Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଚଇତି ପର୍ବରେ ମା’ ତାରିଣୀଙ୍କୁ କରିବେ ଦର୍ଶନ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଚଇତି ପର୍ବରେ ମା’ ତାରିଣୀଙ୍କୁ କରିବେ ଦର୍ଶନ

utkala khabar
Last updated: April 14, 2025 11:51 am
utkala khabar
Published April 14, 2025
Share
SHARE

ଭୁବନେଶ୍ୱ୧୪।୦୪ :ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପ୍ରଥମେ ଘଟଗାଁ ଠାରେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।  ଘଟଗାଁରେ ଥିବା ପ୍ରସିଦ୍ଧ ମା ତାରିଣୀଙ୍କ ପୀଠ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।  ପରେ କେନ୍ଦୁଝର ଠାରେ ଆୟୋଜିତ ହନୁମାନ ଜୟନ୍ତୀରେ ଯୋଗ ଦେଇ ଶୋଭାଯାତ୍ରାରେ ଉପସ୍ଥିତ ରହିବେ ।

ପଣା ସଂକ୍ରାନ୍ତି ଅର୍ଥାତ ଆଜିର ଦିନ ହେଉଛି ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବର ମୁଖ୍ୟ ଦିନ ।  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ପାଳନ ହେଉଛି ୮୯ତମ ଚଇତି ପର୍ବ । ଆଜି ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ । ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ହୋଇଛି । ଲମ୍ବା ଲାଇନରେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

ସୂଚନା ଅନୁସାରେ ସୋମବାର ଦିନ ସାଢ଼େ ୧୧ଟାରେ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ୧୨.୧୦ ମିନିଟ୍‌ରେ ଘଟଗାଁ ସ୍ଥିତ ତାରିଣୀ ବିଦ୍ୟାପିଠ ଛାତ୍ରାବାସ ପରିସରରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହାପରେ ମୁଖମନ୍ତ୍ରୀ ମା ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନ କରିବେ । ସେଠାରେ ସାଢ଼େ ୧ଟା ପର୍ଯ୍ୟନ୍ତ ରହିବେ। ସେଠାରୁ ୧.୪୫ ରେ ବାହାରି ୨ ଟାରେ କେନ୍ଦୁଝର ରିଜର୍ଭ ପୋଲିସ୍ ପଡିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ ପହଞ୍ଚିବେ।

ଦିନ ୨.୧୫ରେ ସର୍କିଟ ହାଉସ୍ ଯିବେ ଓ ସେଠାରୁ ୩.୫୦ ରେ ବାହାରି ୪ ଟାରେ ଲାବଣ୍ୟ ଛକରେ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ୫ ଟା ରେ ସର୍କିଟ ହାଉସ ଯିବେ ଏବଂ ସାଢ଼େ ୫ରେ ସେଠାରୁ ବାହାରି ଭିଜର୍ଭ ପୋଲିସ୍ ଅସ୍ଥାୟୀ ହେଲିପ୍ୟାଡ ପହଞ୍ଚି ସେଠାରୁ ୫.୪୦ରେ ହେଲିକ୍ୟାପ୍ଟର ଯୋଗେ ଭୁବନେଶ୍ଵର ପ୍ରତ୍ୟାବର୍ତ୍ତନର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 

You Might Also Like

ତାତିରେ ସିଝୁଛି ଓଡ଼ିଶା, ପାରଦ ୪୦ ଡିଗ୍ରି ଯାଏ ବଢିପାରେ

ବହୁଚୁରା ମାଁତାଙ୍କ ଷୋହଳ ପୁଜା ଅନୁଷ୍ଠିତ

ସ୍କୁଲ ପରିସରରୁ ୨୦ ଫୁଟିଆ ଅହିରାଜ ଉଦ୍ଧାର

୪ ଦିନିଆ ରିମାଣ୍ଡରେ ଜ୍ୟୋତି ମାଲହୋତ୍ରା, ମାରାଥନ ଜେରା କରୁଛି ତଦନ୍ତକାରୀ ଟିମ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ଘଣ୍ଟା ଭିତରେ ଅବପାତର ରୂପ ନେବ

TAGGED:#mohan charan majhi#odisha#odisha cmkenjhar visit
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?