Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଭଡା ବିମାନରେ ୪୦ ଘଣ୍ଟାର ଉଡ଼ାଣ, ରାଣା ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ କୋଟି ଟଙ୍କା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ମନୋରଞ୍ଜନ

ଭଡା ବିମାନରେ ୪୦ ଘଣ୍ଟାର ଉଡ଼ାଣ, ରାଣା ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ କୋଟି ଟଙ୍କା

utkala khabar
Last updated: April 11, 2025 3:44 pm
utkala khabar
Published April 11, 2025
Share
SHARE

ନୂଆଦିଲ୍ଲୀ ୧୧/୦୪: ଖୋଲିବ ମୁମ୍ବାଇ ଆଟାକ୍‌ ଷଡଯନ୍ତ୍ରର ଗୁମର । ୧୮ ଦିନିଆ ରିମାଣ୍ଡରେ ତହବୁର ରାଣା । ରିମାଣ୍ଡରେ ନେଇ ପଚରାଉଚରା କରିବାକୁ NIA ମାଗିଥିଲା ୨୦ ଦିନ । ତେବେ ୧୮ ଦିନ ଅନୁମତି ଦେଇଛନ୍ତି ପଟିଆଲା ହାଉସକୋର୍ଟ । ଏହାପରେ ରାଣାକୁ NIA ହେଡକ୍ବାର୍ଟର ଅଣାଯାଇଛି । ସେଠାରେ ତିଆରି ହୋଇଥିବା ସ୍ବତନ୍ତ୍ର ସେଲରେ ରାଣାକୁ ଜେରା କରାଯିବ ।

ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ସବୁ ଷଡଯନ୍ତ୍ରର ଖୁଲାସା କରିବାକୁ ଯୋଜନା ପ୍ରସ୍ତୁତ କରିଛି NIA । ତେବେ ଜାଣିଛନ୍ତି କି, ଏହି ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କୀଙ୍କୁ ଆଣିବାକୁ ଭାରତ ଖର୍ଚ୍ଚ କରିଛି କୋଟ୍ ଟଙ୍କା । ଏମିତିକି ବିମାନ ବି ଯାଇଥିଲା ଭଡାରେ । ଆସନ୍ତୁ ଜାଣିବା ପୁରା ଘଟଣା ।

ରାଣାକୁ ଆମେରିକାରୁ ଭାରତ ଆଣିବା ଥିଲା ବେଶ୍ ଚ୍ୟାଲେଞ୍ଜ । ଅପରେସନ ଯେତିକି ସମ୍ବେଦନଶୀଳ ଥିଲା, ସେତିକି ମହଙ୍ଗା ବି ଥିଲା। ବିଳାସପୂର୍ଣ୍ଣ ଚାର୍ଟର ବିମାନ ଗଲ୍ଫ ଷ୍ଟ୍ରିମ୍ G-550 ବ୍ୟବହାର କରାଯାଇଥିଲା । ଯାହାର ମୂଲ୍ୟ ପ୍ରତି ଘଣ୍ଟାରେ ପ୍ରାୟ ୯ ଲକ୍ଷ ଟଙ୍କା ଥିଲା। ୪୦ ଘଣ୍ଟାର ଉଡ଼ାଣ ପାଇଁ ଖର୍ଚ୍ଚ ହୋଇଥିଲା ୪ କୋଟି ଟଙ୍କା । ଜେଟ୍ ଭିଏନା ସ୍ଥିତ ଏକ ବିମାନ ସେବାରୁ ଭଡାରେ ନିଆଯାଇଥିଲା ଚାର୍ଟର ପ୍ଲେନ୍। ବୁଧବାର ଦିନ ସ୍ଥାନୀୟ ସମୟ ଭୋର ୨:୧୫ରେ ମିଆମିରୁ ଉଡ଼ାଣ କରିଥିଲା ବିମାନ ।

ସେହି ଦିନ ସନ୍ଧ୍ୟା ୭ଟାରେ ରୋମାନିଆର ରାଜଧାନୀ ବୁଖାରେଷ୍ଟରେ ପହଞ୍ଚିଥିଲା। ସେଠାରେ ପ୍ରାୟ ୧୧ ଘଣ୍ଟା ବିରତି ନେବା ପରେ, ଏହା ଗୁରୁବାର ସକାଳ ୬:୧୫ ରେ ପୁଣି ଥରେ ଉଡ଼ାଣ ଆରମ୍ଭ କରିଥିଲା । ଆଉ ସନ୍ଧ୍ୟା ୬:୨୨ ରେ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ପ୍ରାୟ ୪୦ ଘଣ୍ଟା ପରେ ଏହା ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଥିଲା ସ୍ୱତନ୍ତ୍ର ବିମାନ।

