Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖରାଦିନରେ ପିଅନ୍ତୁ ମୋସମ୍ବି ଜୁସ୍, ଶରୀରକୁ ଦେଇଥାଏ ଅନେକ ଫାଇଦା
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଜୀବନଚର୍ଯ୍ୟା

ଖରାଦିନରେ ପିଅନ୍ତୁ ମୋସମ୍ବି ଜୁସ୍, ଶରୀରକୁ ଦେଇଥାଏ ଅନେକ ଫାଇଦା

utkala khabar
Last updated: April 1, 2025 4:29 pm
utkala khabar
Published April 1, 2025
Share
SHARE

ସ୍ୱାସ୍ଥ୍ୟକୁ  ସମ୍ପଦ ବୋଲି କୁହାଯାଏ । ଖରାଦିନେ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯାଇଥାଏ । ତେଣୁ ପେଟ ଏବଂ ମନକୁ ଥଣ୍ଡା ରଖିବା ପାଇଁ ଲୋକେ ଖରାଦିନ ଆସିବା ପରେ ଥଣ୍ଡା ପାନୀୟ ଜଳ ନଚେତ୍ ଜୁସ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନ ଆସୁ ଆସୁ ଜୁସ ଦୋକାନରେ ଭିଡ ହେବା ଆରମ୍ଭ ହୋଇଯାଇଥାଏ । ଗରମରୁ ରକ୍ଷା ପାଇବା ପାଇଁ କିଛି ଲୋକ ଫଳ ନଖାଇ ଜୁସ ପିଇବାକୁ ଭଲପାଇଥାନ୍ତି । ଏମିତି ଜିନିଷ ସେବନ କରିବା ଉଚିତ୍ ଯାହା ଆପଣଙ୍କୁ ସୁସ୍ଥ କରି ଗଢିତୋଳିବ । ଆପଣ ଅନେକ ଜୁସ ପିଇଥିବେ କିନ୍ତୁ ମୋସାମ୍ବି ଜୁସ ପିଇଛନ୍ତି କି? ମୋସାମ୍ବି ଜୁସ ଆମ ଶରୀର ପାଇଁ କେତେ ଲାଭଦାୟକ ଜାଣିଛନ୍ତି କି?

ମୋସାମ୍ବି ଜୁସକୁ ଯଦି ପ୍ରତ୍ୟେକ ଦିନ ଉଚିତ୍ ମାତ୍ରାରେ ଖାଇବା ତେବେ ଏହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏହି ଫଳରେ ଅନେକ ଗୁଣ ଭରପୂର ହୋଇ ରହିଛି । ମୋସାମ୍ବି ଜୁସର ଲାଭପ୍ରଦ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।

ଭିଟାମିନ୍ C : ମୋସାମ୍ବି ଏକ ଉନ୍ନତଧରଣର ଫଳ ଯାହା ଭିଟାମିନ୍ ସି ଗୁଣରେ ଭରପୁର । ଯାହା ଆମ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଥଣ୍ଡା, ଜ୍ବର ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ହଜମ ପ୍ରକ୍ରିୟା : ଏହି ଫଳ ବଦହଜମୀ, ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାଠାରୁ ଦୂରେଇ ରଖେ । ଏହି ଜୁସ ସେବନ ଦ୍ଵାରା  ପାଚନ ଶକ୍ତିକୁ ବଢାଇଥାଏ ।

ତ୍ବଚା ପାଇଁ ଲାଭପ୍ରଦ : ଏହି ଜୁସରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟସ ଥିବା ହେତୁ ଆମ ତ୍ବଚାରେ ଚମକ ଆଣିଥାଏ ।

ଓଜନରେ ହ୍ରାସ : ଏଥିରେ କମ୍ କ୍ୟାଲୋରୀ ଥିବା ହେତୁ ଶରୀରକୁ ହାଇଡ୍ରେଟ ରଖିବା ସହିତ ଓଜନ ହ୍ରାସ କରିଥାଏ ।

ହାର୍ଟ ପାଇଁ ଲାଭପ୍ରଦ : ବ୍ଲଡ ପ୍ରେସର କାରଣରୁ ହାର୍ଟଆଟାକ ଭଳି ସମସ୍ୟା ଦେଖାଦେଇଥାଏ । ଏହି ଜୁସର ସେବନ ଦ୍ବାରା ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

ଆଣ୍ଟି ଇଫ୍ଲାମେଣ୍ଟୋରୀ ଗୁଣ : ଏହି ଜୁସରେ ପ୍ରାକୃତ୍ତିକ ଗୁଣରେ ଭରପୁର ।

ଏହି ଜୁସ ସ୍ବାଦିଷ୍ଟ ହୋଇଥିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ । ଏଥିରେ ସୁଗାର ମାତ୍ରା ଅଧିକ ରହିଥାଏ । ତେଣୁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଖାଇବା ଉଚିତ ନୁହେଁ ।

You Might Also Like

ଥଣ୍ଡା ପବନ ଦେଉନାହିଁ କି ଆପଣଙ୍କ ଏସି? କଣ କରିବେ ଜାଣନ୍ତୁ

ଔଷଧ ଦୋକାନରେ ଇଞ୍ଜେକ୍ସନ ଫୋଡିବା ମନା

ଖରାଦିନେ ଖାଆନ୍ତୁ ସପୁରୀ

କଳାଜାଇ କହିବ ଆପଣଙ୍କ ବ୍ୟକ୍ତିତ୍ଵ

କେମିତି ଜାଣିବେ ତରଭୁଜ ଅସଲି କି ନକଲି ?

TAGGED:#benifits#hot day#lifestyle#mosambi juice#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?