Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜିଠାରୁ ଆରମ୍ଭ ହେବ ଆଇପିଏଲ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଆଜିଠାରୁ ଆରମ୍ଭ ହେବ ଆଇପିଏଲ

utkala khabar
Last updated: May 17, 2025 10:46 am
utkala khabar
Published May 17, 2025
Share
SHARE

ଆଇପିଏଲ ୧୭/୫ :  ଆଜିଠୁ ପୁଣି ବାଜିବ ଆଇପିଏଲ୍‌ ବିଗୁଲ। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁ ସପ୍ତାହକ ପାଇଁ ସ୍ଥଗିତ ହୋଇଥିଲା ଆଇପିଏଲ୍‌ ୧୮ତମ ସଂସ୍କରଣ । ଏବେ ପୁଣିଥରେ ଫଟାଫଟ କ୍ରିକେଟ୍‌ର ରୋମାଞ୍ଚ ଫେରିଛି । ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା କେକେଆର୍‌ ପାଇଁ କର ବା ମର ସ୍ଥିତି ରହିବ । ମ୍ୟାଚ୍ ହାରିଲେ ପ୍ଲେ-ଅଫ୍ ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ ହେବ । ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି ଆର୍‌ସିବି । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ ।

ସେପଟେ ମ୍ୟାଚ୍‌ରେ ବାଧକ ସାଜିପାରେ ବର୍ଷା । ସ୍ଥାନୀୟ ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁରେ ୭୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁ ମ୍ୟାଚ ଧୋଇଗଲେ, ପଏଣ୍ଟ ଭାଗ କରିବେ ଦୁଇ ଦଳ । ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ, ଆଇପିଏଲ୍‌ରେ ବାକି ଥିବା ୧୭ଟି ମ୍ୟାଚ୍ ୬ଟି ଭେନ୍ୟୁରେ ଖେଳାଯିବ। ଏହାରି ଭିତରେ ଦର୍ଶକଙ୍କୁ ଦୁଇଟି ଡବଲ୍ ହେଡର ଅର୍ଥାତ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଦେଖିବାକୁ ମିଳିପାରେ । ମେ’ ୮ ତାରିଖରେ ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଚାଲିଥିଲା ବେଳେ ହଠାତ୍ ଫ୍ଳଡଲାଇଟ୍ ବନ୍ଦ କରିଦିଆଯାଇଥିଲା । ପରେ ମ୍ୟାଚକୁ ଅଧାରୁ ବାତିଲ କରିଦିଆଯାଇଥିଲା ।

You Might Also Like

ଅପରେସନ ସିନ୍ଦୂର ଦେଖି ଡରିଗଲାଣି ଚୀନ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଇମେଲରେ ଆସିଲା ହତ୍ୟା ଧମକ

ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା ଜାଣନ୍ତୁ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ଶନିବାର ଦିନଟି କେମିତି କଟିବ ଜାଣନ୍ତୁ

TAGGED:#ipl match#UTKALA KHABARIndian Premier League 2025Sports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?