରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଏବଂ ପସଫରସ ଭଳି ଅନେକ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଛି । ଯାହା ଫଳରେ ଶରୀରକୁ ଅନେକ ଫାଇଦା ଦେଇଥାଏ । ଏଥିରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ଥାଏ । ଯାହା ଦ୍ବାରା ଶରୀରକୁ ହାଇଡ୍ରେଟ୍ ରଖିବାରେ ସହାୟକ ହୋଇଥାଏ ।

ପାଣି କଖାରୁର ଜୁସ ପିଇଛନ୍ତି କି? ଓଜନ ହ୍ରାସ କରିବାରେ ବଡ ଭୂମିକା ଗ୍ରହଣ କରିଥାଏ ପାଣି କଖାରୁର ଜୁସ୍ । ପାଣି କଖାରୁର ଜୁସ୍ ପିଇବା ଦ୍ବାରା ଆମକୁ କେଉଁ କେଉଁ ସବୁ ଫାଇଦା ମିଳିଥାଏ ।

ପାଚନ ଶକ୍ତିରେ ସୁଧାର : ଏଥିରେ ଫାଇବରର ଗୁଣ ଥିବାରୁ ପାଚନ ପ୍ରକ୍ରିୟାକୁ ଠିକ୍ ରଖିଥାଏ । ଏହି ଜୁସ୍ ନିୟମିତ ପିଇବା ଦ୍ବାରା ଗ୍ୟାସ, ପେଟ ଫୁଲିବା, କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ଦୂର କରିଥାଏ ।

ଓଜନ ହ୍ରାସ କରେ : ଏଥିରେ କ୍ୟାଲରୀ ଅଧିକ ଏବଂ ଫାଇବର କମ୍ ଥିବା କାରଣରୁ ଓଜନ ହ୍ରାସ କରିଥାଏ । ଏହି ଜୁସକୁ ପିଇବା ଫଳରେ ଲମ୍ବା ସମୟ ଧରି ପେଟ ଫୁଲ ହୋଇରହିଥାଏ । ଯାହା ଓଜନ ହ୍ରାସ କରିବାରେ ସହଜ ହୋଇଥାଏ ।

ଇମ୍ୟୁନିଟିରେ ବୃଦ୍ଧି : ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଇମ୍ୟୁନିଟିକୁ ବଢାଇବାରେ ସାହାଯ୍ୟ କରିଥାଏ । ସଂକ୍ରମିତ ରୋଗରୁ ଏହି ଜୁସ୍ ବଞ୍ଚାଇଥାଏ ।

ଶରୀରକୁ ବିଷ ମୁକ୍ତ କରେ : ଏହି ଜୁସ ପିଇବା ଦ୍ବାରା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାର କରିଥାଏ । ତେଣୁ ଏହି ଜୁସକୁ ପ୍ରତିଦିନ ପିଇବା ଜରୁରୀ ।

ହାର୍ଟକୁ ସୁସ୍ଥ ରଖେ : ପାଣି କଖାରୁ ଜୁସକୁ ସୁସ୍ଥ ହାର୍ଟ ପାଇଁ ଭଲ ବୋଲି ମାନାଯାଇଥାଏ । ଏହି ଜୁସର ନିୟମିତ ସେବନ ଦ୍ବାରା ବ୍ଲଡପ୍ରେସର ଏବଂ ହାଇକୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସହାୟକ କରିଥାଏ । ହାର୍ଟ ରୋଗର ସମସ୍ୟା ଆଶଙ୍କାକୁ କମାଇଥାଏ ।

ପାଟିକୁ ଭଳ ନଲାଗିଲେ ମଧ୍ୟ ଏହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିଥାଏ । ତେଣୁ ପ୍ରତିଦିନ ପାଣି କଖାରୁ ଜୁସ୍ ପିଇବା ଆବଶ୍ୟକ । ଯାହା କିଛି ମୁହୂର୍ତ୍ତ ପାଇଁ ସ୍ବାଦିଷ୍ଟ ଲାଗି ନଥାଏ କିନ୍ତୁ ଶରୀରକୁ ଫାଇଦା ଦେଇଥାଏ ।

You Might Also Like

ରୁଦ୍ରାକ୍ଷ ପାଣି ପିଇଲେ ଶରୀରକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ; ଅପରେସନ ଦେଖୁଥିଲେ ମୋଦି

ଏପ୍ରିଲ ୨୧ ତାରିଖ ସୋମବାର, କେମିତି କଟିବ ଆଜିର ଦିନ

ପୁରୀ ବଡ଼ଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା

TAGGED:#UTKALA KHABARDrink JuiceGourd JuiceHealthy HeartLifestyle news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?