Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ତା‌ଲିବାନ ମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରି ଧନ୍ୟବାଦ ଜଣାଇଲେ ଜୟଶଙ୍କର
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ତା‌ଲିବାନ ମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରି ଧନ୍ୟବାଦ ଜଣାଇଲେ ଜୟଶଙ୍କର

utkala khabar
Last updated: May 16, 2025 1:19 pm
utkala khabar
Published May 16, 2025
Share
SHARE

ଭାରତ ୧୬/୫ : ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବଡ଼ ବୟାନ ଦେଇଛନ୍ତି । ପାକିସ୍ତାନ ସହିତ କେବଳ ଆତଙ୍କବାଦ ଏବଂ ପିଓକେକୁ ନେଇ କଥାବାର୍ତ୍ତା ହେବ, ଏହାଛଡା ଆଉ କିଛି ନୁହେଁ । ଅସ୍ତ୍ରବିରତି ଘୋଷଣା ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ଭବିଷ୍ୟତର ଉତ୍ତେଜନା ଏହି ଆଲୋଚନା ଉପରେ ନିର୍ଭର କରେ ।ଦିଲ୍ଲୀରେ ହଣ୍ଡୁରାସ୍ ଦୂତାବାସର ଉଦଘାଟନ ସମୟରେ, ଏସ ଜୟଶଙ୍କର ପାକିସ୍ତାନ ସହିତ ଆଲୋଚନା ଉପରେ ଭାରତର ସ୍ଥିତି ଦୋହରାଇଥିଲେ । ଏସ ଜୟଶଙ୍କର କହିଛନ୍ତି ଯେ, ସିନ୍ଧୁ ଚୁକ୍ତିନାମା ସ୍ଥଗିତ ରହିବ । ପାକିସ୍ତାନ ସହିତ ଆତଙ୍କବାଦ ଏବଂ ପିଓକେ ଉପରେ ଆଲୋଚନା ହେବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପାକ୍ ଆଲୋଚନାରେ କୌଣସି ତୃତୀୟ ଦେଶ ହସ୍ତକ୍ଷେପ କରିବ ନାହିଁ । ପାକିସ୍ତାନ ସହିତ କେବଳ ପିଓକେ ଏବଂ ଆତଙ୍କବାଦ ଉପରେ ଆଲୋଚନା ହେବ ।

ଭାରତର ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଅର୍ନ୍ତରାଷ୍ଟ୍ରୀୟ ସମର୍ଥନ ମିଳିଛି । ପାକିସ୍ତାନ ସହିତ ସିନ୍ଧୁ ନଦୀ ଜଳ ଚୁକ୍ତି ସ୍ଥଗିତ ରହିବ । ପାକିସ୍ତାନ ଯେଉଁ ପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନ କରିଛି, ସିନ୍ଦୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜୟଶଙ୍କର ।ପାକିସ୍ତାନ ଆତଙ୍କବାଦୀର ଭିତ୍ତିଭୂମିକୁ ବନ୍ଦ କରିବାକୁ ହେବ, ସେମାନେ ଜାଣିଛନ୍ତି କ’ଣ କରିବାକୁ ହେବ । ତାଙ୍କ ସହିତ ଆତଙ୍କବାଦ ବିଷୟରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ । ପାକିସ୍ତାନ ସହିତ ଆମର ସମ୍ପର୍କ ଏବଂ କାରବାର ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ହେବ । ଏହା ବର୍ଷ ବର୍ଷ ଧରି ଜାତୀୟ ସହମତି ହୋଇଆସିଛି ଏବଂ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହେବ ।

 

You Might Also Like

ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ, ପାସ୍ ହାର ୮୨.୭୭%

ଭାରତ ନେବ ବଡ ପଦକ୍ଷେପ, ଆଜି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି

ଆଉ ନାହାନ୍ତି ପୋପ୍ ଫ୍ରାନ୍ସିସ, ୮୮ ବର୍ଷ ବୟସରେ ପରଲୋକ

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ପଡିବାରୁ ୪ ଜଣଙ୍କ ମୃତ୍ୟୁ

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

TAGGED:#UTKALA KHABARExternal Affairs MinisterNational newsS JaishankarSindus water
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?