Utkala KhabarUtkala KhabarUtkala Khabar
Notification Show More
Font ResizerAa
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Reading: ମିଆଁମାର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ
Share
Font ResizerAa
Utkala KhabarUtkala Khabar
Search
  • ରାଜ୍ୟ
  • ଦେଶ-ବିଦେଶ
  • ଖେଳ
  • ବାଣିଜ୍ୟ
  • ଅପରାଧ
  • ରାଶିଫଳ
  • ଜୀବନଚର୍ଯ୍ୟା
  • ବିଶେଷ
Follow US
ଦେଶ-ବିଦେଶ

ମିଆଁମାର ଭୂମିକମ୍ପ ; ମୃତ୍ୟୁସଂଖ୍ୟା ୨୭୦୦ ପାର, ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ

utkala khabar
Last updated: April 2, 2025 12:01 pm
utkala khabar
Published April 2, 2025
Share
SHARE

ନୂଆଦିଲ୍ଲୀ ୦୨।୦୪: ମିଆଁମାରରେ ଆସିଥିବା ଭୟଙ୍କର ଭୂମିକମ୍ପ ପାଇଁ ହାହାକାର ପରିସ୍ଥିତି। ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ି ୨,୭୧୯ରେ ପହଞ୍ଚିଛି । ଦେଶର ସୈନ୍ୟ ସରକାରଙ୍କ ଆକଳନ ଅନୁସାରେ ଏହା ୩ ହଜାର ଟପିବାର ଆଶଙ୍କା ରହିଛି । ସେହିପରି ଆହତଙ୍କ ସଂଖ୍ୟା ୪,୫୦୦ ଟପିଛି । ଏବେ ବି ପ୍ରାୟ ୪୫୦ ଜଣ ନିଖୋଜ ଅଛନ୍ତି ।

ବିପର୍ଯ୍ୟୟ ପରେ ଦେଶରେ ୭ ଦିନିଆ ଶୋକ ପାଳନ ପାଇଁ ଘୋଷଣା ହୋଇଛି । ଏପ୍ରିଲ ୬ ପର୍ଯ୍ୟନ୍ତ ଦେଶରେ ଜାତୀୟ ପତାକା ଅଧା ନଇଁ ରହିବ ବୋଲି ମିଲିଟାରୀ ସରକାରର ପ୍ରବକ୍ତା କହିଛନ୍ତି ।  ଗତ ମାର୍ଚ୍ଚ ୨୮ରେ ମ୍ୟାଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ଅନ୍ୟପକ୍ଷରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ସତପୁରା ଏବଂ ଆଇଏନ୍‌ଏସ୍‌ ସାବିତ୍ରୀ ପ୍ରାୟ ୪୦ ଟନ୍‌ ଜରୁରି ସାମଗ୍ରୀ ନେଇ ମ୍ୟାଁମାରର ୟାଙ୍ଗୁନ୍‌ରେ ପହଞ୍ଚିଛି ।

ଏହା ପୂର୍ବରୁ ମାର୍ଚ୍ଚ ୩୦ରେ ଆଇଏନ୍‌ଏସ୍‌ କର୍ମୁକ ଏବଂ ଏଲ୍‌ସିୟୁ ୫୨ ଶ୍ରୀବିଜୟପୁରମ୍‌ରୁ ୩୦ ଟନ୍‌ ରିଲିଫ୍‌ ସାମଗ୍ରୀ ନେଇ ଯାଇଥିଲା । ରିଲିଫ୍‌ କାମକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଭାରତୀୟ ନୌସେନା ଜାହାଜ ଘଡ଼ିଆଳରେ ପ୍ରାୟ ୪୪୦ ଟନ୍‌ ସାମଗ୍ରୀ ପଠାଯିବ । ଏଥିରେ ଚାଉଳ, ଡାଲି, ତେଲ, ଔଷଧ ଆଦି ସହ ଅନ୍ୟ ଜରୁରି ସାମଗ୍ରୀ ରହିଛି ।

You Might Also Like

କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ବଡ଼ ନିଷ୍ପତ୍ତି, ଜାତିଭିତ୍ତିକ ଜନଗଣନାକୁ ଅନୁମତି

ଶ୍ରୀନଗର ବିମାନ ଭଡ଼ା ବୃଦ୍ଧି ନ କରିବାକୁ ଏୟାରଲାଇନ୍ସକୁ ନିର୍ଦ୍ଦେଶ ଦେଲେ ସରକାର

ଆଜି ଓଡ଼ିଶା ପୋଲିସର ୯୦ ତମ ପ୍ରତିଷ୍ଠା ଦିବସ, ଏହି ଅବସରରେ ଟ୍ଵିନସିଟିରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ବଡ଼ ଆକ୍ସନ ନେଲା ଭାରତ, ୧୬ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲା

କେମିତି ଆତଙ୍କୀ ହମଲା ବେଳେ ୪ ପର୍ଯ୍ୟଟକ ପରିବାରକୁ ବଞ୍ଚାଇଥିଲେ ନଜାକତ ଅଲୀ ?

TAGGED:#death toll crosses#earthquake#myanmar#utkal khabar
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Welcome Back!

Sign in to your account

Username or Email Address
Password

Lost your password?