Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ଖୋଲୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର, ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଥିଲା ଘନିଷ୍ଠ ସମ୍ପର୍କ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ଖୋଲୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର, ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଥିଲା ଘନିଷ୍ଠ ସମ୍ପର୍କ

utkala khabar
Last updated: May 19, 2025 11:38 am
utkala khabar
Published May 19, 2025
Share
SHARE

ଭାରତ ୧୯/ ୫ : ଖୋଲୁଛି ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁମର । ଯାଞ୍ଚବେଳେ ତାଙ୍କ କଲ୍ ଡିଟେଲସରୁ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ଥିଲା ଜ୍ୟୋତି ମାଲହୋତ୍ରାଙ୍କ ଘନିଷ୍ଠ ସମ୍ପର୍କ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଝିଅ ମରିୟମ ନଓ୍ବାଜ ସରିଫଙ୍କ ସହ ଜ୍ୟୋତି ମାଲହୋତ୍ରଙ୍କ ବେଶ୍ ଭଲ ସମ୍ପର୍କ ରଖିଥିଲେ ।

୨୦୨୪ରେ ମାତ୍ର ୨ ମାସ ଭିତରେ ପ୍ରଥମେ ପାକିସ୍ତାନ ଓ ପରେ ଚୀନ ଯାତ୍ରାକୁ ନେଇ ସୁରକ୍ଷା ଏଜେନ୍ସିର ସନ୍ଦେହ ଘେରକୁ ଆସିଥିଲେ ଟ୍ରାଭେଲ୍ ବ୍ଲଗର । ଏପରିକି ପହଲଗାମ ଆତଙ୍କୀ ଆକ୍ରମଣ ପରର ଭିଡ଼ିଓରେ ଜ୍ୟୋତିଙ୍କ ବୟାନ ସମସ୍ତଙ୍କୁ ଚକିତ କରୁଛି। ଆକ୍ରମଣକୁ ନିନ୍ଦା କରିବା ବଦଳରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ କରିଥିଲେ ଜ୍ୟୋତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ ଜ୍ୟୋତି।

ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ହିସାର ପୋଲିସ କହିଛି ଯେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (ପିଆଇଓ) ତାଙ୍କୁ ଭାରତ ବିରୁଦ୍ଧରେ ପ୍ରସ୍ତୁତ କରୁଥିଲା ଯାହା ଦ୍ୱାରା ତାଙ୍କୁ ସଠିକ ସମୟରେ ବ୍ୟବହାର କରାଯାଇପାରିବ। ପୋଲିସ ଏହା ମଧ୍ୟ କହିଛି ଯେ ଜ୍ୟୋତି ପହଲଗାମ ଆକ୍ରମଣ ପୂର୍ବରୁ ଜଣେ ଟ୍ରାଭେଲ ଏଜେଣ୍ଟ ଭାବରେ ତିନିଥର ପାକିସ୍ତାନ ଯାଇଥିଲେ। ଏହି ସମୟ ମଧ୍ୟରେ ସେ ଚାଇନା ମଧ୍ୟ ଗସ୍ତ କରିଥିଲେ।


ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶଶାଙ୍କ କୁମାର ସାୱନ କହିଛନ୍ତି, ‘କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ହରିୟାଣା ପୋଲିସକୁ କହିଛନ୍ତି ଯେ ପିଆଇଓ ନରମ କଥାବାର୍ତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ସୋସିଆଲ ମିଡିଆରେ ସକ୍ରିୟ ଥିବା ଲୋକଙ୍କୁ ନିଯୁକ୍ତି ଦେଉଛନ୍ତି।’ ଶୁକ୍ରବାର (୧୬ ମଇ, ୨୦୨୫) ଗିରଫ ହୋଇଥିବା ଜ୍ୟୋତିଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି।

ସେ ଅନ୍ୟ YouTube ଇନଫ୍ଲୁଏନ୍ସରଙ୍କ ସହିତ ମଧ୍ୟ ଯୋଗାଯୋଗରେ ଥିଲେ, ଯେଉଁମାନେ ପାକିସ୍ତାନୀ ଏଜେନ୍ସିଗୁଡ଼ିକ ସହିତ ସନ୍ଦେହଜନକ ଲିଙ୍କ ପାଇଁ ମଧ୍ୟ ତଦନ୍ତ କରାଯାଉଛି।’ ଏବେ ସମସ୍ତଙ୍କ ମନର ପ୍ରଶ୍ନ ଉଠୁଛି ଯେ ଜ୍ୟୋତିଙ୍କର ପାକିସ୍ତାନ ଭଳି ଚାଇନା ସହ କିଛି ସମ୍ପର୍କ ଥାଇପାରେ। ଯଦି ଏହା ସତ ବୋଲି ଜଣାପଡେ ତେବେ ସାଂଘାତିକ ହେବ ବୋଲି ଅନୁମାନ କରାଯାଉଛି।

 

You Might Also Like

ରାଜ୍ୟରେ ଆହୁରି ବଢିବ ତାତି, ୨ରୁ ୪ ଡିଗ୍ରୀ ବଢିପାରେ ପାରଦ

ଆଜି ହେଉଛି ସାବିତ୍ରୀ ବ୍ରତ

ଅକ୍ଷୟ ତୃତୀୟାରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁଠି କେତେ ଅଛି ଦର ?

ଓଜନ କମାଇବାରେ ସାହାଯ୍ୟ କରେ କରମଙ୍ଗା ଜାଣନ୍ତୁ

କେମିତି ଆତଙ୍କୀ ହମଲା ବେଳେ ୪ ପର୍ଯ୍ୟଟକ ପରିବାରକୁ ବଞ୍ଚାଇଥିଲେ ନଜାକତ ଅଲୀ ?

TAGGED:#india#pakisthan#UTKALA KHABARChainaHaryanaJyoti MalhotraNatioanal NewsYoutuber
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?