ଗତ କିଛି ମାସ ଭିତରେ ସୁନାର ଦର କ୍ରମାଗତ ଭାବେ ବଢି ଚାଲିଥିବାରୁ ସୁନା ବ୍ୟବସାୟ ମଧ୍ୟ ପ୍ରଭାବିତ ହୋଇଛି । ଆନ୍ତର୍ଜାତୀୟ ସ୍ତରରେ ସୁନାର ଦର ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଭାରତୀୟ ବଜାରରେ ଅନୁଭୂତ ହେଉଛି । ଆଗକୁ ମଧ୍ୟ ଏହି ଦର ଚଢା ରହିବ ବୋଲି ସ୍ପଷ୍ଟ କରିଛନ୍ତି ଏକ୍ସପର୍ଟ ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୯, ୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ହଜାର ୩୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୯, ୬୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୧ ହଜାର ୩୦୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୯,୬୦୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୧, ୩୦୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୯, ୭୫୦ ଟଙ୍କା ଓ ୨୨ କ୍ୟାରେଟ୍ ୯୧,୪୫୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୯, ୬୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୧, ୩୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୯, ୬୦୦ ଓ ୯୧, ୩୦୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୪, ୦୦୦ ଟଙ୍କା ହୋଇଛି ।