ରାଜ୍ୟ ୨୭/୫ : ଦିନେ ଅଧେ ନୁହେଁ, ବର୍ଷ ବର୍ଷ ଧରି ଏମିତି ଚାଲିଛି । ସୀମା ଡେଇଁ ସେପାରିରୁ ମାଡ଼ି ଆସୁଛନ୍ତି ବାଂଲାଦେଶୀ । ଓଡ଼ିଶା ଯେମିତି ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀ । ଗାଁ ଗାଁରେ ଚରିଗଲେଣି । ଭତ୍ତା, ରାସନ୍ ହାତେଇଲେଣି। ସେମାନଙ୍କୁ ରୋକି ପାରୁନି ପୁଲିସ କି ଆଇନ ଆଣୁନାହାନ୍ତି ସରକାର । ଦୁର୍ବଳ ବ୍ୟବସ୍ଥା ଲାଗି ସୀମାପାର ବାଂଲାଦେଶୀଙ୍କ ଲାଗି ଚିନ୍ତା ବଢ଼ିଛି । ହେଲେ ଭତ୍ତା, ରାସନ୍ ଯୋଗେଇ ଦେଇ ନେତା ପାଟି ଚୁପ୍ କରି ବସି ପଡିଛନ୍ତି । କୁହାଯାଉଛି, ବାଂଲାଦେଶୀ ଭୋଟ୍ ହାତରୁ ଖସାଇବାକୁ ଚାହାନ୍ତିନି ନେତା । ସେଥିପାଇଁ ସବୁଠି ଅସମ୍ଭବ ନିରବତା, ସମସ୍ତେ ଚୁପ୍ଚାପ୍, ଗୁମ୍ସୁମ୍ ।
ଉପକୂଳ ଜିଲ୍ଲାରେ ଶହଶହ ବାଂଲାଦେଶୀ । ୧୯୭୧ ଯୁଦ୍ଧ ସମୟରୁ ଓଡ଼ିଶାମୁହାଁ ରିଫ୍ୟୁଜି । ତେବେ ଏମାନଙ୍କ ଭିତରୁ ଅନେକଙ୍କ ନାଁରେ ଲୁଟ୍ ଓ ଦୁଷ୍କର୍ମ ଭଳି ସଂଗୀନ୍ ମାମଲା । ଓଡ଼ିଆ ଝିଅଙ୍କୁ ଫସାଇ କରୁଛନ୍ତି ଲଭ୍ ଜିହାଦ । ୧୦ ବର୍ଷରେ ୪୧ ବାଂଲାଦେଶୀଙ୍କ ନାଁରେ ଏପରି ଗୁରୁତର ମାମଲା ବିଫଳ ବ୍ୟବସ୍ଥାର ବିକଳ ଚିତ୍ର ପଦାରେ ପକାଇଛି । ସରକାରୀ ତଥ୍ୟ କହୁଛି କେଉଁ ଜିଲ୍ଲାରେ କେତେ?
ଓଡ଼ିଶାରେ ୩୭୩୮ ବାଂଲାଦେଶୀ
ଭଦ୍ରକରେ ୧୯୯
କେନ୍ଦ୍ରାପଡ଼ାରେ ୧୬୪୯
ଭୁବନେଶ୍ବରରେ ୧୭
ଜଗତସିଂହପୁରରେ ୧୧୧୨
ମାଲକାନଗିରିରେ ୬୫୫
ନବରଙ୍ଗପୁରରେ ୧୦୬ ବାଂଲାଦେଶୀ ରହୁଛନ୍ତି ।