Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷ ହେବାର ସମ୍ଭାବନା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷ ହେବାର ସମ୍ଭାବନା

utkala khabar
Last updated: May 27, 2025 12:02 pm
utkala khabar
Published May 27, 2025
Share
SHARE

ଭୁବନେଶ୍ୱର ୨୭/୫: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଆଗକୁ ଅଗ୍ରସର ହେଉଛି । ୨୮ ବା ୨୯ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି ।ମଙ୍ଗଳବାର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶା, ସୁନ୍ଦରଗଡ଼ ଓ ଦେବଗଡ଼ରେ ଭଲ ବର୍ଷା ହେବ। ଆଗକୁ ବର୍ଷା ହେବାର ଥିବାରୁ ୨୯ ତାରିଖ ସୁଦ୍ଧା ଓଡ଼ିଶାରେ ମୌସୁମୀ ପହଞ୍ଚିଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ମଙ୍ଗଳବାର ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ଭାରି ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି ।

ଗତ ୨୪ ଘଣ୍ଟାରେ ସମ୍ବଲପୁରର ବୁର୍ଲାରେ ୬୪.୨ମିମି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ୬୨, ବରଗଡ଼ ଜିଲ୍ଲା ବରପାଲ୍ଲିରେ ୫୨, ରାୟଗଡ଼ା ଜିଲ୍ଲା କୋଲନରାରେ ୪୯.୪, ପୁରୀ ଜିଲ୍ଲା କାକଟପୁରରେ ୪୩, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ୩୭, ଜଗତସିଂହପୁର ଜିଲ୍ଲା ପାରାଦୀପରେ ୩୫.୪, ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ୩୪, ରାୟଗଡ଼ାରେ ୩୩.୪, ଜଗତସିଂହପୁର ବାଲିକୁଦାରେ ୩୦ମିମି ବର୍ଷା ରେକର୍ଡ ହୋଇଛି । ସୋମବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାୟଗଡ଼ାରେ ୪୭.୬ ମିମି, ପାରଳାଖେମୁଣ୍ଡିରେ ୨୮, କୋରାପୁଟରେ ୨୦.୬ମିମି ବର୍ଷା ହୋଇଛି ।

You Might Also Like

ଖରାଦିନେ ଅଞ୍ଜିର ଜୁସ୍ ପିଇବା ଦ୍ଵାରା ପେଟକୁ ଥଣ୍ଡା କରିଥାଏ

ଚଳିତ ରଥଯାତ୍ରା ପାଇଁ ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା

ସମ୍ପୂର୍ଣ୍ଣ ଦେଶରେ ନୂଆ ଟୋଲ୍ ପଲିସି ଲାଗୁ ହେବାକୁ ଯାଉଛି

କେମିତି କଟିବ ଆଜିର ଦିନଟି

ରିଙ୍କୁଙ୍କ ବିବାହରେ ନାଚିବେ ଶାହରୁଖ ଖାନ

TAGGED:#low pressure#odisha#UTKALA KHABARHeavy rainfallState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?