ପାରାଦୀପ ୧୫।୦୪ : ମଙ୍ଗଳବାର ଠାରୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ କରାଯାଇଛି । ଜୁନ୍ ୧୪ ତାରିଖ ଯାଏଁ ଏହି କଟକଣାକୁ ବଳବତ୍ତର ରହିବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଆଜିଠୁ ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରକୁ ଯିବେ ନାହିଁ ମତ୍ସ୍ୟଜୀବୀ। ଏପ୍ରିଲ ୧୫ରୁ ଜୁନ ୧୪ ଯାଏଁ ମାଛଙ୍କ ଅଣ୍ଡାଦାନର ସମୟ ରହିଛି। ତେଣୁ ମତ୍ସ୍ୟ ସମ୍ପଦର ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧିକୁ ଲକ୍ଷ୍ୟ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ୨୦୦୫ ମସିହା ଠାରୁ କେନ୍ଦ୍ର ସରକାର ଏହି ନିୟମ ଆରମ୍ଭ କରିଛନ୍ତି | ଏପ୍ରିଲ୍ ୧୫ରୁ ଜୁନ ୧୪ ଯାଏଁ ସମୁଦ୍ର ମଧ୍ୟକୁ ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ମାଛ ଧରିବାକୁ ସମୁଦ୍ର ଭିତରେ ପ୍ରବେଶ କରିବେ ନାହିଁ | ଯାହାକୁ ନେଇ ଆଜିଠାରୁ ଏହି ନିୟମ ଲାଗୁ ହୋଇଛି।
। ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ । ମାଛ ବଂଶ ବୃଦ୍ଧି ଓ ଯାଆଁଳା ସୁରକ୍ଷା ପାଇଁ କଟକଣା ଲଗାଇଛନ୍ତି ସରକାର । ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି । ଏହି ସମୟରେ ବୋଟ୍ ଓ ଡଙ୍ଗା ଗୁଡିକର ମରାମତି କାମ ମଧ୍ୟ ଆରମ୍ଭ ହୋଇଛି ।