Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଚାରି ଅଭିଯୁକ୍ତ ସ୍ୱୀକାର କଲେ ନିଜର ଅପରାଧ , ସୋନମ ମାଷ୍ଟରମାଇଣ୍ଡ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଚାରି ଅଭିଯୁକ୍ତ ସ୍ୱୀକାର କଲେ ନିଜର ଅପରାଧ , ସୋନମ ମାଷ୍ଟରମାଇଣ୍ଡ

utkala khabar
Last updated: June 11, 2025 1:24 pm
utkala khabar
Published June 11, 2025
Share
SHARE

ଇନ୍ଦୋର ୧୧/୬ : ଇନ୍ଦୋରର ବ୍ୟବସାୟୀ ରାଜା ରଘୁବଂଶୀଙ୍କ ହତ୍ୟାର ୪ ଅଭିଯୁକ୍ତ ନିଜର ଅପରାଧ ସ୍ୱୀକାର କରିଛନ୍ତି। ରାଜା ନିଜର ପତ୍ନୀ ସୋନମଙ୍କ ସହ ମେଘାଳୟ ହନିମୁନ କରିବାକୁ ଯାଇଥିଲେ , ଯେଉଁଠି ତାଙ୍କର ହତ୍ୟା କରାଯାଇ ଥିଲା। ଅଭିଯୁକ୍ତଙ୍କ ଅନୁସାରେ, ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୋନମ। ପୁଲିସ ସାମ୍ନାରେ କରାଯାଇ ଥିବା ଖୁଲାସାରେ ଅଭିଯୁକ୍ତମାନେ କହିଛନ୍ତି କି , ଘଟଣା ଦିନ ସୋନମ ମଧ୍ୟ ଉପସ୍ଥିତ ଥିଲା। ସୋନମ ସାମ୍ନାରେ ହିଁ ରାଜାଙ୍କର ହତ୍ୟା କରାଯାଇ ଥିଲା। ସୋନମ ରାଜାକୁ ମରିବାର ଦେଖି ଥିଲା।

ଅଭିଯୁକ୍ତଙ୍କୁ ଶିଲଂ ଯିବା ପୂର୍ବରୁ ଇନ୍ଦୋର ପୁଲିସ ଚାରି ଅଭିଯୁକ୍ତଙ୍କୁ ଘଟଣାକ୍ରମ ବିଷୟରେ ଯେବେ ପଚାରିଲା ତ ,୪ଜଣ ନିଜ ନିଜର ଅପରାଧ ସ୍ୱୀକାର କରିଥିଲେ। ସେମାନେ ଏହା ମଧ୍ୟ କହିଥିଲେ ଯେ, କିଭଳି ଷଡ଼ଯନ୍ତ୍ର ଅନୁସାରେ ରାଜାର ହତ୍ୟା କରିଥିଲେ।

ରାଜାଙ୍କୁ ଅସ୍ତ୍ରରେ ପ୍ରଥମେ ବିଶାଲ ଓରଫ ଭିକ୍କି ଠାକୁର ହମଲା କରି ଥିଲା। ବିଶାଲ , ଆକାଶ ଓ ଆନନ୍ଦ ନାମକ ତିନି ଜଣ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇବା ପାଇଁ ଇନ୍ଦୋର ବାହାରି ଥିଲେ। ତିନି ଜଣ ଯାକ ଟ୍ରେନ୍‌ରେ ଗୌହାଟୀ ଯାଏ ଯାଇ ଥିଲେ।

ଅଭିଯୁକ୍ତମାନେ ପଚରାପଚରିରେ କହିଛନ୍ତି କି, କେମିତି ସେମାନେ ରାଜା ରଘୁବଂଶୀଙ୍କ ଉପରେ ହମଲା କରି ତାଙ୍କୁ ହତ୍ୟା କରିଥିଲେ। ପୁଣି କେମିତି ରାଜାଙ୍କର ମୃତଦେହକୁ ଗଭୀର ଖାଇରେ ଫିଙ୍ଗି ଦେଇ ଥିଲେ। ଅଭିଯୁକ୍ତଙ୍କ କହିବାନୁସାରେ, ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସୋନମ। ଅଭିଯୁକ୍ତଙ୍କ ଅନୁସାରେ , ସୋନମଙ୍କର ପ୍ରେମିକ ରାଜ କୁଶୱାହ ସହ-ଷଡ଼ଯନ୍ତ୍ରକାରୀ।

ସୂତ୍ରରୁ ଏକ ବଡ଼ ଖୁଲାସା ଏହା ଯେ, ମେଘାଳୟ ପୁଲିସ ଏହି କେସ୍‌ରେ ରାଜାଙ୍କର ପତ୍ନୀ ସୋନମ ରଘୁବଂଶୀଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଆରେଷ୍ଟ କରିଛି। ପୁଲିସ କୋର୍ଟଙ୍କ ଠାରୁ ସୋନମର ତିନି ଦିନର ରିମାଣ୍ଡ ନେଇଛି। ପୁଲିସ ସୋନମକୁ ନେଇ ମେଘାଳୟ ପ୍ରସ୍ଥାନ କରି ସାରିଛି। କେସ୍‌ର ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଇନ୍ଦୋର କୋର୍ଟ ୭ଦିନର ଟ୍ରାଞ୍ଜିଟ୍‌ ରିମାଣ୍ଡରେ ମେଘାଳୟ ପୁଲିସକୁ ପ୍ରଦାନ କରିଛି।

You Might Also Like

ଭାଙ୍ଗିଲା ଟ୍ରମ୍ପ-ମସ୍କଙ୍କ ଯୋଡ଼ି

ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ

କେଉଁଠି ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ?

ଆଜି ପ୍ରକାଶ ପାଇବ ସିବିଏସଇ ୧୦ମ ଏବଂ ଦ୍ଵାଦଶ ରେଜଲ୍ଟ

ଭାରତ ନେବ ବଡ ପଦକ୍ଷେପ, ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି

TAGGED:#UTKALA KHABARIndoreMuder CaseRaja Raghuvansi
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?