ଭୁବନେଶ୍ବର ୨୪/୫ : ମେ’ ଶେଷ ମାସରେ କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ କେରଳରେ ମୌସୁମୀ ପାଦ ଥାପିଛି । ୨୦୦୯ ପରେ ଏଥର ସଅଳ ମୌସୁମୀ ଛଇଁଛି । ସାଧାରଣତଃ ଜୁନ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁଥାଏ । ତେବେ ଏଥର ସଅଳ ମୌସୁମୀ ଆସିଥିବାରୁ ଜୁନ ପ୍ରଥମ ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିପାରେ ବୋଲି ଆକଳନ କରାଯାଇଛି।
୧୩ ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇସାରିଛି । ତେବେ ଦୀର୍ଘ ୧୬ ହର୍ଷ ପରେ ଏଥର ଶୀଘ୍ର ମୌସୁମୀ ଛୁଇଁଛି ବୋଲି କୁହାଯାଉଛି ।
କେରଳ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଧିରେ ଧିରେ ଅଗ୍ରସର ହେଉଛି ମୌସୁମୀ ବାୟୁ । ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ମେ’ ୨୪ରେ କେରଳ ମଧ୍ୟକୁ ଅଗ୍ରସର ହୋଇଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏକ୍ସ ଜରିଆରେ ସୂଚନା ପ୍ରଦାନ କରିଛି । ସ୍ୱାଭାବିକ ତାରିଖ ଜୁନ୍ ୧ ତୁଳନାରେ ୮ ଦିନ ପୂର୍ବରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି । ଗତ ୨୫ ବର୍ଷରେ ୨୦୦୯ ଏବଂ ୨୦୦୧ ମସିହା ପରେ ମୌସୁମୀ ବାୟୁ କେରଳରେ ସଅଳ ଅଗ୍ରସର ହୋଇଛି । ମୌସୁମୀ ବାୟୁ ମେ’ ୨୩ରେ ୨୦୦୧, ୨୦୦୯ରେ କେରଳରେ ପ୍ରବେଶ କରିଥିଲା । ୧୯୭୫ ମସିହାରୁ ତଥ୍ୟ ଅନୁଯାୟୀ, ୧୯୯୦ (ମେ’ ୧୯, ୧୯୯୦)ରେ ୧୩ ଦିନ ଅଗ୍ରସର ହୋଇଥିଲା ।