Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଦିନରେ ଅସହ୍ୟ ଗୁଳୁଗୁଳି, ରାତିରେ କାଳବୈଶାଖୀ, ୨୮ରେ ବଙ୍ଗୋପସାଗରରେ ଲଘୁଚାପ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ରାଜ୍ୟ

ଦିନରେ ଅସହ୍ୟ ଗୁଳୁଗୁଳି, ରାତିରେ କାଳବୈଶାଖୀ, ୨୮ରେ ବଙ୍ଗୋପସାଗରରେ ଲଘୁଚାପ

utkala khabar
Last updated: May 16, 2025 10:39 am
utkala khabar
Published May 16, 2025
Share
SHARE

ରାଜ୍ୟ ୧୬/୫ : ମେ ମାସ ଶେଷ ବେଳକୁ ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗେଇବା ସହିତ ଏହା ପ୍ରଭାବରେ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ସମ୍ଭବତଃ ୨୮ ଓ ୨୯ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ବିସ୍ତାରିତ ଆକଳନ କରି ଏଭଳି ଚିତ୍ର ଆଙ୍କିଛି ।

ଆଇଏମଡିର ବିସ୍ତାରିତ ଆକଳନ ଅନୁସାରେ ମେ ମାସ ତୃତୀୟ ସପ୍ତାହ (୨୨ରୁ ୨୮ ତାରିଖ)ରେ ମୌସୁମୀ କେରଳ ଛୁଇଁପାରେ । ଏହି ସମୟରେ ମୌସୁମୀ ବାୟୁ ଉତ୍ତର ପୂର୍ବ ରାଜ୍ୟକୁ ମଧ୍ୟ ଅଗ୍ରସର ହୋଇପାରେ । ୧୫ ରୁ ୨୧ ତାରିଖ ଭିତରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୨୨ରୁ ୨୮ ତାରିଖ ଭିତରେ ବି ବର୍ଷା ପରିମାଣ ବଢ଼ିପାରେ । ଓଡ଼ିଶା ସମେତ ପୂର୍ବ ଓଡ଼ିଶାରେ ଘଡ଼ଘଡ଼ି ଓ ବର୍ଷା ଅଛି । ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଜଳିବ ପଶ୍ଚିମ ଓଡ଼ିଶା । ବୌଦ୍ଧ, ଟିଟିଲାଗଡ଼, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସୋନପୁର ଓ ନୂଆପଡ଼ାରେ ତାତି ୪୨ ଡିଗ୍ରୀ ସେଲସିୟସ୍‌ ବା ଏହାଠାରୁ ଅଧିକ ଟପିପାରେ।

ସେପଟେ କମ୍‌ ତାତି ଥାଇ ବି ଅଧିକ ଆର୍ଦ୍ରତା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହେଉଛି । ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ରହିଛି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ତାତି ଅପେକ୍ଷାକୃତ କମ୍‌ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଶୁକ୍ରବାର ଦିନବେଳା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ପ୍ରବଳ ଗରମ ଅନୁଭୂତ ହେବ।

ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ଝଟ୍‌କା ୪୦ରୁ ୫୦ କିମି ଯାଏ ଛୁଇଁପାରେ। ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ରୁ ୪୦ କିମି ବେଗରେ ପବନ ଝଟ୍‌କା ଦେଇପାରେ ବୋଲି ଆକଳନ କରାଯାଇଛି ।

ତାପମାତ୍ରା ରେକର୍ଡ ହୋଇଥିଲା ଝାରସୁଗୁଡ଼ାରେ ୪୨.୨, ସମ୍ବଲପୁରରେ ୪୨, ହୀରାକୁଦରେ ୪୧.୬, ଟିଟିଲାଗଡ଼ରେ ୪୧.୫, ବଲାଙ୍ଗୀରରେ ୪୧.୧, ସୁନ୍ଦରଗଡ଼ରେ ୪୧, ରାଉରକେଲାରେ ୪୦.୫, ନୂଆପଡ଼ା ଓ ଭବାନୀପାଟଣାରେ ୪୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ୧୯ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଏଭଳି ତାତି ଅନୁଭୂତ ହେବ ।

 

 

You Might Also Like

ନବରାତ୍ରୀରେ ଲକ୍ଷ୍ମୀ ପଞ୍ଚମୀ କେବେ? ଜାଣନ୍ତୁ ଶୁଭ ସମୟ, ପୂଜା ପଦ୍ଧତି ଏବଂ ନିୟମ

ଆଜି ସମ୍ୱଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର

ସରିଲା ନିଟ୍‌ ୟୁଜି, ଜୁନ୍‌ ୧୪ରେ ଫଳ

୬ ମ୍ୟାଚ୍‌ରୁ ୫ଟିରେ ପରାଜୟ, ଆଇପିଏଲ ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ

ପାକିସ୍ତାନକୁ IMF ପାଣ୍ଠିର ସହାୟତା ପ୍ରଦାନ କଲା

TAGGED:#kalabaisakhi#odisha#UTKALA KHABAR#weather news#yellow warningRain allertState news
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?