Utkala KhabarUtkala KhabarUtkala Khabar
Notification Show More
Font ResizerAa
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭାରତ ଓ ପାକିସ୍ତାନ ଯୁଦ୍ଧ ମଧ୍ୟରେ ବନ୍ଦ ହୋଇପାରେ ଆଇପିଏଲ-୨୦୨୫
Share
Font ResizerAa
Utkala KhabarUtkala Khabar
Search
  • .
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଖେଳ

ଭାରତ ଓ ପାକିସ୍ତାନ ଯୁଦ୍ଧ ମଧ୍ୟରେ ବନ୍ଦ ହୋଇପାରେ ଆଇପିଏଲ-୨୦୨୫

utkala khabar
Last updated: May 9, 2025 12:05 pm
utkala khabar
Published May 9, 2025
Share
SHARE

ଆଇପିଏଲ ୦୯/୫ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ବିସିସିଆଇ ଆଇପିଏଲ୍ ୨୦୨୫କୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଏହା ସହିତ, ବିଦେଶୀ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ ଏବଂ ବ୍ରଡକାଷ୍ଟ କ୍ରୁଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଦେଶକୁ ଫେରାଇବା ପାଇଁ ବିସିସିଆଇ ଏକ ଜରୁରୀ ବୈଠକ ଡାକିଛି।

ଆଇପିଏଲର ଚେୟାରମ୍ୟାନ ଅରୁଣ ଧୁମଲ କହିଛନ୍ତି, ଲିଗ୍ ଜାରି ରଖିବା ନିଷ୍ପତ୍ତି ପୂର୍ବରୁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ତେବେ ଆଜି ହେବାକୁ ଥିବା ମ୍ୟାଚ ନିର୍ଦ୍ଧାରିତ ସମୟ ଅନୁସାରେ ଖେଳାଯିବ । ଏବେ ସ୍ଥିତିର ସମୀକ୍ଷା ଚାଲିଛି । ଆମକୁ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ମିଳିନାହିଁ । ତେବେ ସମସ୍ତ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ।

ଧର୍ମଶାଳାରେ ଗତକାଲି ହୋଇଥିବା ପଞ୍ଜାବ କିଙ୍ଗସ୍ (PBKS) ଏବଂ ଦିଲ୍ଲୀ କ୍ୟାପିଟାଲସ୍ (DC) ମଧ୍ୟରେ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ (HPCA) ଷ୍ଟାଡିୟମରେ ମ୍ୟାଚ ସୁରକ୍ଷା କାରଣରୁ ବାତିଲ କରାଯାଇଥିଲା । ମ୍ୟାଚ ରଦ୍ଦ ପରେ ଦୁଇଟି ଯାକ ଟିମ୍ ଖେଳାଳି ଏବଂ ସହଯୋଗୀ ଷ୍ଟାଫକୁ ସ୍ପେଶାଲ ଟ୍ରେନ ଜରିଆରେ ଦିଲ୍ଲୀ ଅଣାଯାଇଥିଲା ।

ଏକ୍ସରେ ପ୍ରକାଶିତ ପୋଷ୍ଟ ଅନୁସାରେ, ବିସିସିଆଇ ଏକ ଜରୁରୀ ବୈଠକ ଡାକି ଆଇପିଏଲ୍ ସ୍ଥଗିତ କରିବା ସହ ବିଦେଶୀ ଖେଳାଳିଙ୍କୁ ସେମାନଙ୍କ ଦେଶକୁ ସୁରକ୍ଷିତ ଫେରାଇବାକୁ ପ୍ରାଥମିକତା ଦେଇଛି ।
ଆଇପିଏଲ୍ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ଦେଶର ଅନେକ ବିଦେଶୀ ଖେଳାଳି ଅଂଶଗ୍ରହଣ କରୁଛନ୍ତି । ବର୍ତ୍ତମାନର ସୁରକ୍ଷା ସଙ୍କଟ ମଧ୍ୟରେ, ବିସିସିଆଇ ଏହି ଖେଳାଳିଙ୍କୁ ସେମାନଙ୍କ ଦେଶମାନଙ୍କୁ ଫେରାଇବା ପାଇଁ ସେମାନଙ୍କ ନିଜ ନିଜ କ୍ରିକେଟ ବୋର୍ଡ ଏବଂ ଦୂତାବାସ ସହ ମିଳିତ ଭାବେ କାର୍ଯ୍ୟ କରୁଛି ।

ଏହା ପୂର୍ବରୁ ଏପ୍ରିଲ ୨୨ରେ ଜାମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା, ଯାହାକୁ ଭାରତ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବାର ଥିବା ‘ଦି ରେସିଷ୍ଟାନ୍ସ ଫ୍ରଣ୍ଟ’ (TRF) ଦାୟୀ ବୋଲି ଅଭିଯୋଗ କରିଛି । ଏହାର ଜବାବରେ ଭାରତ ମେ ୭ରେ ‘ଅପରେସନ ସିନ୍ଦୁର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ମିଳିତ ସୈନ୍ୟ ଆକ୍ରମଣ କରିଥିଲା ।

You Might Also Like

ବ୍ରେକଅପ ପରେ ଏହି ଯୁବକଙ୍କ ପ୍ରେମରେ ପଡିଲେ ତାରା ସୁତାରିୟା

କରୋନା ନେଲା ୧୧ ଜଣଙ୍କର ମୁଣ୍ଡ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ୧୨୮ ବର୍ଷ ପରେ ଅଲମ୍ପିକ୍ସକୁ ଫେରିଲା କ୍ରିକେଟ

ଓଡ଼ିଶାରେ ମାଡ଼ିଗଲେଣି ବାଂଲାଦେଶୀ

ସରିଲା ନିଟ୍‌ ୟୁଜି, ଜୁନ୍‌ ୧୪ରେ ଫଳ

TAGGED:#ipl match#UTKALA KHABARIndia-pakisthan warIndian Premier League 2025IPL PlayersSindoor OperationSports News
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?