Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର କଲେ ମୋହନ ସରକାର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର କଲେ ମୋହନ ସରକାର

utkala khabar
Last updated: May 22, 2025 12:01 pm
utkala khabar
Published May 22, 2025
Share
SHARE

ରାଜ୍ୟ ୨୨/୫ :  ଯେ କୌଣସି ଜଣେ ସରକାରୀ ମହିଳା କର୍ମଚାରୀ କେତେ ଦିନ ପାଇଁ ପ୍ରସବକାଳୀନ ଛୁଟି ନେଇପାରିବେ । ଏ ନେଇ ଥିବା ଦ୍ୱନ୍ଦ୍ୱକୁ ସରକାର ଦୂର କରିଛନ୍ତି । ମହିଳା ସରକାରୀ କର୍ମଚାରୀ ମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ ଓ ମୃତ ଶିଶୁ ଜନ୍ମ କ୍ଷେତ୍ରରେ ମଧ୍ୟ ଛୁଟି ନେବାର ନିର୍ଦ୍ଦିଷ୍ଟ ନିୟମ କରାଯାଇଛି ।

ନୂଆ ନିଷ୍ପତ୍ତି ଅନୁସାରେ ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ ଏବଂ ପ୍ରସବ ତାରିଖର ଛଅ ମାସ ମଧ୍ୟରେ ଜଣେ ମହିଳା ସରକାରୀ କର୍ମଚାରୀ ୧୮୦ ଦିନର ମାତୃତ୍ଵ ଛୁଟି ନେଇପାରିବେ । ଶିଶୁ ଜନ୍ମ ସମୟରେ ସରକାରୀ ସେବାରେ ନ ଥିବା କର୍ମଚାରୀ ସରକାରୀ ସେବାରେ ଯୋଗ ଦେବା ପରେ ଶିଶୁକୁ ଛଅ ମାସ ହେବା ପର୍ଯ୍ୟନ୍ତ ମାତୃତ୍ଵ ଛୁଟି ନେଇପାରିବେ । ଏହି ମାତୃତ୍ୱ ଛୁଟି ୧୮୦ ଦିନରୁ କମ୍ ହେବ । କର୍ମଚାରୀ ମାତୃତ୍ଵ ଛୁଟିରେ ଥିବା ସମୟରେ ଯଦି ଗର୍ଭପାତ, ଜନ୍ମିତ ଶିଶୁର ମୃତ୍ୟୁ କିମ୍ବା ମୃତ ଶିଶୁ ଜନ୍ମ ହୁଏ, ତେବେ ମାତୃତ୍ୱ ଛୁଟିର ଅବଧି ସେହି ତାରିଖରୁ ୪୨ ଦିନ ପର୍ଯ୍ୟନ୍ତ ରହିବ । ଶିଶୁର ମୃତ୍ୟୁ ଜନ୍ମର ୨୯ ଦିନରୁ ୧୨୦ ଦିନ ମଧ୍ୟରେ ହେଲେ ସମ୍ପୃକ୍ତ କର୍ମଚାରୀଙ୍କ ମାତୃତ୍ୱ ଛୁଟି ଦୁର୍ଘଟଣା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ରହିବ । ମାତୃତ୍ୱ ଛୁଟିର ଅବଧି ଶେଷ ହୋଇଯାଇଥିଲେ ସେ ୧୪ ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ପାଇବେ ।ଯଦି ମାତୃତ୍ୱ ଛୁଟିର ଅବଧି ଦୁର୍ଘଟଣା ଦିନଠାରୁ ୧୪ ଦିନ ଭିତରେ ଶେଷ ହୋଇଯାଉଥିବ, ତେବେ ୧୪ ଦିନରୁ ଯେତିକି ଦିନ ବଳକା ରହିଯାଉଥିବ, ସେତିକି ଦିନର ସ୍ୱତନ୍ତ୍ର ମାତୃତ୍ୱ ଛୁଟି ମିଳିବ ।

 

You Might Also Like

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

ସନରାଇଜର୍ସ ହାଇଦ୍ରାବାଦ ୪୨ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଲା

କେଶ ବୃଦ୍ଧି ପାଇଁ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

ମାନସିକ ରୋଗର ଜାଣନ୍ତୁ ସଠିକ୍ ଲକ୍ଷଣ କ’ଣ ?

ବଡ଼ ଆକ୍ସନ ନେଲା ଭାରତ, ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲା

TAGGED:#odisha#UTKALA KHABARFemale EmployeesMaternity LeaveState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?