Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଗାଉନ ପିନ୍ଧି ଫ୍ୟାନ୍ସଙ୍କୁ ଆକର୍ଷିତ କଲେ ଆଲିଆ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଗାଉନ ପିନ୍ଧି ଫ୍ୟାନ୍ସଙ୍କୁ ଆକର୍ଷିତ କଲେ ଆଲିଆ

utkala khabar
Last updated: May 24, 2025 1:00 pm
utkala khabar
Published May 24, 2025
Share
SHARE

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନଜର ଆସିଲେ ବଲିଉଡ ଇଣ୍ଡଷ୍ଟ୍ରିର ଚୁଲବୁଲି ଅଭିନେତ୍ରୀ ଆଲିୟା ଭଟ୍ଟ । ଆଲିଆ ତାଙ୍କ ଲୁକର ଯାଦୁରେ ଫ୍ୟାନ୍ସଙ୍କ ହୃଦୟକୁ ସ୍ପର୍ଶ କରିଛନ୍ତି । ବିଶେଷ କରି ତାଙ୍କ ହେୟାର ଷ୍ଟାଇଲ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଛି । କାନ୍ସରେ ଆଲିଆଙ୍କ ଏହି ଦ୍ବିତୀୟ ଲୁକର ଫଟୋ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି ।

କାନ୍ସରେ ନିଜ ନିଜ ଲୁକର ଜଲୱାରେ ଫ୍ୟାନ୍ସଙ୍କୁ ଫିଦା କରୁଛନ୍ତି ବଲିଉଡ ଅଭିନେତ୍ରୀ । କାନ୍ସରେ ଅଭିନେତ୍ରୀଙ୍କ ମଧ୍ୟରେ ଜୋରଦାର ଟକ୍କର ଚାଲୁଥିବା ଦେଖିବାକୁ ପାଇଛନ୍ତି ଦର୍ଶକ । ୨୦୨୪ରେ ବ୍ରାଣ୍ଡ ଆମ୍ବାସଡରରେ ସାମିଲ ହୋଇ ଆଲିୟା ଭଟ୍ଟ ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ତାଙ୍କ ଗେଟଅପ ପାଇଁ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି ଆଲିୟା । କାନ୍ସରେ ଅନେକ ଜଣାଶୁଣା ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ଗେଟଅପରେ ସାମିଲ ହୋଇଥିବା ଦେଖିବାକୁ ମିଳୁଛି । ସେହିଭଳି ଆଲିୟା ମଧ୍ୟ ନିଜର ଏକ ନିଆରା ଗେଟଅପ୍ ନେଇଛନ୍ତି ।

ଅନ୍ୟପଟେ ଆଲିୟାଙ୍କ ନୂଆ ଗେଟଅପ ପାଇଁ ରିଆ କପୁର ଡିଜାଇନ୍ ପ୍ରସ୍ତୁତ କରିଥିଲେ । ଯାହା ଆଲିୟାଙ୍କୁ ବେଶ୍ ସୁନ୍ଦର ଦିଶୁଥିଲା । ଆଲିୟାଙ୍କ ଗାଉନଟି ବ୍ଲୁ ରଙ୍ଗ ଏବଂ ଛୋଟ ଛୋଟ ଷ୍ଟୋନରେ ସଜେଇ ହୋଇ ରହିଥିଲା । ଯାହା ଫଳରେ ତାଙ୍କ ଆଉଟଫିଟ ଡିଜାଇନ ସମସ୍ତଙ୍କ ଧ୍ୟାନର ମୁଖ୍ୟ କାରଣ ପାଲଟିଥିଲା । ଏହା ବ୍ୟତୀତ ଆଲିୟା ଡ୍ରେସ ସହ ମ୍ୟାଚିଂ କରି ଇୟରିଂସ ପିନ୍ଧିଥିଲେ । ତାଙ୍କ ମୁଣ୍ଡରେ ହୀରାର  ମୁଦି ବ୍ୟବହାର କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଯଦି ତାଙ୍କ ମେକଅପ୍ ବିଷୟରେ କୁହାଯାଏ ତେବେ ସେ ନୋମେକଅପର ନିଷ୍ପତ୍ତି ନେଇଥିଲେ । ତେଣୁ ତାଙ୍କ ଲିପଷ୍ଟିକ୍ ବୋଲ୍ଡ କଲର ରହିନଥିଲା  । ଯେଉଁଥି ପାଇଁ ପ୍ରଶଂସକମାନେ ତାଙ୍କ ଗେଟଅପକୁ ଖୁବ୍ ପସନ୍ଦ କରିଥିବା ସୂଚନା ମିଳୁଛି ।

You Might Also Like

ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ମୃତ ୫ ଗୁରୁତର

ପୁଣି ୭ ବର୍ଷ ପରେ ବିଗିଡିଲା ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀଙ୍କ ଦେହ

କେମିତି ଜାଣିବେ ତରଭୁଜ ଅସଲି କି ନକଲି ?

ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଝରକା କବାଟ ବନ୍ଦ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

SHG ମହିଳା ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି

TAGGED:#UTKALA KHABARAlia BhattBeautyfull lookBlue stone gownBollywood ActressCannes lookFilm Festivals
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?