 

କୌଣସି ବିଳାସପୂର୍ଣ୍ଣ ହୋଟେଲଠାରୁ କମ୍ ନୁହେଁ ଗଲ୍ଫଷ୍ଟ୍ରିମ୍ G550 ବିମାନ । ୨୦୧୩ରେ ନିର୍ମିତ ଗଲ୍ଫଷ୍ଟ୍ରିମ୍ G550କୁ ଅଲ୍ଟ୍ରା ଲଙ୍ଗ ରେଞ୍ଜ ମିଡ୍-ଆକାର ବର୍ଗରେ କରାଯାଇଛି । ଏହାର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ଭିତରର ଚମତ୍କାର ସାଜସଜ୍ଜା। ବିମାନର ସର୍ବାଧିକ ୧୯ ଯାତ୍ରୀ ଯିବାର ରହିଛି କ୍ଷମତା ।

 

୯ଟି ଡିଭାନ୍ ସିଟ୍ ଅଛି ଯାହା ଶୋଇବା ପାଇଁ ବେଡ୍‌ରେ ପରିଣତ ହୁଏ । ଏଥିରେ ୬ଟି ବେଡ୍ ବି ଅଛି। ଏହା ବ୍ୟତୀତ, ଏହି ବିମାନରେ ଉଡ଼ାଣ ସମୟରେ ଓ୍ୱାଇଫାଇ ସେବା, ସାଟେଲାଇଟ୍ ଫୋନ୍ ଏବଂ ଆଧୁନିକ ମନୋରଞ୍ଜନ ବ୍ୟବସ୍ଥା ଅଛି। ଏହାର ଅଣ୍ଡାକୃତିର ଝରକା ଏହାକୁ ଏକ ସ୍ୱତନ୍ତ୍ର ପରିଚୟ ଦିଏ । VIP ସେବାଠାରୁ କମ୍ ସେବା ଦିଏନି ଏହି ବିମାନ ।

 

ପ୍ରଶ୍ନ ଉଠୁଛି ଯେ ଆତଙ୍କୀ ପାଇଁ ଏତେ ପରିମାଣର ଟଙ୍କା କାହିଁକି କରାଗଲା ଖର୍ଚ୍ଚ? ଯାହା ଜଣାପଡିଛି ସୁରକ୍ଷା ଦୃଷ୍ଟିରେ ଏପରି ନିଷ୍ପତ୍ତି ନେଇଥିଲେ ସରକାର୍ । କାରଣ ତହବୁର ଜଣେ ହାଇପ୍ରୋଫାଇଲ ଆତଙ୍କବାଦୀ । ଆମେରିକା ଓ ଭାରତ ଉଭୟର ସୁରକ୍ଷା ଏଜେନ୍ସି ତାଙ୍କ ପ୍ରତ୍ୟର୍ପଣ ସମ୍ପର୍କରେ ବିଶେଷ ସତର୍କତା ଅବଲମ୍ବନ କରିଥିଲେ। ଏପରି ସ୍ଥିତିରେ, ଚାର୍ଟର ବିମାନକୁ ଏକମାତ୍ର ସୁରକ୍ଷିତ ବିକଳ୍ପ ଭାବେ କରାଯାଇଥିଲା ବିବେଚନା । ଯାହା ଦ୍ଵାରା ଯେକୌଣସି ପ୍ରକାରର ଅତର୍କିତ ଘଟଣାକୁ ଏଡାଯାଇପାରିବ। କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ସତ, କିନ୍ତୁ କଣ ଉଦ୍ଦେଶ୍ୟ ହେବ ସଫଳ?

You Might Also Like

ଥଣ୍ଡା ପବନ ଦେଉନାହିଁ କି ଆପଣଙ୍କ ଏସି? କଣ କରିବେ ଜାଣନ୍ତୁ

ରାଜଧାନୀରେ ବାଜିଲା ସାଇରନ, ଅପରାହ୍ନ ୪ଟାରୁ ୪ଟା ୩୦ ଯାଏ ମକଡ୍ରିଲ

ହାଇ କୋଲେଷ୍ଟ୍ରୋଲକୁ କିପରି କରିବେ କଣ୍ଟ୍ରୋଲ, ଜାଣନ୍ତୁ ଏହି ଉପାୟ

ଭିଟାମିନ-ସି ଅଭାବରୁ କ’ଣ ହୁଏ? ଜାଣନ୍ତୁ

ସରକାରଙ୍କ ଘୋଷଣା, ବଣ୍ଟା ହେବ ନୂଆ ରାସନ କାର୍ଡ

TAGGED:#india#UTKALA KHABARamericaTahawwur Rana
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?