Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଆଜିଠୁ ପୋଷଣଯୁକ୍ତ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ, ସପ୍ତାହକୁ ୩ ଦିନ ମିଳିବ ଅଣ୍ଡା ଓ ମାଣ୍ଡିଆ ଲଡୁ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଆଜିଠୁ ପୋଷଣଯୁକ୍ତ ଖାଦ୍ୟ ଖାଇବେ ଛାତ୍ରଛାତ୍ରୀ, ସପ୍ତାହକୁ ୩ ଦିନ ମିଳିବ ଅଣ୍ଡା ଓ ମାଣ୍ଡିଆ ଲଡୁ

utkala khabar
Last updated: April 1, 2025 3:36 pm
utkala khabar
Published April 1, 2025
Share
SHARE

ଭୁବନେଶ୍ୱର ୦୧ /୦୩ : ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜିଠୁ ସ୍କୁଲରେ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦିଆଯିବ । ଏଥିସହିତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।

ଆଜିଠୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ଅଣ୍ଡାଠାରୁ ଆରମ୍ଭ କରି ମାଣ୍ଡିଆ , ଗୁଡରେ ପ୍ରସ୍ତୁତ ଲଡୁ ପ୍ରଦାନ କରାଯିବ । ସପ୍ତାହର ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ଏହି ଲଡୁ ପ୍ରଦାନ କରାଯିବ । ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ଏହାସହିତ ସପ୍ତାହକୁ ୩ଟି ଲଡୁ ସହ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ । ଆଗରୁ ୨ ଟି ଅଣ୍ଡା ପ୍ରଦାନ କରାଯାଇଥିବା ବେଳେ ଏଣିକି ୩ ଟି ଅଣ୍ଡା ପ୍ରଦାନ କରାଯିବ । ସୋମବାର, ବୁଧବାର, ଶୁକ୍ରବାର ପିଲାଙ୍କୁ ଅଣ୍ଡା ଦିଆଯିବ। ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

You Might Also Like

ଆହୁରି ୩ ଦିନ ଗୁଳୁଗୁଳି, ତାପମାତ୍ରା ୪୦ ଡିଗ୍ରୀ ଉପରେ

ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ସହ ୩୫ ବର୍ଷ ଧରି ଛଳନା କରିଥିଲେ ବିଜେଡି ଏବଂ କଂଗ୍ରେସ

ଆସୁଛି ବଡ଼ ଲଘୁଚାପ ! କାଲିଠୁ ପ୍ରବଳ ବର୍ଷା

ପ୍ରତିଦିନ ଚାଲିବା ଶରୀର ପାଇଁ ଲାଭଦାୟକ, ଜାଣନ୍ତୁ…

ମା’ ତାରାତାରିଣୀ ପୀଠର ବିକାଶ ପାଇଁ ୬୮ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

TAGGED:#laddoo#millet#odisha#school student#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?